ସୁନ୍ଦରଗଡ଼, ୧୫/୦୬/୨୦୧୯ (ଓଡ଼ିଶା ସମାଚାର)- ବଜ୍ରପାତ ଘଟି ଜଣେ ଶିଶୁ ମୃତ୍ୟୁବରଣ କରିଥିବାବେଳେ ଆଉ ୫ ଜଣ ଶିଶୁ ଆହତ ହୋଇଛନ୍ତି । ସେମାନଙ୍କୁ ହସପିଟାଲରେ ଭର୍ତି କରାଯାଇଛି । ମିଳିଥିବା ତାଜା ସୂଚନା ଅନୁସାରେ ସଦର ଥାନା ଅନ୍ତର୍ଗତ ସୁବଳୟା ଗାଁ ରେ ଏହି ଦୁଃଖଦ ଘଟଣା ଘଟିଛି । ଏକ ଗଛ ତଳେ ୬ ଜଣ ଶିଶୁ ଖେଳୁଥିବାବେଳେ ବଜ୍ରପାତ ଘଟିବାରୁ ସେହିଠାରେ ହିଁ ଜଣେ ୮ ବର୍ଷର ବାଳକ ର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୫ ଜଣ ଶିଶୁ ଗୁରୁତର ଆହତ ହୋଇ ହସପିଟାଲରେ ଭର୍ତି ହୋଇଛନ୍ତି । ଓଡ଼ିଶା ସମାଚାର
Check Also
କାର ଧକ୍କା ଦେଲା ବାଇକକୁ – ଜାତୀୟ ରାଜପଥରେ ଜଳିଗଲା ବାଇକ
କେନ୍ଦ୍ରାପଡା, ୨୬/୬/୨୦୨୨(ଓଡ଼ିଶା ସମାଚାର)- ୫ନମ୍ବର(କ) ଜାତୀୟ ରାଜପଥରେ ଏକ କାର ଅନ୍ୟ ଏକ ବାଇକକୁ ଧକ୍କା ଦେବାରୁ ସଂପୃକ୍ତ ବାଇକଟି …