Sunday , June 20 2021
Home / ସ୍ୱାସ୍ଥ୍ୟ / ୬ ମାସ ଭିତରେ ୩୭ ଡେଙ୍ଗୁ ରୋଗୀ ଚିହ୍ନଟ – ଯାଜପୁର, ବାଲେଶ୍ୱର ଓ କଟକ ଜିଲ୍ଲାରେ ସର୍ବାଧିକ

୬ ମାସ ଭିତରେ ୩୭ ଡେଙ୍ଗୁ ରୋଗୀ ଚିହ୍ନଟ – ଯାଜପୁର, ବାଲେଶ୍ୱର ଓ କଟକ ଜିଲ୍ଲାରେ ସର୍ବାଧିକ

ଭୁବନେଶ୍ୱର, ୨୩/୦୬/୨୦୧୯ (ଓଡ଼ିଶା ସମାଚାର)-ରାଜ୍ୟରେ ବର୍ତମାନ ଡେଙ୍ଗୁ ରୋଗୀ ସଂଖ୍ୟା ଚିହ୍ନଟ ହେବାରେ ଲାଗିଲାଣି । ସରକାରଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ସ୍ୱାସ୍ଥ୍ୟ ବିଭାଗ ଏହି ୬ମାସ ଭିତରେ ମୋଟ ୨୪୬୩ଟି ରକ୍ତ ନମୁନା ପରୀକ୍ଷା କରିଥିଲା । ସେଥିରୁ ବର୍ତମାନ ୩୭ଜଣ ଡେଙ୍ଗୁ ରୋଗୀ ଥିବା ସ୍ପଷ୍ଟ ହୋଇଛି । ରାଜ୍ୟରେ ୧୨ଟି ଜିଲ୍ଲାରୁ ୨୪୬୩ଟି ରକ୍ତ ନମୁନା ସଂଗ୍ରହ କରାଯାଇଥିଲା । ଜଗତସିଂହପୁର ଜିଲ୍ଲା ଓ ଖୋର୍ଦ୍ଧା ଜିଲ୍ଲାରେ ୨ଜଣ, ଯାଜପୁର, ବାଲେଶ୍ୱର ଓ କଟକ ଜିଲ୍ଲାରେ ୮ଜଣ ରୋଗୀ, କୋରାପୁଟରେ ୩ ଜଣ ରୋଗୀ ଅଛନ୍ତି । ସେହିପରି କେଉଁଝର, ନୟାଗଡ଼, ପୁରୀ, ଅନୁଗୁଳ,ଭଦ୍ରକ ଓ କେନ୍ଦ୍ରପଡ଼ାରେ ଜଣେ ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି । ଗତବର୍ଷ ୨୦୧୮ରେ ଜାନୁଆରୀଠାରୁ ଜୁନ୍ ମାସ ଭିତରେ ମୋଟ ୨୪୪୦ଟି ନମୁନା ପରୀକ୍ଷା କରାଯାଇଥିଲା । ସେଥିରୁ ୧୩୩ଜଣ ଡେଙ୍ଗୁରୋଗୀ ବୋଲି ଚିହ୍ନଟ ହୋଇଥିଲା । ହେଲେ ଚଳିତବର୍ଷ ଜାନୁଆରୀଠାରୁ ଜୁନ୍ ମଧ୍ୟରେ ୩୭ଟି ଚିହ୍ନଟ ହୋଇଛି । ଫଳରେ ଚଳିତବର୍ଷ ବହୁମାତ୍ରାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା କମିଛି । ଏଥିରୁ ସ୍ପଷ୍ଟ ହୋଇଛି ଯେ ସରକାରଙ୍କ ଉଦ୍ୟମ ଓ ଜନସାଧାରଣଙ୍କ ସଚେତନତା ପାଇଁ ଏହା ସଫଳ ହୋଇଛି । ଚଳିତ ଜୁନ୍ ମାସରେ ୪୩୦ଟି ରକ୍ତ ନମୁନା ପରୀକ୍ଷା କରାଯାଇଛି । ସେଥିମଧ୍ୟରୁ ୧୬ଟି ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଗତବର୍ଷ ତୁଳନାରେ ବହୁ ସଂଖ୍ୟାରେ ରୋଗୀଙ୍କ ସଂଖ୍ୟା କମିଛି । ଗତବର୍ଷ ଏହି ଜୁନ୍ ମାସରେ ୪୫୯ଟି ରକ୍ତ ନମୁନା ପରୀକ୍ଷା କରାଯାଇଥିଲା । ସେଥିମଧ୍ୟରୁ ୮୨ଟି ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲା । ବର୍ତର୍ମାନ ବର୍ଷାଋତୁ ଆରମ୍ଭ ହେଲା । ଏହି ଋତୁରେ ବିଶେଷ କରି ମଶା ବଂଶ ବୃଦ୍ଧି ପାଇଥାଏ । ଯଦି ଏବେଠୁ ଜନସାଧାରଣ ସତର୍କ ନହେବେ । ତାହଲେ ଡ଼େଙ୍ଗୁ, ମ୍ୟାଲେରିଆ, ଓ ଚିକେନ୍ଗୁନିଆ, ଜାପାନିଜ୍ ଏନ୍ସେଫାଲାଇଟିସ୍ ଆଦି ମାରାତ୍ମକ ରୋଗର ଶିକାର ହେବା ସ୍ୱାଭାବିକ । ରାଜ୍ୟ ଓ କେନ୍ଦ୍ର ସରକାର ଗତ କିଛି ବର୍ଷ ହେବ ମଶାଜନିତ ରୋଗରେ ଜନସାଧାରଣ ଯେପରି ଶିକାର ନହେବେ, ସେଥିପାଇଁ ଔଷଧୀୟ ମଶାରି ସାଙ୍ଗକୁ ବିଭିନ୍ନ ପ୍ରତିଷେଧ ବ୍ୟବସ୍ଥା ଗ୍ରହଣ କରିଛନ୍ତି । ଲୋକଙ୍କୁ ସଚେତନ କରାଯାଉଛି । ହେଲେ ବିଭିନ୍ନ ସମୟରେ ଜନସାଧାରଣ ନିଜେ ସଚେତନ ନହେବା କାରଣରୁ ଏହି ମଶାଜନିତ ରୋଗର ଶିକାର ହେଉଛନ୍ତି । ସେଥିପାଇଁ ଗତ ୧୭ ତାରିଖରୁ ତିନିମାସ ପର୍ଯ୍ୟନ୍ତ ରାଜ୍ୟର ୩୦ଟି ଜିଲ୍ଲା ଓ ୫ଟି ମହାନଗର ନିଗମ ଅଂଚଳରେ ମ୍ୟାଲେରିଆ, ଡେଙ୍ଗୁ ଓ ଡାଇରିଆ ସଚେତନତା ଅଭିଯାନ ଆରମ୍ଭ ହୋଇଛି । ଜୁନ୍ ୧୭ରୁ ସେପ୍ଟେମ୍ବର ୧୬ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଉଥିବା ଏହି ଅଭିଯାନରେ ରାଜ୍ୟର ୧.୦୪ କୋଟି ପରିବାର ଓ ୪୬.୨୮ ଲକ୍ଷ ଶିଶୁ ଉପକୃତ ହେବେ । ମ୍ୟାଲେରିଆ, ଡେଙ୍ଗୁ ଓ ଡାଇରିଆ କାରଣରୁ କେହି ଜଣେ ହେଲେ ବି ଯେପରି ମୃତ୍ୟୁବରଣ ନକରନ୍ତି ଏହି ଉଦ୍ଦେଶ୍ୟ ନେଇ ମ୍ୟାଲେରିଆ, ଡେଙ୍ଗୁ ଓ ଡାଇରିଆ (ଏମ୍ଡିଡି) ସଚେତନତା ଅଭିଯାନ ଆରମ୍ଭ ହୋଇଛି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୩,୮୦୬ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ – ୩୭ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୧୮/୦୬/୨୦୨୧(ଓଡ଼ିଶା ସମାଚାର/ ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ୩,୮୦୬ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *