Monday , October 18 2021
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ପର୍ଯ୍ୟଟକଙ୍କ ପାଇଁ ଶିମିଳିାଳ ଅଭୟାରଣ୍ୟ ବନ୍ଦ୍ – ନଭେମ୍ବର ୧ରେ ଖୋଲିବ

ପର୍ଯ୍ୟଟକଙ୍କ ପାଇଁ ଶିମିଳିାଳ ଅଭୟାରଣ୍ୟ ବନ୍ଦ୍ – ନଭେମ୍ବର ୧ରେ ଖୋଲିବ

 

ବାରିପଦା, ୧୬/୦୬/୨୦୧୯ (ଓଡ଼ିଶା ସମାଚାର)- ମୟୂରଭଞ୍ଜ ଜିଲ୍ଲାର ପ୍ରସ୍ତାବିତ ଜାତୀୟ ଉଦ୍ୟାନ ତଥା ଶିମିଳିପାଳ ଅଭୟାରଣ୍ୟ ବିଭିନ୍ନ ପ୍ରଜାତିର ବନ୍ୟପ୍ରାଣୀ,ସରିସୃପ,ବିରଳ ପକ୍ଷୀ ଓ ଜୈବ ବିବିଧତା ପାଇଁ ସାରା ବିଶ୍ୱରେ ବିଖ୍ୟାତ । ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ପ୍ରକୃତିର ମନଲୋଭା ଦୃଶ୍ୟ ସାଙ୍ଗକୁ ଅତି ନିକଟରୁ ବନ୍ୟପ୍ରାଣୀଙ୍କୁ ଦେଖିବାର ସୁଯୋଗ ପାଇଥାନ୍ତି । ଫଳରେ ଶିମିଳିପାଳ ଅଭୟାରଣ୍ୟର ଏକ ସ୍ୱତନ୍ତ୍ରତା ରହିଛି । ତେବେ ଏହା ରବିବାର ଠାରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଛି । ଏହା ଆସନ୍ତା ନଭେମ୍ବର ୧ ତାରିଖରେ ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ ବୋଲି ଶିମିଳି ।ଳ ଅଭୟାରଣ୍ୟ କର୍ତୃପକ୍ଷ କହିଛନ୍ତି । ପ୍ରତିବର୍ଷ ବର୍ଷା ଋତୁ ପାଇଁ ଏହିଅଭୟାରଣ୍ୟକୁ ଜୁନ ୧୬ ତାରିଖ ସକାଳରୁବନ୍ଦ ରଖାଯାଏ ଓ ନଭେମ୍ବର ୧ତାରିଖରେପୁଣି ଥରେ ପର୍ଯ୍ୟଟକଙ୍କ ପାଇଁଖୋଲାଯାଇଥାଏ । ପ୍ରକାଶ ଥାଉ କି,ଦକ୍ଷିଣରେ ଉଦଳାଠାରୁ ଉତରରେ ବିଶୋଇ ପର୍ଯ୍ୟନ୍ତ ପରିବ୍ୟାପ୍ତ ଶିମିଳିପାଳ ଦକ୍ଷିଣ ପୂର୍ବଦିଗରେ ବାରିପଦା ଓ ଉତର ପଶ୍ଚିମ ଦିଗରେ ଯଶୀପୁର ପର୍ଯ୍ୟନ୍ତ ବ୍ୟାପିଛି । ୨୭୫୦ବର୍ଗ କିଲୋମିଟରର ବିଶିଷ୍ଟ ଏହି ଅଂଚଳକୁ ସରକାର ୧୯୭୯ମସିହାରେ ଅଭୟାରଣ୍ୟ ଘୋଷଣା କରିଥିଲେ । ୧୯୮୦ମସିହାରେ ଓଡ଼ିଶା ସରକାର ଏହି ଅଂଚଳ ମଧ୍ୟରୁ ୩୦୩ ବର୍ଗ କିଲୋମିଟରକୁ ଜାତୀୟ ଉଦ୍ୟାନ ପାଇଁ ପ୍ରସ୍ତାବ ଦେଇଥିଲେ । ୧୯୮୬ ମସିହାରେ ଏହାର ଆୟତନ ୮୪୫ ବର୍ଗ କିଲୋମିଟରକୁ ବର୍ଦ୍ଧିତ କରାଯାଇଥିଲା । କିନ୍ତୁ ଏହା ଭିତରେ ଏବେବି ଜନବସତି ଥିବା ହେତୁ ପ୍ରସ୍ତାବିତ ଜାତୀୟ ଉଦ୍ୟାନ ଭାବେ ପଡ଼ି ରହିଛି । ଏଥିରେ ୧୦୭୬ ପ୍ରକାରର ଉଦ୍ଭିଦ,୪୨ପ୍ରଜାତିର ସ୍ତନ୍ୟପାୟୀ,୨୪୨ ପ୍ରଜାତିର ପକ୍ଷୀ, ୩୦ପ୍ରଜାତିର ସରୀସୃ ସାଙ୍ଗକୁ ପାହାଡ, ପର୍ବତ, ଜଳପ୍ରପାତ ପ୍ରକୃତି ପ୍ରେମୀଙ୍କୁ ଆକର୍ଷିିତ କରିଥାଏ । ଓଡ଼ିଶା ସମାଚାର

About admin

Check Also

ପର୍ଯ୍ୟଟନ ସର୍କିଟରେ ଯୋଡି ହେବ ମହେନ୍ଦ୍ରଗିରି ଓ ଚନ୍ଦ୍ରଗିରି

ଭୁବନେଶ୍ୱର,୧୧/୦୯/୨୦୨୧(ଓଡ଼ିଶା ସମାଚାର)- ମହେନ୍ଦ୍ରଗିରିକୁ ପର୍ଯ୍ୟଟକମାନଙ୍କ ନିମନ୍ତେ ଅଧିକ ଆକର୍ଷଣୀୟ କରିବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର …

Leave a Reply

Your email address will not be published. Required fields are marked *