Monday , June 21 2021
Breaking News
Home / ତାଜା ଖବର / ୫ ବର୍ଷ ପରେ ଅପହୃତ ନାବାଳକ ଉଦ୍ଧାର, ୨ ଗିରଫ

୫ ବର୍ଷ ପରେ ଅପହୃତ ନାବାଳକ ଉଦ୍ଧାର, ୨ ଗିରଫ

ରାଉରକେଲା, ୦୭/୦୮/୨୦୧୯(ଓଡ଼ିଶା ସମାଚାର)- ରାଉରକେଲାରେ ଘଟିଛି ଏକ ଅମାନବୀୟ ଘଟଣା । ପ୍ରାୟ ୫ବର୍ଷ ପରେ ଏକ ବନ୍ଦ ଘରୁ ପ୍ଲାଂଟସାଇଟ ଥାନା ଅନ୍ତର୍ଗତ ଗୋପବନ୍ଧୁପାଲ୍ଲୀ ଅଂଚଳର ଜଣେ ନାବଳକ ଉଦ୍ଧାର ହୋଇଛି । ପୁଲିସ ଏହି ଘଟଣାରେ ପ୍ରଭାତ ପଣ୍ଡା ଓ କିରଣଜିତ ଚକ୍ରବର୍ତି ନାମକ ୨ ଜଣ ଯୁବକଙ୍କୁ ଗିରଫ କରିଛି । ମିଳିଥିବା ସୂଚନା ଅନୁଯାୟୀ ଏହି ନାବାଳକ ଜଣଙ୍କ ରାଉରକେଲା ରେଳଷ୍ଟସନ ଅଂଚଳରେ ବୁଲାବୁଲି କରୁଥିବା ବେଳେ, ଏହି ୨ଯୁବକ ନାବାଳକ ଜଣଙ୍କୁ ବାଇକରେ ବସାଇ ଅପହରଣ କରି ନେଇ ଆସିଥିଲେ । ଏହାପରେ ସେମାନେ ନାବାଳକ ଜଣଙ୍କୁ ସେକ୍ଟର-୧ର ବି/୪୯ କ୍ୱାର୍ଟରରେ ବନ୍ଦୀ କରି ରଖିଥିଲେ । ନାବାଳକ ଜଣଙ୍କୁ ସେହି ଘରେ ରହିଥିବା ପ୍ରାୟ ୧୦୦ଟି ବିଦେଶୀ କୁକୁରଙ୍କ ରକ୍ଷଣବେକ୍ଷଣ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା । କାର୍ଯ୍ୟ ନକଲେ ତାକୁ ମାଡ଼ ମରାଯାଉଥିବା ବେଳେ ଚେଙ୍କ ମଧ୍ୟ ଦିଆଯାଉଥିଲା । ଏହି ଘଟଣା ସମ୍ପର୍କରେ ସେକ୍ଟର-୩ ଥାନା ପୁଲିସ କୌଣସି ସୂତ୍ରରୁ ଖବର ପାଇବା ପରେ ନାବାଳକଙ୍କୁ ଉଦ୍ଧାର କରିବା ସହିତ ୨ଯୁବକଙ୍କୁ ଗିରଫ କରିଛି । ପୁଲିସ ୨ଟି ବାଇକ ଓ କାର ଜବତ କରିଛି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୩,୮୦୬ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ – ୩୭ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୧୮/୦୬/୨୦୨୧(ଓଡ଼ିଶା ସମାଚାର/ ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ୩,୮୦୬ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *