Tuesday , October 19 2021
Breaking News
Home / ଶିକ୍ଷା / ମାଟ୍ରିକ୍ ସପ୍ଲିମେଂଟାରୀ ଜୁଲାଇ ୮ରୁ

ମାଟ୍ରିକ୍ ସପ୍ଲିମେଂଟାରୀ ଜୁଲାଇ ୮ରୁ

 

ଭୁବନେଶ୍ୱର, ୧୫/୦୬/୨୦୧୯ (ଓଡ଼ିଶା ସମାଚାର)- ଆସନ୍ତା ଜୁଲାଇ ୮ ତାରିଖରୁ ମାଟ୍ରିକ୍ ସପ୍ଲିମେଂଟାରୀ ପରୀକ୍ଷା ଆରମ୍ଭ ହେବ । ଏହା ୧୪ ତାରିଖରେ ଶେଷ ହେବ । ମାତ୍ର ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ୧୬ ତାରିଖ ଯାଏଁ ଚାଲିବ । ସକାଳ ୯ଟାରୁ ପୂର୍ବାହ୍ନ ୧୧.୩୦ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ ବୋଲି ମାଧ୍ୟମିକ ଶିକ୍ଷା ବୋର୍ଡ ସମ୍ପାଦକ ରାମଶିଷ ହାଜରା ସୂଚନା ଦେଇଛନ୍ତି । ଏହି ପରୀକ୍ଷା ଲାଗି ଫର୍ମ ପୂରଣ ଶେଷ ହୋଇନାହିଁ । ତେଣୁ କେତେ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି ସ୍ପଷ୍ଟ ହୋଇପାରି ନାହିଁ । ପରୀକ୍ଷାକୁ ତ୍ୱରାନ୍ୱିତ କରାଯାଉଛି । ଫଳରେ ଛାତ୍ରଛାତ୍ରୀଙ୍କ ଗୋଟିଏ ବର୍ଷ ନଷ୍ଟ ହେବ ନାହିଁ । ଠିକ୍ ସମୟରେ ପରୀକ୍ଷା ଫଳ ବାହାରିବା ସହ ନୂଆ ପାଠ୍ୟକ୍ରମରେ ନାମ ଲେଖାଇ ପାରିବେ ବୋଲି ସେ କହିଛନ୍ତି  । ଓଡ଼ିଶା ସମାଚାର

About admin

Check Also

ଇନ୍ଦୁପୁର ହାଇସ୍କୁଲ ପୂରାତନ ଛାତ୍ର ସଂସଦର ବନ୍ଧୁ ମିଳନ ଓ ଆଲୋଚନା ଚକ୍ର

କେନ୍ଦ୍ରାପଡ଼ା, ୧୬/୧୦/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇନ୍ଦୁପୁର ହାଇସ୍କୁଲ ସମ୍ମିଳନୀ କକ୍ଷରେ ସଂସଦର କାର୍ୟ୍ୟକାରୀ ସଭାପତି ପ୍ରଫୁଲ୍ଲ କୁମାର ଜେନାଙ୍କ …

Leave a Reply

Your email address will not be published. Required fields are marked *