Friday , June 25 2021
Breaking News
Home / ବିଶେଷ / ୬ ଦିନ ନିଖୋଜ ପରେ ବିଶ୍ୱଜିତର ମୃତ ଦେହ ଓ ଗାଡ଼ି ବଡ଼ପୋଖରୀଆ-କମାଗୁରୁ ରାସ୍ତାକଡ଼ରୁ ଉଦ୍ଧାର: ହତ୍ୟା ସନ୍ଦେହ

୬ ଦିନ ନିଖୋଜ ପରେ ବିଶ୍ୱଜିତର ମୃତ ଦେହ ଓ ଗାଡ଼ି ବଡ଼ପୋଖରୀଆ-କମାଗୁରୁ ରାସ୍ତାକଡ଼ରୁ ଉଦ୍ଧାର: ହତ୍ୟା ସନ୍ଦେହ

ନିରାକାରପୁର, ୦୬/୧୨/୨୦୨୦ (ଓଡ଼ିଶା ସମାଚାର)-୬ ଦିନ ହେବ ନିଖୋଜ ଥିବା ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଚମ୍ପାଗଡ଼ ଗ୍ରାମର ଦୁର୍ଯ୍ୟେଧନ ମହାରଣାଙ୍କ ପୁତ୍ର ବିଶ୍ୱଜିତ ମହାରଣା (୪୦ବର୍ଷ) ନିଖୋଜ ଥିବାବେଳେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ୧୬ନଂ ଜାତୀୟ ରାଜପଥ ବଡ଼ପୋଖାରୀଆ -କମାଗୁରୁ ରାସ୍ତା କଡ଼ରୁ ଶନିବାର ଉଦ୍ଧାର ହୋଇଛି । ଏହି ଘଟଣାକୁ ବିଶ୍ୱଜିତ ପରିବାର ଓ ଗ୍ରାମବାସୀମାନେ ସଂପୂର୍ଣ୍ଣ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି କହୁଥିବାବେଳେ ଜଙ୍କିଆ ପୋଲିସ ଏହାକୁ ଏକ ରାସ୍ତା ଦୁର୍ଘଟଣା ବୋଲି ସନ୍ଦେହ କରୁଛି । ସୂଚନଯୋଗ୍ୟ କି ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଚମ୍ପାଗଡ଼ ଗ୍ରାମର ବିଶ୍ୱଜିତ ମହାରଣା ଜଣେ କାଠ କାରିଗର । ସେ ଜଙ୍କିଆ ଥାନା ଟାେଙ୍କାଳ ଗ୍ରାମରେ ବିବାହ କରିଛନ୍ତି । ତାଙ୍କର ଦୁଇଟି ସନ୍ତାନ ବି ଅଛନ୍ତି । ବିଶ୍ୱଜିତ ଗତ ନଭେମ୍ବର ମାସ ୩୦ ତାରିଖ ସୋମବାର ଦିନ ଘରେ ଗଣ୍ଡେ ଖାଇ ନିଜ ପନôୀଙ୍କଠାରୁ ଟିଭି ରିଚାର୍ଜ କରିବା ପାଇଁ କିଛି ଟଙ୍କା ନେଇ ଦିନ ୧୧ଟା ସମୟରେ ଘରୁ ବାହାରିଥିଲେ । କିନ୍ତୁ ଉକ୍ତ ଦିନ ସନ୍ଧ୍ୟା ପର୍ଯ୍ୟନ୍ତ ସେ ଘରକୁ ନ ଫେରିବାରୁ ଘର ଲୋକ ତାର ମୋବାଇଲକୁ କଲ କରିଥିଲେ କିନ୍ତୁ ମୋବାଇଲ ରିଙ୍ଗ ହୋିଥିଲେ ବି ସେ ଉଠାଇ ନଥିଲା । ପରେ ୧ ତାରିଖରେ ବି ଫୋନ ରିଙ୍ଗ ହୋଇଥିଲା କିନ୍ତୁ ବିଶ୍ୱଜିତ ଫୋନ ଉଠାଇ ନଥିଲା । ୨ ତାରିଖ ୯ଟା ବେଳେ ମୋବାଇଲ ସୁଇଚ ଅପ ହେବା ପରେ ପରିବାର ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ଏ ନେଇ ବିଶ୍ୱଜିତର ସାନ ଭାଇ ବିଦ୍ୟାଧର ମହାରଣା ଚାନ୍ଦପୁର ଥାନାରେ ଭାଇର ନିଖୋଜ ସଂପର୍କରେ ଲିଖିତ ଅଭିଯୋଗ କରିଥିଲେ । ଶନିବାର କିନ୍ତୁ ବିଶ୍ୱଜିତର ମୃତ ଦେହ ଓ ନିଜର ବାଇକ ନଂ (ଓଡ଼ି୦୨ବିଏଫ ୯୩୮୬)୧୬ନଂ ଜାତୀୟ ରାଜପଥ ବଡ଼ପୋଖରୀଆ- କମାଗୁରୁ ରାସ୍ତା କଡ଼ ଏକ ପୋଲ ତଳେ ପଡ଼ିଥିବାର ଲୋକେ ଦେଖି ଜଙ୍କିଆ ପୋଲିସକୁ ଜଣାଇଥିଲେ । ଘଟଣାସ୍ଥଳରେ ପୋଲିସ ଆଇଆଇସି ସତ୍ୟବ୍ରତ ଲେଙ୍କା ଓ ଖୋର୍ଦ୍ଧା ଏସଡ଼ିପିଓ ସୁଶୀଲ କୁମାର ମିଶ୍ର ପହଂଚି ଛାନଭିନ କରିଥିବାବେଳେ ଗାଡ଼ିର ନମ୍ବରରୁ ବିଶ୍ୱଜିତର ଠିକଣା ପାଇ ତାଙ୍କ ପରିବାର ଲୋକଙ୍କୁ ଅବଗତ କରିଥିଲେ । ପରେ ସେଠାରେ ଏକ ଶୋକାକୁଳ ପରିବେଶ ସୃଷ୍ଠି ହୋଇଥିଲା । ବିଶ୍ୱଜିତ ପରିବାର ଲୋକେ ଏତେ ଦିନ ନିଖୋଜ ଥିବାବେଳେ ରାତିରେ କେହି ତାକୁ ହତ୍ୟା କରି ଏଠାରେ ପକାଇ ପଳାଇଥିବା କଥା କହୁଥିବାବେଳେ ତାଙ୍କୁ ଉଚିତ ନ୍ୟାୟ ପାଇଁ ଦାବି କରିଥିଲେ । ପୋଲିସ ଶବକୁ ଜବତ କରି ବ୍ୟବଛେଦ ପାଇଁ ଖୋର୍ଦ୍ଧା ପଠାଇ ଏକ ଅପମୃତ୍ୟୂ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ପୋଲିସର ତଦନ୍ତ ଓ ଶବ ବ୍ୟବଛେଦ ରିପୋର୍ଟରୁ ହିଁ ହତ୍ୟା କି ଦୁର୍ଘଟଣା ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି । ଓଡ଼ିଶା ସମାଚାର

About admin

Check Also

ନବକୃଷ୍ଣ ଚୌଧୁରୀ ଙ୍କ ଶ୍ରାଦ୍ଧ ଉତ୍ସବ ପାଳିତ

ଜଗତସିଂହପୁର ୨୪/୦୬/୨୦୨୧(ଓଡ଼ିଶା ସମାଚାର)- ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ସମାଜସେବୀ ଜଗତସିଂହପୁର ମାଟି ର ଯୋଗ୍ୟ ସନ୍ତାନ ,ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ  …

Leave a Reply

Your email address will not be published. Required fields are marked *