କଟକ, ୧୬/୦୬/୨୦୧୯ (ଓଡ଼ିଶା ସମାଚାର)- କଳାବିକାଶ କେନ୍ଦ୍ର ପ୍ରେକ୍ଷାଳୟରେ ବୀଣାପାଣି ମହାନ୍ତିଙ୍କ ୯୨ତମ ଜୟନ୍ତୀ ପାଳିତ ହୋଇଯାଇଛି ।ଏଥିରେ ପଦ୍ମଶ୍ରୀ ଡକ୍ଟର ପ୍ରିୟମ୍ବଦା ମହାନ୍ତିହେଜମାଦୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଶିଶୁସାହ୍ୟିତିକ ଡକ୍ଟର ମହେଶ୍ୱର ମହାନ୍ତି ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ବୀଣାପାଣିଙ୍କ ସଂପର୍କରେ ଆଲୋକପାତ କରିଥିଲେ । ବୀଣାପାଣି ମହାନ୍ତି ଫାଉଣ୍ଡେସନର ଉପସଭାପତି ନଦୀୟା ବିହାରୀ ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ । ଅଧ୍ୟକ୍ଷା ଡାକ୍ତର ଯେଗମାୟା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ରଣଜିତ୍ ମହାନ୍ତି ବିବରଣୀ ପାଠ କରିଥିଲେ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ବିଶିଷ୍ଟ କଣ୍ଠଶିଳ୍ପୀ ଡକ୍ଟର ସଙ୍ଗୀତା ଗୋସାଇଁଙ୍କୁ ‘ବୀଣାପାଣି ମହାନ୍ତି ସ୍ମୃତିସମ୍ମାନ ’ ପ୍ରଦାନ କରାଯାଇଥିଲା । ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମରେ ବୀଣାପାଣି ମହାନ୍ତିଙ୍କ ଉପରେ ଆଧାରିତ ବୃତଚିତ୍ର ପ୍ରଦର୍ଶନକ ରାଯାଇଥିଲା । ସଂବିଧାନ ମହାନ୍ତି କାର୍ଯ୍ୟକ୍ରମକୁ ସଂପାଦନା କରିଥିଲେ । ଏହି ଅବସରରେ ନୃତ୍ୟ ‘ରଜ ମଉଜ’ସଙ୍ଗୀତାଂଶରେ ସୁମିତ୍ରା, ସଙ୍ଗୀତା ଓ ସୁଚିତ୍ରାକଣ୍ଠଦାନ କରିଥିଲେ ।ଏହି ସଙ୍ଗୀତକାର୍ଯ୍ୟକ୍ରମରେ ଗୁରୁ ବିଶ୍ୱନାଥ ମିଶ୍ର, ସୁକାନ୍ତପ୍ରଧାନ ଓ ସୁବର୍ଣ୍ଣରେଖା ପ୍ରଧାନଙ୍କ ସହକାଶୀବିଶ୍ୱନାଥ ସଙ୍ଗୀତ ବିଦ୍ୟାଳୟରଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୁରୁ ପ୍ରକାଶ ନାୟକ, କଟକ ଆକାଶବାଣୀ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ପ୍ରସେନ୍ଜିତ ମହାନ୍ତି, ଭୂବନାନନ୍ଦ ମହାନ୍ତି, ସୁବାସ ଚନ୍ଦ୍ର ନାୟକ, ପ୍ରକାଶ ଚନ୍ଦ୍ର ରାୟ, ଜନ୍ମେଜୟ ଦାସ ପ୍ରମୁଖ ଯୋଗଦେଇଥିଲେ । ଓଡ଼ିଶା ସମାଚାର