Thursday , June 24 2021
Breaking News
Home / ତାଜା ଖବର / ୪ ଆନ୍ତରାଜ୍ୟ ଚୋର ଗିରଫ – ୬ କାର ଉଦ୍ଧାର

୪ ଆନ୍ତରାଜ୍ୟ ଚୋର ଗିରଫ – ୬ କାର ଉଦ୍ଧାର

କଟକ, ୦୬/୦୭/୨୦୧୯ (ଓଡ଼ିଶା ସମାଚାର /ଦୀପ୍ତି ରଂଜନ କାନୁନଗୋ)- ସଦର ଥାନା ପୋଲିସ ଏକ ଆନ୍ତରାଜ୍ୟ ଚୋର ଦଳକୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ୬ ଟି କାର ଜବତ କରିଛି । ଥାନା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବାଲିକୁଦା ଅଂଚଳର ସୁବାସ ଚନ୍ଦ୍ର ବେହେରାଙ୍କର ଏକ କାର ଚୋରୀ ହୋଇଥିବା ଅଭିଯୋଗ ହେବା ପରେ ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । କୌଣସି ସୂତ୍ରରୁ ପୋଲିସ୍ ସୂଚନା ପାଇ ବାଲେଶ୍ୱରରୁ ୩ ଜଣ ଓ କଟକରୁ ଜଣକୁ ଗିରଫ କରିଥିଲା । ସେମାନଙ୍କ ତଥ୍ୟ ଆଧାରରେ କଲିକତାରୁ ୪ ଟି ଓ କଟକରୁ ୨ ଟି କାର ଉଦ୍ଧାର କରିଛି । ଗିରଫ ଅଭିଯୁକ୍ତମାନେ ଉତରପ୍ରଦେଶ ପ୍ରତାପଗଡ଼ ଜିଲା ଅନ୍ତର୍ଗତ ଗୋପାଳପୁର ଗ୍ରାମର ୱାରିଶ ଅଲୀ ଖାଁ , ମହମ୍ମଦ ମୋକିମ , ପଶ୍ଚିମବଙ୍ଗ ହାୱଡ଼ା ଜିଲା ବଲି ଅଂଚଳର ଶ୍ରୀକାନ୍ତ ଶର୍ମା ଓ କଟକ ମହାନଦୀବିହାର ଅଂଚଳର ଶଶାଙ୍କ ଶେଖର ପତି । ସେମାନଙ୍କ ଠାରୁ ୬ ଟି ମୋବାଇଲ ଫୋନ୍,ସ୍ୱିଫ୍ଟି, ଇନୋଭା,ଟ୍ରାଭେରା,ବିଟ,ବୋଲେରୋ ଏବଂ ହୋଣ୍ଡା କାର ଉଦ୍ଧାର କରାଯାଇଛି । ମହମ୍ମଦ ମୋକିମ ଓରଫ ଚାଚା ହେଉଛି ଏହି ଗ୍ୟାଙ୍ଗ ର ମାଷ୍ଟର ମାଇଣ୍ଡ । ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗତ ୧ ତାରିଖ ଦିନ ଅନ୍ୟ ୪ ଜଣ ଆନ୍ତ ରାଜ୍ୟ କାର ଚୋର ଙ୍କୁ ଧରି ୩ ଟି କାର ଉଦ୍ଧାର କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୦୩୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ- ୪୩ ଜଣ କରୋନା ଆକ୍ରାନ୍ତ ଙ୍କ ମୃତ୍ୟୁ

ଭୁବନେଶ୍ୱର,୨୧/୦୬/୨୦୨୧(ଓଡ଼ିଶା ସମାଚାର/ ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୦୩୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ …

Leave a Reply

Your email address will not be published. Required fields are marked *