ସାଲେପୁର, ୧୫/୦୬/୨୦୧୯ (ଓଡ଼ିଶା ସମାଚାର /ଅଭୟ ଜେନା)- ରଜ ଅବସରରେ ସାଲେପୁର ସହରାଂଚଳଠାରୁ ଆରମ୍ଭ କରି ଗ୍ରାମାଂଚଳ ପର୍ଯ୍ୟନ୍ତ ସମଗ୍ର ଅଂଚଳ ଉତ୍ସବ ମୁଖର ହୋଇଉଠିଛି । ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଏହି ରଜ ଉତ୍ସବକୁ ଧୁମ୍ଧାମରେ ପାଳନ କରାଯାଉଥିବାବେଳେ ଘରେ ଘରେ ପିଠାପଣାର ଆସର ଜମିଛି । ସେହିପରି ରଜପାନ ପାଇଁ ପାନ ଦୋକାନମାନଙ୍କରେ ନାହିଁନଥିବା ଭିଡ଼ ପରିଲକ୍ଷିତ ହୋଇଥିବାବେଳେ ପ୍ରଥମ ରଜ ଭଲ ବାରରେ ପଡିଥିବାରୁ ମାଛ, ମାଂସ ଓ ଚିକେନ୍ ଦୋକାନମାନଙ୍କରେ ଲୋକମାନଙ୍କର ଧାଡ଼ିଲାଗିଥିବାର ଦେଖାଯାଇଥିଲା । ସେହିପରି ପ୍ରତିବର୍ଷ ପରି ନଈଗୁଆଁଠାରେ ଗ୍ରାମବାସୀଙ୍କ ପକ୍ଷରୁ ରଜ ଉତ୍ସବ ମହାସମାରୋହରେ ପାଳିତ ହୋଇଥିବାବେଳେ ତେନ୍ତୋଳ, ଜଳହରି, ପାଟପୁର , ଛାଣିପୁର, ପିକୋଳ ସମେତ ବିଭିନ୍ନ ସ୍ଥାନମାନଙ୍କରେ ରଜ ଉତ୍ସବ ପାଳନ କରିବାପାଇଁ ବିଭିନ୍ନ କିସମର ଦୋଳି ଲଗାଇ ଦୋଳି ଖେଳକୁ ଉପଭୋଗ କରିଥିଲେ । ରଜ ଗୀତ ସାଂଗକୁ ବିଭିନ୍ନ ସ୍ଥାନରେ ଲୁଡୁ, ତାସ୍, କବାଡ଼ି, ଆଦି ଖେଳ ଦେଖିବାକୁ ମିଳିଥିଲା । ସେହିପରି ଗୋପିନାଥପୁରଠାରେ ଉକ୍ରଳୀୟ କଳା ସଂସ୍କୃତି ଓ ପରମ୍ପରାକୁ ଉଦ୍ଜୀବିତ ରଖିବାପାଇଁ ବିଜୟାନନ୍ଦ ଯୁବ ପରିଷଦ ଆନୁକୂଲ୍ୟରେ ଆଂଚଳିକ ରଜ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପରିବେଶବିତ୍ ପ୍ରମୋଦ କୁମାର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉଦ୍ଘାଟକ ଭାବେ ଉକ୍ରଳ ଗ୍ରାମ୍ୟ ସ୍ୱରାଜର ସଭାପତି କଳିଙ୍ଗରତ୍ନ ବ୍ରହ୍ମାନନ୍ଦ ମହାନ୍ତି, ମୁଖ୍ୟବକ୍ତା ଭାବେ ପ୍ରକୃତିବନ୍ଧୁ ବଳରାମ ପାତ୍ର, ସମ୍ମାନିତ ଅତିଥି ଭାବେ କସ୍ତୁରବା ଗାନ୍ଧି ଟ୍ରଷ୍ଟର ପ୍ରତିନିଧି ସନ୍ଧ୍ୟାରାଣୀ ମଲ୍ଲିକ, ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ବିଦ୍ୟାପୀଠର ସଂପାଦକ ବୀରବର ସାହୁ, ସାହିତ୍ୟିକ ହରେକୃଷ୍ଣ ଷଡ଼ଙ୍ଗୀ, ଡଃ ବସନତ କୁମାରୀ ନନ୍ଦ, ବିରଂଚିନାରାୟଣ ଦାସ ପ୍ରମୁଖ ଯୋଗଦେଇ ରଜପର୍ବ ଓ ଉକ୍ରଳୀୟ ଉକ୍ରର୍ଷତା ସମ୍ବନ୍ଧରେ ଆଲୋକପାତ କରିଥିଲେ । ଏହି ଅବସରରେ ମୁରୁଜ, ପୁଚି, ମ୍ୟୁଜିକ୍ ଚେୟାର, ପାନଭଙ୍ଗା, ସଂଗୀତ, ଓଡ଼ିଆ ବୋହୂ, ଅଳତା, ମେହେନ୍ଦି ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଚାରକଭାବେ ଜ୍ୟୋତିର୍ମୟୀ ମିଶ୍ର, କେଶବ ଚନ୍ଦ୍ର ବେହେରା, ସଂଜିବ କୁମାର ମୁଣ୍ଡ, ସୁବ୍ରତ କୁମାର ରଣା ଯୋଗଦେଇଥିଲେ । ସଂପାଦକ ବିଶ୍ୱରଂଜନ ସାହୁଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମକୁ ସତ୍ୟରଂଜନ ଦାସ, ଦେବଜାନୀ ଜେନା, ମନୋଜ ସାମଲ, ସନ୍ଧ୍ୟାରାଣୀ ଶତପଥୀ, ରାଜକିଶୋର ସାହୁ, ପ୍ରିୟଦର୍ଶିନୀ ପ୍ରଧାନ, ନରେନ୍ଦ୍ର ଦଳେଇ, ମୋହନ ଘଡେଇ, ଧନେଶ୍ୱର ସାହୁ, ପ୍ରଶାନ୍ତ ମହାନ୍ତି, ମାୟାଧର ଘଡେଇ, ଦୀପକ ଦାସ, ସୁରେଶ ରାଉତ, ରମେଶ ଲେଙ୍କା, ବନମାଳୀ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର