Tuesday , June 15 2021
Breaking News
Home / ବିଶେଷ / ୯୦୬ଟି ଗ୍ରାମକୁ ସଡ଼କ ସଂଯୋଗ ବାକି  

୯୦୬ଟି ଗ୍ରାମକୁ ସଡ଼କ ସଂଯୋଗ ବାକି  

ଭୁବନେଶ୍ୱର, ୦୫/୦୭/୨୦୧୯ (ଓଡ଼ିଶା ସମାଚାର)-ରାଜ୍ୟରେ ଅଦ୍ୟାବଧି ୯୦୬ ଗୋଟି ଗ୍ରାମକୁ ସଡ଼କ ସଂଯୋଗୀକରଣ କରିବା କାର୍ଯ୍ୟ ବାକି ରହିଛି । ସେଥିମଧ୍ୟରୁ ୮୮୫ଟି ଅସଂଯୋଜିତ ଗ୍ରାମକୁ ସଡ଼କ ସଂଯୋଗ କରିବା ପାଇଁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ମିଳିଛି ଓ କାର୍ଯ୍ୟ କରିବା ପାଇଁ ବିହିତ ପଦକ୍ଷେପ ନିଆଯାଇଛି । ତେବେ ବାକି ୨୧ଟି ଅସଂଯୋଜିତ ଗ୍ରାମ ଅଭୟାରଣ୍ୟ ଓ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବାରୁ ସଂଯୋଗୀକରଣ ହୋଇପାରୁନାହିଁ ବୋଲି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ସୂଚନା ଦେଇଛନ୍ତି । ବିଧାନସଭାରେ ବିଧାୟକ ମୋହନ ଚରଣ ମାଝୀ ରାଜ୍ୟରେ କୋର ନେଟୱାର୍କ ହିସାବରେ ଗ୍ରାମାଞ୍ଚଳକୁ ସଡ଼କ ସଂଯୋଗୀକରଣ ସମ୍ପର୍କରେ ଏକ ତାରକା ପ୍ରଶ୍ନ ପଚାରିଥିଲେ । ଏହାର ଉତରରେ ମନ୍ତ୍ରୀ ଶ୍ରୀ ସିଂ ରାଜ୍ୟରେ ନିର୍ମାଣ କାର୍ଯ୍ୟ ଚାଲୁଥିବା ରାସ୍ତାଗୁଡ଼ିକ ମାର୍ଚ୍ଚ ୨୦୨୦ ସୁଦ୍ଧା ସମ୍ପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି । ଏଥିପାଇଁ ୧୫୨୮.୨୮ କୋଟି ଟଙ୍କା ଆବଶ୍ୟକ ହେବ ବୋଲି ଜଣାପଡ଼ିଛି ।

ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ନିର୍ମିତ ୫ ବର୍ଷ ଅବଧି ପୂର୍ଣ୍ଣ ହୋଇଥିବା ସମୁଦାୟ ରାସ୍ତାର ଦୈର୍ଘ୍ୟ ୨୫୭୦୨ କିଲୋମିଟର ଅଟେ । ତନ୍ମଧ୍ୟରୁ ୧୦୬୦୪ କିଲୋମିଟର ରାସ୍ତାର ରକ୍ଷଣାବେକ୍ଷଣ କାର୍ଯ୍ୟ ୨୦୧୫-୧୬ ଆର୍ଥିକ ବର୍ଷ ଠାରୁ ୨୦୧୮-୧୯ ପର୍ଯ୍ୟନ୍ତ ପିରିୟଡିକ ମେଂଟେନାନ୍ସ ଜରିଆରେ ହାତକୁ ନିଆଯାଇଛି । ଅବଶିଷ୍ଟ ୧୫୦୯୮ କିଲୋମିଟର ରାସ୍ତାର ମରାମତି ପାଇଁ ୧୮୧୧.୭୩ କୋଟି ଟଙ୍କା ଆବଶ୍ୟକ ବୋଲି ମନ୍ତ୍ରୀ କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

କରୋନା ସମୟରେ ସ୍ୱାସ୍ଥ୍ୟ ସଚେତନତା ନେଇ ନେଇ ଉତ୍କଳ ବିକାଶ ପରିଷଦରର ଭରଚୁଆଲ ବୈଠକ

କଟକ, ୧୪/୦୬/୨୦୨୧ (ଓଡିଶା ସମାଚାର): କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ‘ଉତ୍କଳ ବିକାଶ ପରିଷଦ'(ଉବିପ)  ଆନୁକୂଲ୍ୟରେ କରୋନା ସମୟରେ …

Leave a Reply

Your email address will not be published. Required fields are marked *