Saturday , October 8 2022
Breaking News
Home / ବିଶେଷ / ପିତା ହିଁ ସ୍ୱର୍ଗ  (କବିତା)   –    ସ୍ୱପ୍ନା ପଟ୍ଟନାୟକ

ପିତା ହିଁ ସ୍ୱର୍ଗ  (କବିତା)   –    ସ୍ୱପ୍ନା ପଟ୍ଟନାୟକ

ଦୁନିଆରେ ଯିଏ ଆଲୋକ ଦେଖାଇ

    ଶିଖାଏ ଚାଲିବା ପାଇଁ

ସୁଝିପାରିବାନି  ଋଣ ଯେ ତାଙ୍କର

    ଜନ୍ମ ପରେ ଜନ୍ମ ନେଇ

ନିଜ ସୁଖଦେଇ ଦୁଃଖ କୁ ଆପଣେ

   ଛାତିକୁ ପଥର କରି

ବାପ ଥିଲା ପୁଅ ସଭାରେ ହାରେନି

    ରହିଥାଏ ଛାଇପରି

ବାହାରକୁ ସିନା ମହାମେରୁ ପରି

  ବରଫ ପରି ହୃଦୟ

ସ୍ନେହ ଓ ଆଦେଶ ଶିକ୍ଷା ସବୁ ଯେତେ

 ଶିଖାଏ ଆଦର୍ଶ କାମ

ଦୁନିଆ ଭିତରେ ସବୁଠାରୁ ଧନୀ

    ମନ ଜାଣି ସବୁ ଆଣି

ମୋ ବାପା ପରି କେ ସରି ନୁହଇ

   ସରେନି ସ୍ନେହ ତାଙ୍କରି

ଚାତକ ପରାଏ ଚାହିଁରହିଥାନ୍ତି

   ମନେ ପଡି ଝରେ ଅଶ୍ରୁ

ଗୋଡ ଲାଗେନାହିଁ ତଳେ  ତାଙ୍କର

   ନାତି ନାତୁଣୀଙ୍କ ଯୋଗୁ

ଚାଲି ଗଲ କେଉଁ ଅଫେରା ରାଇଜେ

   ଫେରି ଟିକେ ବାପା ଦେଖ

କାହା ପାଖେ ଆଉ ଅଳି ଯେ କରିବୁ

   ବେସାହାରା ସବୁ ସୁଖ

ଚଳନ୍ତା ଠାକୁର ଆମ ପାଇଁ ଥିଲ

   ସବୁ ମନେ ପଡେ ଆଜି

ପୁଅ ଝିଅ ସବୁ ପାଦକୁ ଧୋଉଛୁ

  ନିରବେ ଅଶ୍ରୁରେ ଭିଜି

-0-

ଦେଉଳ ସାହି , ଢ଼େଙ୍କାନାଳ , ଓଡ଼ିଶା

Leave a Reply

Your email address will not be published.