Sunday , June 20 2021
Home / ସ୍ୱାସ୍ଥ୍ୟ / ୬୬ ରେ ପହଂଚିଲା ଡ଼େଙ୍ଗୁ ପଜିଟିଭ୍ ସଂଖ୍ୟା

୬୬ ରେ ପହଂଚିଲା ଡ଼େଙ୍ଗୁ ପଜିଟିଭ୍ ସଂଖ୍ୟା

ବ୍ରହ୍ମପୁର, ୨୯/୦୮/୨୦୧୯(ଓଡ଼ିଶା ସମାଚାର)-ଗଂଜାମ ଜିଲାରେ ବୁଧବାର ଦିନ ପୁଣି ଆଉ ୫ ଜଣ ଡ଼େଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲାରେ ଡ଼େଙ୍ଗୁ ପଜିଟିଭ ସଂଖ୍ୟା ୬୬ ରେ ପହଂଚିଛି । ଏହି ୫ ଜଣ ଙ୍କ ମଧ୍ୟରୁ ୩ ଜଣ ବ୍ରହ୍ମପୁରର ହୋଇଥିବାବେଳେ ୨ ଜଣ ରାଜ୍ୟ ବାହାରୁ ଆସିଥିବା ଜିଲା ମ୍ୟାଲେରିଆ ଅଧିକାରୀ ଡ଼ଃ ଜଗଦିଶ ପଟ୍ଟନାୟକ ଙ୍କ ଠାରୁ ସୂଚନା ମିଳିଛି । ଡ଼େଙ୍ଗୁ ରୋଗୀଙ୍କ ପାଇଁ ବଡ଼ ମେଡ଼ିକାଲ ରେ ସ୍ୱତନ୍ତ୍ର ୱାର୍ଡ଼ ଖୋଲାଯାଇଥିବାବେଳେ ସିଟି ହସପିଟାଲ ରେ ମଧ୍ୟ ଆବଶ୍ୟକ ସୁବିଧା କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୩,୮୦୬ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ – ୩୭ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୧୮/୦୬/୨୦୨୧(ଓଡ଼ିଶା ସମାଚାର/ ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ୩,୮୦୬ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *