Thursday , September 28 2023
Home / ତାଜା ଖବର / ଗୋରୁ ବୋଝେଇ ଗାଡ଼ିଜବତ,୧୮ ଗାଈ ଉଦ୍ଧାର

ଗୋରୁ ବୋଝେଇ ଗାଡ଼ିଜବତ,୧୮ ଗାଈ ଉଦ୍ଧାର

 

କଟକ, ୧୬/୦୬/୨୦୧୯ (ଓଡ଼ିଶା ସମାଚାର)- ଏକ ଗୋରୁ ବୋଝେଇ ଗାଡ଼ିକୁ ବାଦାମବାଡି ଥାନା ପୁଲିସ ଜବତକରିଛି । ଜବତ ଗାଡ଼ିରୁ ୧୮ ଟି ଗୋରୁ ଉଦ୍ଧାର କରାଯାଇ ନୂଆବଜାରସ୍ଥିତି ଗୋଶାଳାରେ ଛଡାଯାଇଛି । ପୁଲିସ ଏକ ମାମଲା ରୁଜୁ କରିଛି । ଘଟଣାସ୍ଥଳରୁ ଗାଡ଼ି ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଥିବା ଜଣାପଡ଼ିଛି । ନିଆଳି ଅଂଚଳରୁ ଓଡି୦୫ଏମ୍୨୯୧୧ନମ୍ବର ଏକ ମିନି ଟ୍ରକରେ ଶୁକ୍ରବାର ରାତିରେ ଗୋରୁ ବୋଝେଇ ହୋଇ କଟକ ଆସୁଥିଲା । ଗାଡ଼ିଟି ଲିଙ୍କ ରୋଡରୁ ବାଦାମବାଡି ଅଭିମୁଖେ ଦ୍ରୁତ ଗତିରେ ଆସୁଥିବା ସମୟରେ ପାଲାମଣ୍ଡପ ନିକଟରେ ଏକ ବାଇକ୍କୁ ଧକ୍କା ଦେଇଥିଲା । ଏହାକୁ ନେଇ ବାଇକ୍ ଆରୋହୀ ଓ ଗୋରୁବୋଝେଇ ଗାଡ଼ି ଚାଳକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହି ସମୟରେ ଗାଡ଼ିରେ ଗୋରୁଥିବା ଜାଣି କେତେକ ଯୁବକ ବାଦାମବାଡି ଥାନାକୁ ସୂଚନା ଦେଇଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଂଚି ଗାଡ଼ି ଜବତ କରିଥିଲା । ପୁଲିସ ଆସିବା ଦେଖି ଡ୍ରାଇଭର ଓ ହେଲପର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *