ନବରଙ୍ଗପୁର, ୧୬/୦୬/୨୦୧୯ (ଓଡ଼ିଶା ସମାଚାର)- କୁକୁଡ଼ା ଲଢ଼େଇ ଚାଲିଥିବାବେଳେ ହାଟରେ କୋଡ଼ିଙ୍ଗା ଥାନା ପୁଲିସ୍ ଚଢ଼ଉ କରି ଜଣେ ବ୍ୟକ୍ତିଙ୍କୁ ଉଠାଇ ନେଇଥିଲା । ପୋଲିସ୍ ଥାନା ହାଜତରେ ରଖି ସମ୍ପୃକ୍ତ ବ୍ୟକ୍ତିକୁ ପିଟି ପିଟି ମାରିଦେଇଥିବା ଅଭିଯୋଗ କରି ମୃତକଙ୍କ ପରିବାର ଲୋକେ ଥାନାରେ ଭଙ୍ଗାରୁଜା କରିବା ସହ ଥାନା ଅଧିକାରୀଙ୍କ ବିରୁଦ୍ଧରେ ଏତଲା ଦେଇଛନ୍ତି । ଡ଼ିଆଇଜି ଥାନାରେ ପହଂଚି ତଦନ୍ତ କରୁଛନ୍ତି । ମୃତକ ହେଉଛନ୍ତି ବଡ଼ ପଂଜାରିଆଗୁଡ଼ାର ଗୋବର୍ଦ୍ଧନ ବିନ୍ଧାଣୀ । ଓଡ଼ିଶା ସମାଚାର