କେନ୍ଦ୍ରାପଡ଼ା, ୧୬/୦୬/୨୦୧୯ (ଓଡ଼ିଶା ସମାଚାର)- ସୋମବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ା ଗସ୍ତରେ ଆସୁଛନ୍ତି । ଅପରାହ୍ନରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ାରେ ପହଂଚି ଶ୍ରୀ ଶ୍ରୀ ବଳଦେବ ଜୀଉ ଙ୍କୁ ସ୍ନାନ ମଣ୍ଡପରେ ଦର୍ଶନ କରିବେ । ପରେ ପରେ କେନ୍ଦ୍ରାପଡ଼ା ଜିଲା ଅଧିନସ୍ଥ ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଡ଼େରାବିସ ଓ ଗରଦପୁର ଅଂଚଳକୁ ନିର୍ବାଚନ ପ୍ରଚାରରେ ଯାଇ ପାରନ୍ତି । ଦଳିୟ ସୂତ୍ର ରୁ କୌଣସି ସୂଚନା ମିଳିନଥିବାବେଳେ ସୋମବାର ଦିନ ମୁଖ୍ୟମନ୍ତ୍ରୀ ପାଟକୁରା ବିଧାନସଭା ନିର୍ବାଚନ ପ୍ରଚାର କାର୍ଯ୍ୟର ଆରମ୍ଭ କରିବାର ସମ୍ଭାବନା ରହିଛି । ଓଡ଼ିଶା ସମାଚାର