Friday , September 29 2023
Breaking News
Home / ତାଜା ଖବର / ବାଇକ୍ ଦୁର୍ଘଟଣାରେ ଜଣେ ମୃତ, ୨ ଗୁରୁତର ଆହତ

ବାଇକ୍ ଦୁର୍ଘଟଣାରେ ଜଣେ ମୃତ, ୨ ଗୁରୁତର ଆହତ

ମାହାଙ୍ଗା,୧୬/୦୬/୨୦୧୯ (ଓଡ଼ିଶା ସମାଚାର)-ମାହାଙ୍ଗା ଥାନା ଅନ୍ତର୍ଗତ ମାହାଙ୍ଗା-କଟିକଟା ପୂର୍ତରାସ୍ତାର ଗୋକନଠାରେ ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତକ ଜଣକ ହେଉଛନ୍ତି ମାହାଙ୍ଗା ଥାନା ଅଧୀନ କଉଡୁକୋଲା ଗ୍ରାମର ବଳଦେବ ଦାସଙ୍କ ଏକମାତ୍ର ପୁତ୍ର ଦେବାଶିଷ ଦାସ(୩୮) । ସୂଚନାନୁଯାୟୀ, ଦେବାଶିଷ ଏକ ବୁଲେଟରେ ଏରକଣା ବଜାରରୁ ନିଜ ଘରକୁ ଫେରୁଥିଲେ । ଏହି ସମୟରେ ଗୋକନ ପଂଚାୟତ କାର୍ଯ୍ୟାଳୟ ନିକଟରେ ବିପରୀତ ଦିଗରୁ ଅନ୍ୟ ଏକ ବାଇକ୍ରେ ଆସୁଥିବା ଗୋକନ ଗ୍ରାମର ବାଦଲ ଜେନା ଓ ତାଙ୍କ ସାଙ୍ଗ ବିଶ୍ୱଜିତ ମଲଙ୍କ ସହିତ ତାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା । ସ୍ଥାନୀୟ ଲୋକ ଗୁରୁତର ଅବସ୍ଥାରେ ୩ ଜଣଙ୍କୁ ଉଦ୍ଧାର କରି ମାହାଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ । ହେଲେ ଡାକ୍ତର ସେଠାରେ ଦେବାଶିଷଙ୍କୁ ମୃତ ଘୋଷଣା କରିଥିବାବେଳେ ବାଦଲ ଓ ବିଶ୍ୱଜିତଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *