Monday , June 21 2021
Breaking News
Home / ବିଶେଷ / ୪୬ବୋତଲ ଚୋରା ମଦ ଜବତ, ଜଣେ ଗିରଫ

୪୬ବୋତଲ ଚୋରା ମଦ ଜବତ, ଜଣେ ଗିରଫ

ପାରାଦୀପ ୦୮/୦୧/୨୦୨୧ (ଓଡ଼ିଶା ସମାଚାର)- ପାରାଦୀପଗଡ ନିକଟରୁ ଚୋରା ମଦ ବେପାର କରୁଥିବା ବେଳେ ଜଣକୁ ଗିରଫ କରିଛି ପାରାଦୀପ ଅବକାରୀ ପୋଲିସ୍ । ଘଟଣାରୁ ପ୍ରକାଶ ଯେ, ପାରାଦୀପଗଡ ଅଂଚଳର ପବିତ୍ର ମଙ୍ଗରାଜ ନିଜ ସ୍କୁଟି ଗାଡିରେ ଚୋରା ବିଦେଶୀ ମଦ ଆଣି ପାରାଦୀପଗଡ ଗେଟ୍ ବଜାରରେ ବିକ୍ରି କରୁଥିଲେ । କୌଣସି ସୂତ୍ରରୁ ଖବର ପାଇ ପାରାଦୀପ ଅବକାରୀ ଥାନା ଅଧିକାରୀ ଘଟଣାସ୍ଥଳରେ ପହଁଚି ଥିଲେ । ଅଭିଯୁକ୍ତ ପବିତ୍ର ନିଜ ସ୍କୁଟି ଗାଡିରେ ୪୬ବୋତଲ ବିଦେଶୀ ମଦ ରଖି ବିକ୍ରି କରୁଥିବା ସମୟରେ ଅବକାରୀ ଥାନା ଅଧିକାରୀ ସଦଳବଳ ଗିରଫ କରିବା ସହ ମଦ ଓ ସ୍କୁଟି ଜବତ କରିଛି । ଅଭିଯୁକ୍ତ ପବିତ୍ରଙ୍କୁ କୋର୍ଟ ଚାଲାଣ କରାଯାଇ ଥିବା ଅବକାରୀ ଥାନା ଅଧିକାରୀ କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

କରୋନା କାହାଣୀ : ସ୍ୱାମୀର ମୃତ୍ୟୁ ଖବର ପାଇ ସ୍ତ୍ରୀର ଆତ୍ମହତ୍ୟା ଉଦ୍ୟମ , ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର

ଗରଦପୁର,୨୦/୬/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତରେ ଗତ ଦୁଇ ଦିନ ମଧ୍ୟରେ ଦୁଇଟି କରୋନା ମୃତ୍ୟୁ ଘଟିଛି …

Leave a Reply

Your email address will not be published. Required fields are marked *