Monday , June 21 2021
Breaking News
Home / ଶିକ୍ଷା / ୪ର୍ଥ ଶନିବାର ଶିକ୍ଷାନୁଷ୍ଠାନ ଖୋଲା ରହିବ

୪ର୍ଥ ଶନିବାର ଶିକ୍ଷାନୁଷ୍ଠାନ ଖୋଲା ରହିବ

ଭୁବନେଶ୍ୱର, ୨୧/୦୭/୨୦୧୯ ( ଓଡ଼ିଶା ସମାଚାର )- ରାଜ୍ୟ ସରକାରଙ୍କ ସମସ୍ତ ବିଭାଗର କର୍ମଚାରୀଙ୍କ ଲାଗି ପ୍ରତିମାସ ଶେଷ ଶନିବାର ଛୁଟି ଘୋଷଣା କରାଯାଇଥିବା ବେଳେ ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲା ରହିବ ବୋଲି ଶନିବାର ବିଜ୍ଞପ୍ତି ପ୍ରକାଶ ପାଇଛି । ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ପ୍ରଭାତ କୁମାର ଭୋଇ ଚିଠି ମାଧ୍ୟମରେ ରାଜ୍ୟର ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଇଛନ୍ତି । ଚିଠିରେ ଦର୍ଶାଯାଇଛି ଯେ ବିଭିନ୍ନ ବିଭାଗର କର୍ମଚାରୀଙ୍କ ଲାଗି ମାସର ୪ର୍ଥ ଶନିବାର ଛୁଟି ଘୋଷଣା କରାଯାଇଛି । ତେବେ ସ୍କୁଲ ତଥା ଶିକ୍ଷାନୁଷ୍ଠାନଗୁଡ଼ିକ ଏହି ଦିନ ବନ୍ଦ କିମ୍ବା ଖୋଲା ରହିବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଶେଷରେ ଶିକ୍ଷାନୁଷ୍ଠାନଗୁଡ଼ିକ ଏହି ଦିନ ଖୋଲା ରହିବ ବୋଲି ନିଷ୍ପତିି ହୋଇଛି । ଛାତ୍ରଛାତ୍ରୀଙ୍କ ପାଠପଢ଼ା ଏବଂ ଶିକ୍ଷାକୁ ଗୁରୁତ୍ୱ ଦେଇ ଏଭଳି ନିଷ୍ପତିି ହୋଇଛି ବୋଲି ସେ ଜଣାଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ସିବିଏସଇ ଦ୍ୱାଦଶ ବୋର୍ଡ଼ ପରୀକ୍ଷା ବାତିଲକୁ କନ୍ଧମାଳ ଛାତ୍ର କଂଗ୍ରେସର ସମର୍ଥନ

କନ୍ଧମାଳ, ୦୪/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):ଚଳିତ ବର୍ଷ ପାଇଁ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷାକୁ ସିବିଏସଇ ବାତିଲ କରିବାକୁ …

Leave a Reply

Your email address will not be published. Required fields are marked *