Friday , June 18 2021
Breaking News
Home / ରାଜନୀତି / ୬ରୁ କଂଗ୍ରେସର ସଦସ୍ୟ ଗ୍ରହଣ ଅଭିଯାନ

୬ରୁ କଂଗ୍ରେସର ସଦସ୍ୟ ଗ୍ରହଣ ଅଭିଯାନ

ଭୁବନେଶ୍ୱର,୦୩/୦୯/୨୦୧୯(ଓଡ଼ିଶା ସମାଚାର)-ସାଧାରଣ ନିର୍ବାଚନରେ ଶୋଚନୀୟ ଭାବେ ପରାଜୟ ବରଣ କରିଥିବା କଂଗ୍ରେସ ରାଜ୍ୟରେ ଦଳର ସାଂଗଠନିକ ସ୍ଥିତିକୁ ମଜବୁତକରିବା ପାଇଁ ଏବେ ଅନ୍ଟା ଭିଡ଼ିଛି  । ବିଜେପି ଓ ବିଜେଡିର ସଦସ୍ୟ ଗ୍ରହଣଅଭିଯାନ ପରେ ଏବେ କଂଗ୍ରେସ ଦଳର ପାଳି  । କଂଗ୍ରେସ ଆସନ୍ତା ୬ରୁ ସଦସ୍ୟଗ୍ରହଣ ଅଭିଯାନ ଆରମ୍ଭ କରିବା ନେଇ ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶକୁମାର ରାଉତରାୟ ସୂଚନା ଦେଇଛନ୍ତି  । ନିକଟରେ ହୋଇଥିବା ସାଧାରଣ ନିର୍ବାଚନରେ  ରାଜ୍ୟରେ କଂଗ୍ରେସ ଭଲ ପ୍ରଦର୍ଶନ କରି ପାରି ନଥିଲା  । ଲୋକସଭାରେ ଗୋଟିଏ ଓ ବିଧାନସଭାରେ ୯ଟି ଆସନରେ ବିଜୟୀ ହୋଇଥିଲା  । ତେଣୁ ବର୍ତମାନ ଓଡ଼ିଶାରେ ନିଜ ଦଳର ସାଙ୍ଗଠନିକ ସ୍ଥିତିକୁ ସୁଦୃଢ କରିବାକୁ ସଦସ୍ୟତା ଗ୍ରହଣ ଅଭିଯାନ ଆରମ୍ଭ କରିବାକୁ ଯାଉଛି  । କଂଗ୍ରେସର ଏହି ସଦସ୍ୟ ଗ୍ରହଣଅଭିଯାନ ଆସନ୍ତା ୬ରୁ ଆରମ୍ଭ ହେବ  । ରାଜ୍ୟରୁ ୫୦ରୁ ୬୦ଲକ୍ଷ ସଭ୍ୟ ସଂଗ୍ରହ କରିବାକୁ ଦଳ ଲକ୍ଷ୍ୟ ରଖିଛି ବୋଲି ଶ୍ରୀ ରାଉତରାୟ କହିଛନ୍ତି  । ବିଜେଡିର ସଦସ୍ୟ ଗ୍ରହଣ କାର୍ଯ୍ୟକ୍ରମରେ ଆଧାର ଲିଙ୍କ କରିବା ନାଁରେ ଭୋଟରଙ୍କୁ ଆକୃଷ୍ଟ କରାଯାଉଛି ବୋଲି କଡ଼ା ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ଶ୍ରୀ ରାଉତରାୟ  । ଏହା ସହ ଲୋକଙ୍କୁ ଭଣ୍ଡେଇ ବିଜେଡି ଓଡ଼ିଶାକୁ ଲୁଟ କରିବାକୁଉଦ୍ୟମ କରୁଛି ବୋଲି ସେ କହିଛନ୍ତି  । ଓଡ଼ିଶା ସମାଚାର

About admin

Check Also

ଭେନ୍ଟିଲେଟର୍ ଆମ୍ବୁଲାନ୍ସ ଓ ମୁକ୍ତିରଥ ସେବା ଆରମ୍ଭ

ପାରାଦୀପ,୧୫/୦୬/୨୦୨୧(ଓଡ଼ିଶା ସମାଚାର)-ପାରାଦୀପ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ପାଇଁ ବିଜେପ ନେତା ତଥା ସମାଜସେବୀ ସଂପଦ ସ୍ୱାଇଁ ଜୁନ ୭ତାରିଖରୁ ଆରମ୍ଭ …

Leave a Reply

Your email address will not be published. Required fields are marked *