Sunday , June 13 2021
Breaking News
Home / ବିଶେଷ / ୫ଦିନ ପୂର୍ବରୁ ବିଧାନସଭା ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି

୫ଦିନ ପୂର୍ବରୁ ବିଧାନସଭା ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି

ଭୁବନେଶ୍ୱର,୦୪/୦୮/୨୦୧୯ ( ଓଡ଼ିଶା ସମାଚାର)- ଗତଜୁନ୍ ମାସ ୨୫ ତାରିଖ ଠାରୁ ଆରମ୍ଭ ହୋଇଥିବା ଓଡିଶା ଷୋଡଶବିଧାନସଭାର ପ୍ରଥମ ଅଧିବେଶନରବୈଠକ ୩୧ ଦିନ ପାଇଁ ବସିବାରଥିଲେ ହେଁ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ନ ଥିବାରୁ ଅବଧିର ୫ ଦିନଆଗରୁ ବନ୍ଦ କରି ଦିଆଯାଇଛି । ଚଳିତ ଅଧିବେଶନ ଅଗଷ୍ଟ ୮ ତାରିଖରେଶେଷ ହେବା ପାଇଁ କାର୍ଯ୍ୟସୂଚୀରେ ଉଲ୍ଲେଖ ରହିଥିଲା । ଶାସକ ଦଳର ସଭ୍ୟ ପ୍ରତାପ ଦେବ ଆଗୁଆ ବନ୍ଦ କରିବା ପାଇଁ ଏକ ପ୍ରସ୍ତାବ ଆଗତ କରିଥିଲେ । ପ୍ରଫୁଲ୍ଲ ସାମଲ ଓ ଅଶ୍ୱିନୀ ପାତ୍ର ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ । ଏହାକୁ ବିଚାରକୁ ନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ଅନିର୍ଦ୍ଦିଷ୍ଟ କାଳପାଇଁ ବନ୍ଦ ରହିଲା ବୋଲି ଘୋଷଣା କରିଥିଲେ । ଜୁନ୍ ୨୮ ତାରିଖରେ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୧ଲକ୍ଷ ୩୯ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଥିଲେ । ଏହି ଅଧିବେଶନ ୨ ଟି ପର୍ଯ୍ୟାୟରେ ହୋଇଥିଲା । ପ୍ରଥମ ପର୍ଯ୍ୟାୟ ଜୁନ୍୨୫ରୁ ଜୁଲାଇ ୨ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଜୁଲାଇ ୧୨ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୩ ତାରିଖପର୍ଯ୍ୟନ୍ତ ଚାଲିଥିଲା । ଜୁଲାଇ ୧ ଓ ୨ରେ ଦୁଇ ଦିନ ଧରି ବଜେଟ୍ ଉପରେ ସାଧାରଣ ଆଲୋଚନା କରାଯାଇଥିଲା ।ଜୁଲାଇ ୩ ରୁ ୧୧ ତାରିଖ ୯ ଦିନଧରି ବିଧାନସଭାର ବୈଠକ ବସିନଥିଲା । ସେହି ସମୟରେ ବିଧାନସଭା ଷ୍ଟାଣ୍ଡିଂ କମିଟି ଗୁଡିକର ବୈଠକ ବସି ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ର ଯାଂଚ କରିଥିଲେ । ଜୁଲାଇ ୧୨ ତାରିଖ ରେ କମିଟିର ଅଧ୍ୟକ୍ଷ ମାନେ ଯାଂଚ ରିପୋର୍ଟ ପ୍ରଦାନ କରିଥିଲେ । ଏହା ବ୍ୟତୀତ୨୦୧୯-୨୦ ବର୍ଷର ଓଙ୍ଗିଶା କଂଟିଜେନ୍ସି ଫଣ୍ଡ (ଆକସ୍ମିକ ପାଣ୍ଠି)ରୁ ନିଆଯାଇଥିବା ଅର୍ଥ ସଂକ୍ରାନ୍ତୀୟ ରିପୋର୍ଟ ଉପସ୍ଥାପନ କରାଯାଇଥିଲା ।ଜୁଲାଇ ୧୫ ତାରିଖ ଠାରୁ ୧୪ ଦିନଧରି ବିଭିନ୍ନ ବିଭାଗର ଖର୍ଚ୍ଚ ଦାବିଉପରେ ଆଲୋଚନା କରିବା ପାଇଁଧାର୍ଯ୍ୟ ହୋଇଥିଲେ ହେଁ ୧୩ ଦିନ ଧରି ଆଲୋଚନା ହୋଇଥିଲା । ବିରୋଧିଦଳର ହଟ୍ଟଗୋଳ ଯୋଗୁଁ ବିଦ୍ୟାଳୟ ଗଣଶିକ୍ଷା ଏବଂ ଉଚ୍ଚ ଶିକ୍ଷା ବିଭାଗର ଖର୍ଚ୍ଚଦାବି ଆଲୋଚନା ହୋଇ ନ ପାରି ଗିଲୋଟିନକୁ ପଠାଇ ଦିଆଯାଇଥିଲା । ଅନାଲୋଚିତ ହୋଇଥିôବା ବିଧାନସଭା ସମେତ ୨୪ ଟି ବିଭାଗର ଖର୍ଚ୍ଚ ଦାବି ଗିଲୋଟିନ ଦ୍ୱାରା ଗୃହୀତ ହୋଇଥିଲା ।୧୯ଟି ବିଭାଗର ଖର୍ଚ୍ଚ ଦାବି ବିଧିବଦ୍ଧ ଭାବେ ଆଲୋଚନା କରାଯାଇ ପାରିତ ହୋଇଥିଲା । ୩୧ ତାରିଖ ଦିନ୨୦୧୯-୨୦ ବର୍ଷର ବଜେଟ୍ ସଂକ୍ରାନ୍ତୀୟ ବ୍ୟୟ ମଂଜୁରୀ ବିଲ୍ ଆଗତ ହୋଇଏହା ଉପରେ ଆଲୋଚନା କରାଯାଇ ପାରିତ ହୋଇଥିଲା ।ସେହିପରି ଅଗଷ୍ଟ ୧ ଓ ୨ ତାରିଖରେ ଆବଶ୍ୟକ ଖର୍ଚ୍ଚକୁ ମେଂଟାଇବା ପାଇଁ ଆକସ୍ମିକ ପାଣ୍ଠିରୁ ରାଜସ୍ୱ ବିଭାଗ, କୃଷିବିଭାଗ, ପଂଚାୟତିରାଜ ବିଭାଗ ନେଇଥିବା ଅର୍ଥର ଭରଣା କରିବା ପାଇଁ ସମ୍ମତି ଦିଆଯାଇଥିଲା । ଏହି ଅଧିବେଶନ କାଳରେ ସମୁଦାୟ୨୦୦୪ଟି ତାରକା ଚିହ୍ନିତ ପ୍ରଶ୍ନ ନୋଟିସ ଗ୍ରହଣ କରାଯାଇଥିଲେ ହେଁ୧୦୧ ଟି ଚିହ୍ନିତ ପ୍ରଶ୍ନର ମୌଖିକ ଉତର ହୋଇଥିଲା । ସେହିପରି୨୪୧୬ଟି ଅଣ ତାରକା ଚିହ୍ନିତ ପ୍ରଶ୍ନ ନୋଟିସ ଗ୍ରହଣ ହୋଇଥିଲା ବେଳେ୨୯୯୪ଟି ଅଣତାରକା ଚିହ୍ନିତ ପ୍ରଶ୍ନ ଉପସ୍ଥାପନ କରାଯାଇଥିଲା । ୧୨ଟି ମୂଲତବୀ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିବା ବେଳେ ୩ଟି ଦୃଷ୍ଟି ଆକର୍ଷଣକାରୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ୧୪୮ଟି କାଗଜ ଉପସ୍ଥାପନ ଓ ପୁନଃ ଉପସ୍ଥାପନ, ୬ଟି ବିବରଣୀ ପ୍ରଦାନ,୧୯ଟି ବାର୍ଷିକ ରିପୋର୍ଟ ଉପସ୍ଥାପନ,୪୩ଟି କମିଟି ରିପୋର୍ଟ ଉପସ୍ଥାପନ,୫ଟି ସରକାରୀ ବିଲ୍ ପାରିତ ହୋଇଥିଲା ୬୭ଟି ନିବେଦନ ଉତଥାପନ କରାଯାଇଥିଲା । ଶେଷ ଦିବସରେ ବାଚସ୍ପତି ନିଜ ଅଧ୍ୟକ୍ଷତାରେ ଗଠିତ ହୋଇଥିବା ୯ଟି ଗୃହ କମିଟି ଘୋଷଣା କରିଥିଲେ । ସେଗୁଡ଼ିକ ହେଲା -ରେଲୱେ, କମ୍ପ୍ୟୁଟର, ଶକ୍ତି, ମହାନଦୀ,ଭାଷା, ସୀମା ବିବାଦ, ପୋଲାଭରମ । ଉପବାଚସ୍ପତି ରଜନୀକାନ୍ତ ସିଂଙ୍କ ଅଧ୍ୟକ୍ଷତାରେ ସୁଖ ସ୍ୱାଚ୍ଛନ୍ଦ୍ୟ ଗୃହ କମିଟି, ଉଷା ଦେବୀଙ୍କ ଅଧ୍ୟକ୍ଷତାରେ ନାରୀ କଲ୍ୟାଣ କମିଟି, ବିଧାୟକ ଡା.ପ୍ରମୋଦ ମଲ୍ଲିକ ଙ୍କର ଅଧ୍ୟକ୍ଷତାରେ ସବମିଶନ କମିଟି, ବିଧାୟକ ଅମର ପ୍ରସାଦ ଶତପଥିଙ୍କ ଅଧ୍ୟକ୍ଷତାରେ ସଦାଚାର କମିଟି, ବିଧାୟକ ପ୍ରଦୀପ ମହାରଥିଙ୍କ ଅଧ୍ୟକ୍ଷତାରେ ଲାଇବ୍ରେରୀ କମିଟି ଗଠନ ସମ୍ପର୍କରେ ଘୋଷଣା ହୋଇଥିଲା । ଓଡ଼ିଶା ସମାଚାର

About admin

Check Also

ଦଳିତବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ ଅବରୋଧ ଅଭିଯୋଗ

କେନ୍ଦ୍ରାପଡ଼ା, ୧୨/୦୬/୨୦୨୧(ଓଡ଼ିଶା ସମାଚାର)-ଜନୈକ ଦଳିତ ସଂପ୍ରଦାୟର ବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ କେତେକ ସବର୍ଣ୍ଣ ସଂପ୍ରଦାୟର ଲୋକ ଅବରୋଧ କରିବା …

Leave a Reply

Your email address will not be published. Required fields are marked *