Wednesday , June 16 2021
Breaking News
Home / ସ୍ୱାସ୍ଥ୍ୟ / ୪୮୫୧ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ – ୫ ଜଣଙ୍କ ମୃତ୍ୟୁ

୪୮୫୧ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ – ୫ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର, ୨୧/୦୪/୨୦୨୧(ଓଡ଼ିଶା ସମାଚାର)- ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୪୮୫୧ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୫୮କୁ ବୃଦ୍ଧି ପାଇଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୩୮୨୩୧୫ରେ ପହଞ୍ଚିଛି ।
ଗତ ୨୪ ଘଣ୍ଟା ମଧ୍ୟରେ ୪୮୫୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୮୨୩୧୫ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୮୧୪ ଜଣ ସଙ୍ଗରୋଧ କେନ୍ଦ୍ରରେ ରହିଥିବା ବେଳେ ୨୦୩୭ଜଣ ସ୍ଥାନୀୟ ବାସିନ୍ଦା ।ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୧୧ଜଣ, ବାଲେଶ୍ୱର ଜିଲ୍ଲାରୁ ୫୨ଜଣ, ବରଗଡ଼ ଜିଲ୍ଲାରୁ ୩୧୮ଜଣ, ଭଦ୍ରକ ଜିଲ୍ଲାରୁ ୭୩ଜଣ, ବଲାଙ୍ଗୀର ଜିଲ୍ଲାରୁ ୨୨୭ଜଣ, ବୌଦ୍ଧ ଜିଲ୍ଲାରୁ ୨୨ଜଣ, କଟକ ଜିଲ୍ଲାରୁ ୩୦୪ଜଣ, ଦେଓଗଡ଼ ଜିଲ୍ଲାରୁ ୩୫ଜଣ, ଢେଙ୍କାନାଳ ଜିଲ୍ଲାରୁ ୩୧ଜଣ, ଗଜପତି ଜିଲ୍ଲାରୁ ୩୫ଜଣ, ଗଞ୍ଜାମ ଜିଲ୍ଲାରୁ ୧୫୧ଜଣ, ଜଗତସିଂହପୁର ଜିଲ୍ଲାରୁ ୩୯ଜଣ, ଯାଜପୁର ଜିଲ୍ଲାରୁ ୬୪ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୨୯୦ଜଣ, କଳାହାଣ୍ଡି ଜିଲ୍ଲାରୁ ୭୯ଜଣ, କନ୍ଧମାଳ ଜିଲ୍ଲାରୁ ୨୭ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୫୮ଜଣ, କେନ୍ଦୁଝର ଜିଲ୍ଲାରୁ ୧୬୬ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୭୦୩ଜଣ, କୋରାପୁଟ ଜିଲ୍ଲାରୁ ୬୨ଜଣ, ମାଲକାନଗିରି ଜିଲ୍ଲାରୁ ୩୧ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୭୮ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୯୪ଜଣ, ନୟାଗଡ଼ ଜିଲ୍ଲାରୁ ୬୬ଜଣ, ନୂଆପଡ଼ା ଜିଲ୍ଲାରୁ ୪୮୬ଜଣ, ପୁରୀ ଜିଲ୍ଲାରୁ ୨୨୩ଜଣ, ରାୟଗଡ଼ା ଜିଲ୍ଲାରୁ ୮୫ଜଣ, ସମ୍ବଲପୁର ଜିଲ୍ଲାରୁ ୧୭୧ଜଣ, ସୋନପୁର ଜିଲ୍ଲାରୁ ୯ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୫୧୬ଜଣ, ଷ୍ଟେଟ୍ ପୁଲ୍ରୁ ୧୪୫ଜଣ ରହିଛନ୍ତି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୮୨୩୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୪୯୩୭୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କରୋନା ଯୋଗୁଁ ୧୯୫୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି । ଆଉ ୩୦୯୨୭ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧିନ ଅଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୯୭୦୬୯୪୯ ସାମ୍ପୁଲ ଟେଷ୍ଟ୍ ହୋଇଛି । ଓଡ଼ିଶା ସମାଚାର

About admin

Check Also

୧୮ ରୁ ୪୪ ବର୍ଷଙ୍କୁ ଟୀକାକରଣରେ ବିଳମ୍ବ -ପାରାଦୀପର ଯୁବବର୍ଗଙ୍କ ମଧ୍ୟରେ ଅସନ୍ତୋଷ

ପାରାଦୀପ,୧୫/୦୬/୨୦୨୧(ଓଡ଼ିଶା ସମାଚାର)-କଟକ, ଭୁବନେଶ୍ୱର ମହାନଗର ନିଗମର ୧୮ ରୁ ୪୪ ବର୍ଷ ଯୁବ ବର୍ଗଙ୍କୁ ଟୀକାକରଣର ସଫଳତା ପରେ ରାଜ୍ୟ …

Leave a Reply

Your email address will not be published. Required fields are marked *