Saturday , July 31 2021
Breaking News
Home / ବିଶେଷ / ୯ ମାସ ବିତିଲା, ଭୁବନ ଏନଏସିରେ ନିର୍ବାହୀ ଅଧିକାରୀ ନିଯୁକ୍ତି ନୋହିଲା

୯ ମାସ ବିତିଲା, ଭୁବନ ଏନଏସିରେ ନିର୍ବାହୀ ଅଧିକାରୀ ନିଯୁକ୍ତି ନୋହିଲା

ଭୁବନ ୧୮/୦୭/୨୦୨୧(ଓଡ଼ିଶା ସମାଚାର)- ଗତ ୨୦୨୦ ଅକ୍ଟୋବର ମାସ ୨୫ ତାରିଖ ଦିନ ଭୁବନ ଏନଏସି ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ବରାଳ ହୃଦଘାତରେ ପରଲୋକ ଗମନ କରିବାର ଇତି ମଧ୍ୟରେ ୯ ମାସ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି କାହାକୁ ନିଯୁକ୍ତି ଦିଆଯାଇନାହିଁ । ତହସିଲଦାର ପ୍ରଭାସ କୁମାର ବେହୁରା ନିର୍ବାହୀ ଅଧିକାରୀ ଦାୟିତ୍ୱରେ ରହିଥିବା ବେଳେ ଉପଜିଲ୍ଲାପାଳ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ନଗରପାଳ ଦାୟିତ୍ୱରେ ରହିଛନ୍ତି (ଇତି ମଧ୍ୟରେ ଉପଜିଲ୍ଲାପାଳଙ୍କର ଅନ୍ୟତ୍ର ବଦଳି ହୋଇଛି) । କାର୍ଯ୍ୟ ବ୍ୟସ୍ଥତା ପାଇଁ ତହସିଲଦାର କିମ୍ବା ଉପଜିଲ୍ଲାପାଳ ଦିନକ ପାଇଁ ଏନଏସି ଅଫିସକୁ ଆସୁନାହାନ୍ତି । ଦୀର୍ଘ ୩ ବର୍ଷ ହେଲା କାଉନସିଲ ନଥିବାରୁ ସାଧାରଣ ଜନତା ସର୍ବନିମ୍ନ ମୌଳିକ ସୁବିଧା ପାଇବାରୁ ବଂଚିତ ହେଉଛନ୍ତି । କରୋନା ବାହାନାରେ ମୁଖ୍ୟ ଗେଟରେ ତାଲା ପକାଯାଇ କାହାରିକୁ ଭିତରକୁ ଛଡାଯାଉନଥିବା ବେଳେ ବିଭିନ୍ନ ବିଭାଗର କର୍ମଚାରୀ ମାନଙ୍କୁ ଫୋନ କଲେ ମଧ୍ୟ ସେମାନଙ୍କ ଠାରୁ କୌଣସି ଉତର ମିଳୁନଥିବାରୁ ଲୋକେ ନିରାଶ ହୋଇ ଫେରୁଛନ୍ତି ଓ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଅଫିସ ଭିତରେ କର୍ମଚାରୀ ଅଛନ୍ତି କି ନାହାନ୍ତି ତାହା ଜଣାପଡୁନାହିଁ । ସ୍ଥାୟୀ ନିର୍ବାହୀ ଅଧିକାରୀ ନିଯୁକ୍ତି ହେଉନଥିବାରୁ କର୍ମଚାରୀଙ୍କ ପାଇଁ ପୁସ ମାସ ସାଜିଥିବା ବେଳେ ଏନଏସି ବାସୀନ୍ଦାଙ୍କ ପାଇଁ ସର୍ବନାଶ ସାଜିଛି । ଦୀର୍ଘ ୧୨ ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ଜନୈକ କନିଷ୍ଠ ଯନ୍ତ୍ରୀ ଏଠାରେ ରହି ଏନଏସିର ସର୍ବେସର୍ବା ସାଜିଛନ୍ତି । ଉନ୍ନୟନ ମୂଳକ କାର୍ଯ୍ୟରେ ମାତ୍ରାଧିକ ଅନୀୟମିତତା କରୁଥିବା ଗୁରୁତର ଅଭିଯୋଗ ହେଉଛି । ବିଭାଗୀୟ ଉଚ୍ଚ କର୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟିଦେଇ ଜଣେ ଦକ୍ଷ ନିର୍ବାହୀ ଅଧିକାରୀ ଙ୍କୁ ନିଯୁକ୍ତି ଦେବାକୁ ବୁଦ୍ଧିଜୀବୀ ମହଲ ଦାବି କରୁଛନ୍ତି । ଓଡ଼ିଶା ସମାଚାର

About admin

Check Also

ରାଜ୍ୟପାଳଙ୍କ ଦ୍ୱାରା ‘ବିଜୁବାବୁ’  ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର,୩୧/୦୭/୨୦୨୧(ଓଡ଼ିଶା ସମାଚାର)- ପ୍ରସିଦ୍ଧଲେଖକ  ଦେବଦାସ  ଛୋଟରାୟଙ୍କ  ଲିଖିତ “ବିଜୁବାବୁ”  ପୁସ୍ତକକୁ  ରାଜ୍ୟପାଳ  ପ୍ରଫେସର  ଗଣେଶୀଲାଲ ଉନ୍ମୋଚନ କରିଛନ୍ତି   । ରାଜଭବନ …

Leave a Reply

Your email address will not be published. Required fields are marked *