Sunday , August 1 2021
Breaking News
Home / ବିଶେଷ / ୪ଏ.ଆର.ଆଇ ଓ ଅମିନଙ୍କୁ ଆର.ଆଇ.ପଦବୀକୁ ପଦୋନ୍ନତି ଓ ୪ଆର.ଆଇ.ଙ୍କ ବଦଳି

୪ଏ.ଆର.ଆଇ ଓ ଅମିନଙ୍କୁ ଆର.ଆଇ.ପଦବୀକୁ ପଦୋନ୍ନତି ଓ ୪ଆର.ଆଇ.ଙ୍କ ବଦଳି

କେନ୍ଦ୍ରାପଡ଼ା,୨୬/୦୬/୨୦୨୧(ଓଡ଼ିଶା ସମାଚାର)-୪ଜଣ ସହକାରୀ ରାଜସ୍ୱ ନୀରିକ୍ଷକ ଓ ଅମିନଙ୍କୁ ରାଜସ୍ୱ ନୀରକ୍ଷକ ପଦବୀକୁ ପଦୋନ୍ନତି ଦିଆଯାଇ ସେହି ତହସିଲ କାର୍ଯ୍ୟାଳୟରେ ଅବସ୍ଥାପିତ କରାଯାଇଛି । ସେମାନେ ହେଉଛନ୍ତି କେନ୍ଦ୍ରାପଡା ତହସିଲର ଏ.ଆର.ଆଇ. ପ୍ରଶାନ୍ତ କୁମାର ମାଝି, ଡେରାବିଶି ତହସିଲର ଏ.ଆର.ଆଇ. ତ୍ରିଲୋଚନ ବେହେରା, ମହାକାଳପଡା ତହସିଲ ର ଏ.ଆର.ଆଇ. ଲକ୍ଷ୍ମଣ କୁମାର ବେହେରା ଓ ରାଜକନିକା ତହସିଲର ଅମିନ ଏଫ. ଆର୍ଯ୍ୟ କୁମାର । ସେହିପରି କେନ୍ଦ୍ରାପଡା ଏବଂ ପଟ୍ଟାମୁଣ୍ଡାଇ ତହସିଲର ୪ଜଣ ରାଜସ୍ୱ ନୀରିକ୍ଷକଙ୍କୁ ବଦଳି କରାଯାଇଥିବା ସୂଚନା ମିଳିଛି । ସେମାନେ ହେଉଛନ୍ତି କେନ୍ଦ୍ରାପଡା ତହସିଲରେ ୪ବର୍ଷ କାର୍ଯ୍ୟ କରିଥିବା ରଶ୍ମିରଞ୍ଜନ ମଲିକ ଓ ୩ବର୍ଷ କାର୍ଯ୍ୟ କରିଥିବା ବିଶ୍ୱବିଜୟୀ ପରିଡାଙ୍କୁ ପଟ୍ଟାମୁଣ୍ଡାଇ ତହସିଲକୁ ବଦଳି କରାଯାଇଥିବା ବେଳେ ପଟ୍ଟାମୁଣ୍ଡାଇ ତହସିଲର ୪ବର୍ଷ କାର୍ଯ୍ୟ କରିଥିବା ପ୍ରମୋଦ କୁମାର ରାଉତରାୟ ଏବଂ ୩ବର୍ଷ କାର୍ଯ୍ୟ କରିଥିବା ସ୍ମୃତିରଞ୍ଜନ ନାଥଙ୍କୁ କେନ୍ଦ୍ରାପଡା ତହସିଲକୁ ବଦଳି କରାଯାଇଛି । କିନ୍ତୁ ଅତ୍ୟନ୍ତ ଆଶ୍ଚର୍ଯ୍ୟର କଥା ହେଉଛି ଆର.ଆଇ. ଶ୍ରୀ ରାଉତରାୟ କେନ୍ଦ୍ରାପଡାରେ ଥିବା ସମୟରେ ଗତ ୨୦୧୫ମସିହାରେ ଅର୍ଥ ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଟ୍ରାପ ହୋଇ ନିଲମ୍ବିତ ହୋଇଥିଲେ । ପରେ ତାଙ୍କୁ ପଟ୍ଟାମୁଣ୍ଡାଇ ତହସିଲରେ  ପୁନଃଅବସ୍ଥାପିତ କରାଯାଇଥିଲା । ସେହି ଆର.ଆଇ.ଙ୍କୁ ପୁଣି କେନ୍ଦ୍ରାପଡା ତହସିଲକୁ ବଦଳି କରି ଅଣାଯିବା ପଛରେ ରହସ୍ୟ କଣ ଜଣାପଡୁନି । କେନ୍ଦ୍ରାପଡା ତହସିଲର ଭାଗବତପୁର ରାଜସ୍ୱ ସର୍କଲରେ ଥିବା ଆର.ଆଇ. ଏଠାରେ ୧୪ବର୍ଷ ଧରି ରହିବା ପରେ ବି ତାଙ୍କପ୍ରତି ସରକାରଙ୍କ ବଦଳି ନିୟମ କାର୍ଯ୍ୟକାରୀ ହୋଇନଥିବା ଦେଖାଯାଇଛି । ଅବଶ୍ୟ ମଝିରେ ତାଙ୍କୁ ବଦଳି କରାଯାଇଥିବା ବେଳେ ସେ ମହାକାଳପଡା ତହସିଲରେ ମାତ୍ର  ମାସେ ରହି ପୁନର୍ବାର କେନ୍ଦ୍ରାପଡା ତହସିଲକୁ ଫେରି ଆସିଥିଲେ । ସେହିପରି କେନ୍ଦ୍ରାପଡା ତହସିଲରେ ୫ବର୍ଷରୁ ୭ବର୍ଷ ଧରି ରହିଥିବା ଆର.ଆଇ.ମାନଙ୍କୁ ସରକାରଙ୍କ ନୀତିନିୟମ ଅନୁଯାଇ ବଦଳି କରାନଯିବାର କାରଣ କଣ? ଏକା ନୀତିନିୟମ ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ସମାନ ଭାବରେ ଲାଗୁହେବା କଥା । ଓଡ଼ିଶା ସମାଚାର

About admin

Check Also

ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ପାଇଁ ଗ୍ରାମାଂଚଳରେ ଛାତ୍ରଛାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ୩ ଡି ଇ-ପାଠାଗାର

କେନ୍ଦ୍ରାପଡ଼ା, ୦୧/୦୮/୨୦୨୧(ଓଡ଼ିଶା ସମାଚାର)- ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରସ୍ତୁତି ପାଇଁ ଆଉ ସହରକୁ ପାଠ ପଢିବା ପାଇଁ ନଯାଇ ଗ୍ରାମାଂଚଳରେ ସେହି …

Leave a Reply

Your email address will not be published. Required fields are marked *