ଜୟପାଟଣା,୧୬/୦୬/୨୦୧୯ (ଓଡ଼ିଶା ସମାଚାର/ସଂଜୟ ସିଂ)- କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଳକ ଭତରାଗୁଡା ଠାରେ ମା ସନ୍ତୋଷୀ ଯାତ୍ରୀବାହୀ ବସ ଓଆର ୦୮ ଜି ୮୨୪୮ ଦୁର୍ଷଟଣାଗ୍ରସ୍ତ ହୋଇଛି । ଜୁନାଗଡରୁ କଲମପୁର ଦେଇ ମୁଖିଗୁଡା ଅଭିମୁଖେ ଆସୁଥିବା ସମୟରେ ଭାରସାମ୍ୟ ହରାଇ ଜଣେଯୁବକ ହେମରାଜ ପୁଝାରୀ (୪୦)ଙ୍କ ଉପରକୁ ମାଡି ଯାଇଥିଲା । ଘଟଣା ସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତବ୍ୟକ୍ତି ଜଣକ ନିଜଗାଁ ଭତରାଗୁଡା ଅଭିମୁଖେ ଚାଲିଚାଲି ଯାଉଥିଲେ । ଉତ୍ୟକ୍ତ ଲୋକେ କ୍ଷତିପୁରଣ ଦାବିରେ ଶବକୁ ରାସ୍ତାରେ ରଖି ରାସ୍ତାରୋକ କରିଛନ୍ତି । ରାସ୍ତାର ଦୁଇ ପାଶ୍ୱରେ ଯାନ ବାହାନ ସବୁ ଅଟକି ରହିଛି । ବସ ଡ୍ରାଇଭର ଫେରାର ଥିବା ଜଣାପଡିଛି । ଓଡ଼ିଶା ସମାଚାର