ସାଲେପୁର, ୧୫/୦୬/୨୦୧୯ (ଓଡ଼ିଶା ସମାଚାର /ଅଭୟ ଜେନା)- ନିଜକୁ ଜଣେ ପୋଲିସ କର୍ମଚାରୀର ପରିଚୟ ଦେଇ ଜଣେ ଯୁବକ ଜନୈକ ଯୁବକ ଓ ତାଙ୍କ ପରିବାରକୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ନେଇ ଗ୍ରାମାଂଚଳ ଏସ୍.ପି.ଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଥିବା ଜଣାଯାଇଛି । ଅଭିଯୋଗରୁ ପ୍ରକାଶ ଯେ ଗତକାଲି ରାତି ପ୍ରାୟ ୧୦ଟା ସମୟରେ ନଈଗୁଆଁ ଗ୍ରାମର ସୁଜିତ୍ କୁମାର ନାୟକ ନିଜ ମୋଟର ସାଇକେଲରେ ଜଗତପୁରରୁ ଘରକୁ ଫେରୁଥିବାବେଳେ ଶିଶୁଆ ବଜାରଠାରେ ପୂର୍ବରୁ ଛିଡ଼ା ହୋଇଥିବା ଉକ୍ତ ଗ୍ରାମର ସରୋଜ କୁମାର ସ୍ୱାଇଁ ଯେ କି ଜପକୁଦ ଫାଣ୍ଡିରେ ଅସ୍ଥାୟୀ ହୋମଗାର୍ଡ ଭାବେ କାର୍ଯ୍ୟରତ ଅଛନ୍ତି, ସେ ସୁଜିତଙ୍କୁ ଅଟକାଇ “ତୋ ମୋଟର ସାଇକେଲ୍ ଦେ, ମୁଁ ଟାଙ୍ଗି ଯିବି, ଦାଦା ବଟି ଆଦାୟ କରିବାକୁ” କହିଥିଲେ । ଏହାକୁ ସୁଜିତ୍ ବାରଣ କରିବାରୁ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଆଜି ପୁନର୍ବାର ସକାଳ ୮ଟା ସମୟରେ ହୋମଗାର୍ଡ ସରୋଜ ସୁଜିତଙ୍କ ଘରେ ପହଂଚି ନିଶାଶକ୍ତ ଅବସ୍ଥାରେ ତାଙ୍କୁ ଗାଳିଗୁଲଜ କରିବା ସହ ପରିବାର ଲୋକଙ୍କୁ ମଧ୍ୟ ଗାଳିଗୁଲଜ କରିଥିଲେ । ମୁଁ ପୋଲିସ ବାଲା, ମୋର କେହି କିଛି କରିପାରିବେ ନାହିଁ ବୋଲି ମଧ୍ୟ ଧମକ ଦେଇଥିଲେ । ଦରକାର ପଡିଲେ ତୋତେ ଡକାୟତି କେଶରେ ବାନ୍ଧି ଜେଲ୍ ହାଜତକୁ ପଠାଇଦେବି ବୋଲି ସୁଜିତ୍କୁ ଧମକ ଦେଇଥିଲେ । ଏହାନେଇ ସୁଜିତ୍ କଟକ ଗ୍ରାମାଂଚଳ ଏସ୍.ପି.ଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି । ଅପର ପକ୍ଷରେ ଏହି ଘଟଣା ସଂପର୍କରେ ଜପକୁଦ ଫାଣ୍ଡି ଅଧିକାରୀ ବ୍ରଜକିଶୋର ଦକ୍ଷିଣ କବାଟଙ୍କୁ ପଚାରିବାରୁ ସରୋଜ ସ୍ୱାଇଁ ଫାଣ୍ଡି ଡ୍ରାଇଭର ଛୁଟିରେ ଥିବାରୁ ସରୋଜ ସ୍ୱାଇଁ ଅସ୍ଥାୟୀ ଭାବେ କାର୍ଯ୍ୟ କରୁଥିଲା, ଦୁଇଦିନ ହେବ ସେ ଆଉ ଫାଣ୍ଡିକୁ ଆସୁନାହିଁ । ତା’ର ଏଭଳି କାର୍ଯ୍ୟକଳାପକୁ ନେଇ ତା’ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଫାଣ୍ଡି ଅଧିକାରୀ ପ୍ରକାଶ କରିଥିଲେ । ଏହି ଘଟଣା ଏବେ ସ୍ଥାନୀୟ ଅଂଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି । ଓଡ଼ିଶା ସମାଚାର