Thursday , June 24 2021
Breaking News
Home / ତାଜା ଖବର / ୫ଆନ୍ତଜିଲ୍ଲା କୁଖ୍ୟାତ ଡକାୟତ ଗରିଫ

୫ଆନ୍ତଜିଲ୍ଲା କୁଖ୍ୟାତ ଡକାୟତ ଗରିଫ

ପାରାଦ୍ୱୀପ,୦୪/୦୮/୨୦୧୯ ( ଓଡ଼ିଶା ସମାଚାର /ଦୀପକ କୁମାର ଦାସ)- କୁଜଙ୍ଗ ଓ ଏରସମା ଅଂଚଳରେ ଦିନଦ୍ୱିପହରରେ ଲୁଟ୍ କରି ଫେରାର ହୋଇଯାଇଥିବା ୫ ଆନ୍ତଃଜିଲ୍ଲା ଡକାୟତଙ୍କୁ ଗରିଫ କରିବାରେ ସଫଳ ହୋଇଛି ପୋଲିସ । ଘଟଣାରୁ ପ୍ରକାଶ ଯେ, ଜୁଲାଇ ମାସ ୨୪ରେ ଏରସମା ଅଂଚଳ ଓ ଜୁଲାଇ ୨୯ ତାରିଖରେ କୁଜଙ୍ଗ ଅଂଚଳରୁ ଦୁଇ ଶିକ୍ଷୟତ୍ରୀଙ୍କୁ ସୁନାଚେନ୍ ଲୁଟ୍ କରି ଫେରାର ହୋଇଯାଇଥିଲେ ଅପରାଧି । ଯାହାକି ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । ଜିଲ୍ଲା ପୋଲିସ ପକ୍ଷରୁ ପାରାଦ୍ୱୀପର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଷ୍ଣୁଚରଣ ମିଶ୍ରଙ୍କ ତତ୍ୱାବଧାନରେ ଏକ ଟିମ୍ ଓ ଏକ ସ୍ପେଷାଲ ସ୍କାର୍ଡ ଅଭିଯୁକ୍ତଙ୍କୁ ଧରିବା ପାଇଁ ଗଠିତ ହୋଇଥିଲା । ଗତ ୩ ତାରିଖ ବିଳମ୍ବିତ ରାତିରେ ଅଭୟଚାନ୍ଦପୁର କ ଥାନା ଅଧିନସ୍ଥ ରଙ୍ଗିଆଗଡ ପୋଲ ନିକଟରେ ୫ଜଣ ଅପରାଧି ଡକାୟତି ଯୋଜନା କରୁଥିବା ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଚିନ୍ମୟ ତରାଇ, ସୁଜିତ୍ କୁମାର ସାମଲ, ସୁଶୀଲ ବେହେରା, ମହମ୍ମଦ ଇମ୍ରାନ୍ ଓ ସେକ ରହିମ୍ଙ୍କୁ ଗିରଫ କରିଥିବା ରବିବାର ଦିନ ଅଭୟଚାନ୍ଦପୁର ଥାନାରେ ଗଣମାଧ୍ୟମକୁ ପାରାଦ୍ୱୀପ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି । ଅଭିଯୁକ୍ତଙ୍କ ନିକଟରୁ ଏକ ଲାପ୍ଟପ୍, ୬ଟି ଆଣ୍ଡ୍ରଏଡ୍ ଫୋନ, ୪୭ଗ୍ରାମ ସୁନା ଅଳଙ୍କାର ଉଦ୍ଧାର କରିବା ସହ ଦୁଇଟି ଜୀବନ୍ତ ଗୁଳି, ଗୋଟିଏ କଟୁରୀ, ଦୁଇଟି ମୋଟର ସାଇକେଲ ଜବତ କରାଯାଇଥିବା ପୋଲିସ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିିରୁ ଜଣାପଡିଛି । ଏହି ଅଭିଯୁକ୍ତ ମାନଙ୍କ ନାମରେ ଜଗତସିଂହପୁର , କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲାର ବିଭିନ୍ନ ଥାନାରେ ମାମଲା୍ ଥିବା ପୋଲିସ ସୂତ୍ରରୁ ଜଣାପଡିିଛି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୦୩୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ- ୪୩ ଜଣ କରୋନା ଆକ୍ରାନ୍ତ ଙ୍କ ମୃତ୍ୟୁ

ଭୁବନେଶ୍ୱର,୨୧/୦୬/୨୦୨୧(ଓଡ଼ିଶା ସମାଚାର/ ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୦୩୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ …

Leave a Reply

Your email address will not be published. Required fields are marked *