Thursday , October 6 2022
Breaking News
Home / ବିଶେଷ / ଆସ ବିଦ୍ୟାଳୟରୁ ବିଶ୍ୱ ତାପନ ରୋକିବା ଲୋକାର୍ପିତ

ଆସ ବିଦ୍ୟାଳୟରୁ ବିଶ୍ୱ ତାପନ ରୋକିବା ଲୋକାର୍ପିତ

ଭୁବନେଶ୍ୱର,୧୬/୦୬/୨୦୧୯ (ଓଡ଼ିଶା ସମାଚାର)- ବିଶିଷ୍ଟ କବି ଓ ସାହିତିକ୍ୟ ଡ଼ଃ ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ପ୍ରବନ୍ଧ ପୁସ୍ତକ ଆସ ବିଦ୍ୟାଳୟରୁ ବିଶ୍ୱ ତାପନ ରୋକିବା ଲୋକାର୍ପିତ ହୋଇଯାଇଛି । ସ୍ଥାନୀୟ ନୟାପଲ୍ଲୀଠାରେ ଆୟୋଜିତ ଏହି ଉତ୍ସବରେ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଢଙ୍ଗୀ ଯୋଗଦେଇ କହିଲେ ବର୍ତମାନ ପରିବେଶ ପ୍ରଦୂଷଣଜନିତ ସସମ୍ୟା ସଂପର୍କରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଯାଇବା ନିତ୍ୟାନ୍ତ ଆବଶ୍ୟକ । କାରଣ ଏହି ସମସ୍ୟା ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି । ତେଣୁ ଏହି ପୁସ୍ତକ ଛାତ୍ରଛାତ୍ରୀମାନଙ୍କ ପାଇଁ ଯଥେଷ୍ଟ ଉପାଦେୟ ହେବ । ଏହି ଉତ୍ସବରେ ବିଶିଷ୍ଟ ଶିକ୍ଷାବିତ ରମାକାନ୍ତ ମହାପାତ୍ର, ଭୁବନେଶ୍ୱର ସିଟି ବ୍ଲକ ସଂପାଦକ ଶ୍ରୀ ପ୍ରଦୀପ ରାଉତରାୟ, ମାଟି ଅନୁଷ୍ଠାନର ଅଧ୍ୟକ୍ଷା ବିଭାବରୀ ରଥ ଛାତ୍ରନେତା ଆଶିଷ ବରିସଲ ପ୍ରମୁଖ ଯୋଗଦେଇ କହିଲେ ଏହି ପୁସ୍ତକ ପରିବେଶ ପ୍ରଦୂଷଣ ମୁକ୍ତ ସମାଜ ଗଠନ ପାଇଁ ନିତ୍ୟାନ୍ତ ଆବଶ୍ୟକ । ପୁସ୍ତକର ରଚୟତା ଡ଼ ଦିଲ୍ଲୀପ ଶ୍ରୀଚନ୍ଦନ ନିଜ ପୁସ୍ତକ ସଂପର୍କରେ ବକ୍ତବ୍ୟ ରଖି କହିଲେଛାତ୍ରଛାତ୍ରୀମାନେ ଆଗାମୀ ଭବିଷ୍ୟତର ନାଗରିକ । ସେମାନେ ପରିବେଶ ସୁରକ୍ଷା ସଂପର୍କରେ ଏବେଠାରୁ ସଚେତନ ହେଲେ ଏକ ସବୁଜ ସୁନ୍ଦର ପ୍ରଦୂଷଣ ମୁକ୍ତ ସମାଜ ଗଠନ ସମ୍ଭବ ହେବ । ଓଡ଼ିଶା ସମାଚାର

Leave a Reply

Your email address will not be published.