Saturday , July 31 2021
Breaking News
Home / ତାଜା ଖବର / ୭,୨୧୬ ନୂତନ କରୋନା ସଂଙ୍କ୍ରମିତ ଚିହ୍ନଟ – ୩୩ ଜଣ ଙ୍କ ମୃତ୍ୟୁ

୭,୨୧୬ ନୂତନ କରୋନା ସଂଙ୍କ୍ରମିତ ଚିହ୍ନଟ – ୩୩ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୨୮/୦୫/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତକାଲି ଓ ଆଜି ଦୁଇ ଦିନ ହେଲା ନୂତନ କରୋନା ସଂଙ୍କ୍ରମିତଙ୍କ ସଂଖ୍ୟା କମୁଥିବା ଦେଖାଯାଉଛି । ଗତକାଲି ଦୈନିକ ସଂଙ୍କ୍ରମଣ ସଂଖ୍ୟା ୬,୭୩୬ ଥିବାବେଳେ ଆଜି ୭,୨୧୬ ନୂତନ କରୋନା ସଂଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪,୦୪୧ ଜଣ ସଙ୍ଗରୋଧ କେନ୍ଦ୍ରରେ ରହିଥିବା ବେଳେ ୩,୧୭୫ ଜଣ ସ୍ଥାନୀୟ ବାସିନ୍ଦା । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୪୦୯ଜଣ, ବାଲେଶ୍ୱର ଜିଲ୍ଲାରୁ ୨୧୫ଜଣ, ବରଗଡ଼ ଜିଲ୍ଲାରୁ ୩୩୧ଜଣ, ଭଦ୍ରକ ଜିଲ୍ଲାରୁ ୨୪୬ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୩୦ଜଣ, ବୌଦ୍ଧ ଜିଲ୍ଲାରୁ ୧୪୮ଜଣ, କଟକ ଜିଲ୍ଲାରୁ ୧୦୯୧ଜଣ, ଦେଓଗଡ଼ ଜିଲ୍ଲାରୁ ୬୮ଜଣ, ଢେଙ୍କାନାଳ ଜିଲ୍ଲାରୁ ୪୨୮ଜଣ, ଗଜପତି ଜିଲ୍ଲାରୁ ୩୮ଜଣ, ଗଞ୍ଜାମ ଜିଲ୍ଲାରୁ ୧୫୦ଜଣ, ଜଗତସିଂହପୁର ଜିଲ୍ଲାରୁ ୧୮୩ଜଣ , ଯାଜପୁର ଜିଲ୍ଲାରୁ ୨୪୧ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୬୪ଜଣ, କଳାହାଣ୍ଡି ଜିଲ୍ଲାରୁ ୧୫୦ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୪୮୭ଜଣ, କେନ୍ଦୁଝର ଜିଲ୍ଲାରୁ ୭୨ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୮୦୯ଜଣ, କୋରାପୁଟ ଜିଲ୍ଲାରୁ ୨୨୦ଜଣ, ମାଲକାନଗିରି ଜିଲ୍ଲାରୁ ୧୩୫ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୨୭ଜଣ, ନବରଙ୍ଗପୁର ଜିଲ୍ଲାରୁ ୨୪୨ଜଣ, ନୟାଗଡ଼ ଜିଲ୍ଲାରୁ ୧୬୪ଜଣ, ନୂଆପଡ଼ା ଜିଲ୍ଲାରୁ ୬୬ଜଣ, ପୁରୀ ଜିଲ୍ଲାରୁ ୧୧୦ଜଣ, ରାୟଗଡ଼ା ଜିଲ୍ଲାରୁ ୨୪୬ଜଣ, ସମ୍ବଲପୁର ଜିଲ୍ଲାରୁ ୨୪୧ଜଣ, ସୋନପୁର ଜିଲ୍ଲାରୁ ୭୪ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୮୪ଜଣ, ଷ୍ଟେଟ୍ ପୁଲ୍ ରୁ ୧୪୬ଜଣ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୩୯୯୫୫ କୁ ବୃଦ୍ଧି ପାଇଛି ।
ଅନ୍ୟ ପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ୩୩ ଜଣ କରୋନା ଆକ୍ରାନ୍ତ ଙ୍କର ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଛି । ମୃତକ ମାନଙ୍କ ମଧ୍ୟରେ ୨୨ ଜଣ ପୁରୁଷ ଓ ୧୧ ଜଣ ମହିଳା । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଅନୁଗୋଳରେ ସର୍ବାଧିକ ୫, ସୁନ୍ଦରଗଡ଼ରେ ୪, ବୌଦ୍ଧ, କଳାହାଣ୍ଡି, କେନ୍ଦୁଝର ଓଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ ଲେଖାଏ, ଗଜପତି, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରୁ ୨ ଜଣ ଲେଖାଏ, ଢେଙ୍କାନାଳ ଓ ନବରଙ୍ଗପୁରରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୬୫୧କୁ ବୃଦ୍ଧି ପାଇଛି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୭୩୯୯୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୬୩୫୧୭୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କରୋନାଜନିତ ମୃତ୍ୟୁ ସଂଖ୍ୟା ୨୬୫୧ ରେ ପହଂଚିଥିବାବେଳେ କରୋନା ସଂଙ୍କ୍ରମିତ ୫୩ ଜଣ ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଛନ୍ତି । ଆଉ ୧୦୨୦୭୨ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧିନ ଥିବାବେଳେ ଏବେ ସୁଦ୍ଧା ରାଜ୍ୟରେ ୧୧୫୯୬୭୫୩ସାମ୍ପୁଲ ଟେଷ୍ଟ୍ ହୋଇଛି । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୩୨ଟି ହୁଇଲ ଚେୟାର ଦାନ

କେନ୍ଦ୍ରାପଡ଼ା, ୩୧/୦୭/୨୦୨୧(ଓଡ଼ିଶା ସମାଚାର)-  ଭିଗାର୍ଡ ପକ୍ଷରୁ ଶୁକ୍ରବାର କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ହୁଇଲ ଚେୟାର ଦାନ କରାଯାଇଛି । …

Leave a Reply

Your email address will not be published. Required fields are marked *