Wednesday , June 16 2021
Breaking News
Home / ବିଶେଷ / ୱାର୍କଚାର୍ଜଡ୍ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଓ ପେନ୍ସନ୍ ପ୍ରଚଳନ ପାଇଁ ଦାବି

ୱାର୍କଚାର୍ଜଡ୍ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଓ ପେନ୍ସନ୍ ପ୍ରଚଳନ ପାଇଁ ଦାବି

ଭୁବନେଶ୍ୱର ,୨୭/୦୭/୨୦୧୯(ଓଡ଼ିଶା ସମାଚାର)-ରାଜ୍ୟ ପୂର୍ତ ବିଭାଗ ଅଧିନରେ ୨୭୫୮ ୱାର୍କଚାର୍ଜଡ୍ କର୍ମଚାରୀ କାର୍ଯ୍ୟରତ ଥିବା ବେଳେ ଏମାନଙ୍କ ମଧ୍ୟରୁ ଗ୍ରୁପ୍ ‘ସି’ ୧୮୬ ଓ ଗ୍ରୁପ୍ ‘ଡି’୧୦୫୨ ଜଣଙ୍କୁ ଶୂନ୍ୟ ପଦବୀରେ ୨୦୧୮ ମସିହାରେ ନିଯୁକ୍ତି ମିଳିସାରିଛି । ଅବଶିଷ୍ଟ ୧୫୨୦ ୱାର୍କଚାର୍ଜଡ୍ ମଧ୍ୟରୁ ଗ୍ରୁପ୍ ‘ସି’ ୩୭୬ ଓ ୧୧୪୦ ଗ୍ରୁପ୍ ‘ଡି’ ଅଦ୍ୟାବଧି କାର୍ଯ୍ୟରତ ଥିଲେ ମଧ୍ୟ ଶୂନ୍ୟଥିବା ୯୫୪ ପଦବୀରେ ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯାଉ ନାହିଁ । ୨୦୧୭-୧୮ ଆର୍ଥିକ ବର୍ଷରେ ୧୨୩୮ ପଦବୀ ପୂରଣ ହେବା ପରେ ଅବଶିଷ୍ଟ ୯୫୪ ପଦବୀ ପୂରଣ ନିମନ୍ତେ ସର୍କଲ ସ୍ତରରେ ଅଧିକ୍ଷଣଯନ୍ତ୍ରୀ ଓ ବିଭାଜନ ସ୍ତରରେ ନିର୍ବାହୀଯନ୍ତ୍ରୀମାନେ ଉପରୋକ୍ତ ଶୂନ୍ୟ ପଦବୀ ପୂରଣ ନିମନ୍ତେ ସରକାରଙ୍କୁ ପ୍ରସ୍ତାବ ଦେଉନାହାଁନ୍ତି । ଫଳରେ ୱାର୍କଚାର୍ଜଡ୍ କର୍ମଚାରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଓଡ଼ିଶା ପୂର୍ତ୍ତ ୱାର୍କଚାର୍ଜଡ୍ ସରକାରୀ କର୍ମଚାରୀ ସଂଘର ସଭାପତି ଅଶୋକ ଚୌଧୁରୀ ଓ ସାଧାରଣ ସମ୍ପାଦକ ଗଗନ ଭଞ୍ଜ କହିଛନ୍ତି ଯେ ୨୦୦୫ ମସିହା ପରେ ଏମାନେ ସମସ୍ତେ ୱାର୍କଚାର୍ଜଡ୍ ଚାକିରୀରେ ନିଯୁକ୍ତି ପାଇଥିବାରୁ ପୂର୍ତ୍ତ ବିଭାଗ ପତ୍ରସଂଖ୍ୟା -୭୫୬୭, ତାରିଖ ୦୮.୦୭.୨୦୧୯ ଅନୁଯାୟୀ ଓ ୧୯୯୨ ମସିହା ପେନ୍ସନ୍ ନିୟମ ମୁତାବକ ପୂର୍ତ ବିଭାଗର କୌଣସି ୱାର୍କଚାର୍ଜଡ୍ କର୍ମଚାରୀ ସର୍ବନିମ୍ନ ପେନ୍ସନ୍ ପାଇବେ ନାହିଁ । ସେମାନେ ଦାବି କରିଛନ୍ତି ଯେ, ଡି.ଏଲ୍.ଆର. ନିଯୁକ୍ତି ସମୟରୁ ସେମାନଙ୍କ ଚାକିରୀ ସମୟ ଗଣନା କର ଓ ସର୍ଭିସ୍ ବୁକ୍ରେଏହାକୁ ସଂଯୋଗ କରିବା ସହିତ ରାଜ୍ୟ ସରକାରଙ୍କ ଅନୁମୋଦନ ଗ୍ରହଣ କରାଯାଇ ପେନ୍ସନ୍ ପ୍ରଦାନ କରାଯାଉ । ଏଥିନିମନ୍ତେ ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ ଓ ବିଭାଗୀୟ ସଚିବଙ୍କୁ ବିଚାର ନିମନ୍ତେ ଦାବିପତ୍ର ପ୍ରଦାନ କରାଯାଇଛି । ଆଲୋଚନା ଜରୀଆରେ ସମାଧାନ କରିବା ପାଇଁ ସଂଘ ଦାବି କରିଛି । ଓଡ଼ିଶା ସମାଚାର

About admin

Check Also

ଅସହାୟଙ୍କୁ ବୈଜୟନ୍ତ  ପଣ୍ଡାଙ୍କ ସହାୟତା

କେନ୍ଦ୍ରାପଡ଼ା, ୧୫/୦୬/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପୁରଷୋତମପୁର ଓ ବାରୋ ପଂଚାୟତର କର୍କଟ ରୋଗରେ ଆକ୍ରାନ୍ତ ମୃତକଙ୍କ ଅସହାୟ ପରିବାରକୁ …

Leave a Reply

Your email address will not be published. Required fields are marked *