Thursday , June 24 2021
Breaking News
Home / ରାଜନୀତି / ୫୦ ରାଷ୍ଟ୍ରାୟତ ଉଦ୍ୟୋଗର ଘରୋଇକରଣ ବିରୁଦ୍ଧରେ ଏଆଇୟୁଟିୟୁସି ପକ୍ଷରୁ ପ୍ରତିବାଦ

୫୦ ରାଷ୍ଟ୍ରାୟତ ଉଦ୍ୟୋଗର ଘରୋଇକରଣ ବିରୁଦ୍ଧରେ ଏଆଇୟୁଟିୟୁସି ପକ୍ଷରୁ ପ୍ରତିବାଦ

 

ଅନୁଗୁଳ, ୧୫/୦୬/୨୦୧୯ (ଓଡ଼ିଶା ସମାଚାର)- ଲାଭଦାୟକ ରାଷ୍ଟ୍ରାୟତ ଉଦ୍ୟୋଗ ନବରତ୍ନ ନାଲକୋ ସମେତ ୫୦ଟି ସରକାରୀ ଉଦ୍ୟୋଗରୁ ପୁଞ୍ଜି ପ୍ରତ୍ୟାହାର ବିରୁଦ୍ଧରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଅଲ୍ ଇଣ୍ଡିଆ ୟୁନାଇଟେଡ୍ ଟ୍ରେଡ୍ ୟୁନିୟନ୍ ସେଂଟର (ଏ.ଆଇ.ୟୁ.ଟି.ୟୁ.ସି.) ପକ୍ଷରୁ ନାଲକୋ ମେନ୍ଗେଟ୍ ସମ୍ମୁଖରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଏ.ଆଇ.ୟୁ.ଟି.ୟୁ.ସି. ଜିଲ୍ଲା ସମ୍ପାଦକ ବ୍ରଜବନ୍ଧୁ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଏ.ଆଇ.ୟୁ.ଟି.ୟୁ.ସି. ରାଜ୍ୟ ଉପସଭାପତି ଭିକାରୀ ପ୍ରଧାନ, ଜିଲ୍ଲା ସଭାପତି ପ୍ରହଲ୍ଲାଦ ଚନ୍ଦ୍ର ସାହୁ, ଜିଲ୍ଲା ସମ୍ପଦକ ମଣ୍ଡଳୀ ସଭ୍ୟ ତୀର୍ଥବାସୀ ଭୋଇ, ଟୁନା ନାଏକ, ଦୁଃଖିଶ୍ୟାମ ମଲ୍ଲିକ, ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ) ଜିଲ୍ଲା କମିଟି ସଭ୍ୟ ନବକିଶୋର ପ୍ରଧାନ, ସଞ୍ଜୟ ସାହୁ ପ୍ରମୁଖ ବକ୍ତବ୍ୟ ଦେଇ ଦେଶର ବୃହତ କର୍ପୋରେଟ୍ ଜଗତର ଆଶୀର୍ବାଦରେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରି କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେତୃତ୍ୱାଧିନ ବିଜେପି ପରିଚାଳିତ ଏନ୍.ଡି.ଏ ସରକାର ନିରକୁଂଶ ସଂଖ୍ୟାଗରିଷ୍ଠତା ହାସଲ କରି କ୍ଷମତା ଦଖଲ କରିଛନ୍ତି । କ୍ଷମତାସୀନ ହେଉ ହେଉ ଦେଶୀ ବିଦେଶୀ କମ୍ପାନୀମାନଙ୍କ ଲାଭର ପାହାଡ ସୃଷ୍ଟି ପାଇଁ ଲାଭଦାୟକ ରାଷ୍ଟ୍ରାୟତ ଉଦ୍ୟୋଗ ନାଲକୋ, ଏନ୍.ଟି.ପି.ସି., ଏମ୍.ସି.ଏଲ୍ ସମେତ ୫୦ଟି ରାଷ୍ଟ୍ରାୟତ ଉଜ୍ୟୋଗରୁ ପୁଞ୍ଜି ପ୍ରତ୍ୟାହାର କରି ଘରୋଇକରଣ କରିବା ପାଇଁ ୧୦୦ଦିନର ଏଜେଣ୍ଡାରେ ଘୋଷଣା କରିଛନ୍ତି । ଲାଭଦାୟକ ନାଲକୋ ଘରୋଇକରଣ କରାଗଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ହଜାର ହଜାର କୋଟି ଟଙ୍କା ରାଜସ୍ୱ ହରାଇବା ସହିତ ଏଥିରେ କାର୍ଯ୍ୟରତ ହଜାର ହଜାର ସ୍ଥାୟୀ ଓ ଠିକା ଶ୍ରମିକ କର୍ମଚାରୀଙ୍କ ଚାକିରୀର ନିରାପତା ସମ୍ପୂର୍ଣ୍ଣଭାବେ ଚାଲିଯିବ ବୋଲି ସେମାନେ ପ୍ରକାଶ କରିଥିଲେ । ଓଡ଼ିଶା ସମାଚାର

About admin

Check Also

କନ୍ଧମାଳ ଛାତ୍ର କଂଗ୍ରେସ ତରଫରୁ ରାହୁଲ୍ ଗାନ୍ଧୀଙ୍କ ୫୧ ତମ ଜନ୍ମଦିନ ପାଳନ 

କନ୍ଧମାଳ,୨୦/୦୬/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ଯୁବକ ଓ ଛାତ୍ର ମାନଙ୍କର ଆଦର୍ଶ ଅଖିଳ ଭାରତୀୟ ଜାତୀୟ କଂଗ୍ରେସ ର ପୂର୍ବତନ …

Leave a Reply

Your email address will not be published. Required fields are marked *