Thursday , August 5 2021
Breaking News
Home / ତାଜା ଖବର / ୩୨୨୨ ଜଣ କରୋନା ସଂକ୍ରମିତ ଚିହ୍ନଟ – ୪୬ ଜଣଙ୍କ ମୃତ୍ୟୁ

୩୨୨୨ ଜଣ କରୋନା ସଂକ୍ରମିତ ଚିହ୍ନଟ – ୪୬ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୦୨/୦୭/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୨୨୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୮୩୮ଜଣ ସଙ୍ଗରୋଧ କେନ୍ଦ୍ର ରୁ ଚିହ୍ନଟ  ହୋଇଥିବା ବେଳେ ୧୩୮୪ ଜଣ ସ୍ଥାନୀୟ ଆକ୍ରାନ୍ତ ।ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୯୧ଜଣ, ବାଲେଶ୍ୱର ଜିଲ୍ଲାରୁ ୨୦୮ଜଣ, ବରଗଡ଼ ଜିଲ୍ଲାରୁ ୨୪ଜଣ, ଭଦ୍ରକ ଜିଲ୍ଲାରୁ ୧୪୧ଜଣ, ବଲାଙ୍ଗୀର ଜିଲ୍ଲାରୁ ୨୨ଜଣ, ବୌଦ୍ଧ ଜିଲ୍ଲାରୁ ୧୬ଜଣ, କଟକ ଜିଲ୍ଲାରୁ ୬୧୯ଜଣ, ଦେଓଗଡ଼ ଜିଲ୍ଲାରୁ ୭ଜଣ, ଢେଙ୍କାନାଳ ଜିଲ୍ଲାରୁ ୪୧ଜଣ, ଗଜପତି ଜିଲ୍ଲାରୁ ୯ଜଣ, ଗଞ୍ଜାମ ଜିଲ୍ଲାରୁ ୨୪ଜଣ, ଜଗତସିଂହପୁର ଜିଲ୍ଲାରୁ ୨୧୨, ଯାଜପୁର ଜିଲ୍ଲାରୁ ୧୯୦ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୯ଜଣ, କଳାହାଣ୍ଡି ଜିଲ୍ଲାରୁ ୨୫ଜଣ, କନ୍ଧମାଳ ଜିଲ୍ଲାରୁ ୨୫ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୭୯ଜଣ, କେନ୍ଦୁଝର ଜିଲ୍ଲାରୁ ୬୪ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୪୨୨ଜଣ, କୋରାପୁଟ ଜିଲ୍ଲାରୁ ୫୩ଜଣ, ମାଲକାନଗିରି ଜିଲ୍ଲାରୁ ୬୬ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୯୫ଜଣ, ନବରଙ୍ଗପୁର ଜିଲ୍ଲାରୁ ୨୩ଜଣ, ନୟାଗଡ଼ ଜିଲ୍ଲାରୁ ୧୧୪ଜଣ, ନୂଆପଡ଼ା ଜିଲ୍ଲାରୁ ୧୬ଜଣ, ପୁରୀ ଜିଲ୍ଲାରୁ ୧୮୮ଜଣ, ରାୟଗଡ଼ା ଜିଲ୍ଲାରୁ ୬୧ଜଣ, ସମ୍ବଲପୁର ଜିଲ୍ଲାରୁ ୩୧ଜଣ, ସୋନପୁର ଜିଲ୍ଲାରୁ ୧୨ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୬୬ଜଣ , ଷ୍ଟେଟ ପୁଲ ରୁ ୬୯ଜଣ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୧୬୧୦୯ କୁ ବୃଦ୍ଧି ପାଇଛି ।

ଅନ୍ୟ ପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ୪୬ ଜଣ କରୋନା ଆକ୍ରାନ୍ତ ଙ୍କର ମୃତ୍ୟୁ ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ ୯ ଜଣ, ନୟାଗଡ଼, ପୁରୀ ଓ ସୁନ୍ଦରଗଡ଼ରୁ ୪ ଜଣ ଲେଖାଏଁ, କଟକ, ଗଞ୍ଜାମ, କେନ୍ଦ୍ରାପଡ଼ା ଓ ଢ଼େଙ୍କାନାଳରୁ ୩ ଜଣ ଲେଖାଏଁ, ଅନୁଗୁଳ, ବାଲେଶ୍ବର, ବରଗଡ଼, ଜଗତସିଂହପୁର, ଝାରସୁଗୁଡ଼ା, କଳାହାଣ୍ଡି, କେନ୍ଦୁଝର, କୋରାପୁଟ, ମୟୂରଭଞ୍ଜ ଓ ସୋନପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୧୦୯କୁ ବୃଦ୍ଧି ପାଇଛି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୧୬୧୦୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୮୦୯୯୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।କରୋନାଜନିତ ମୃତ୍ୟୁ ସଂଖ୍ୟା ୪୧୦୯ ରେ ପହଂଚିଥିବାବେଳେ ୫୩ ଜଣ କରୋନା ଆକ୍ରାନ୍ତ ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଛନ୍ତି ।  ଆଉ ୩୦୯୫୦ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧିନ  ରହିଥିବା ବେଳେ ଏବେ ସୁଦ୍ଧା ରାଜ୍ୟରେ ୧୩୯୦୮୦୯୫ ସାମ୍ପୁଲ ଟେଷ୍ଟ୍ ହୋଇଛି । ଓଡ଼ିଶା ସମାଚାର

About admin

Check Also

ପାଇକା ନଦୀରେ ଭାସୁଥିବା ଅଚିହ୍ନା ଯୁବକଙ୍କ ମୃତ ଦେହ ଉଦ୍ଧାର 

ଗରଦପୁର ୦୩/୦୮/୨୦୨୧(ଓଡ଼ିଶା ସମାଚାର)- ପାଟକୁରା ଥାନା ଅନ୍ତର୍ଗତ ପଳସୁଧା ପଂଚାୟତର କୁସୁନୁପୁରା ଓ ନରଡ଼ା ଗାଁ ମଧ୍ୟରେ ପାଇକା ନଦୀ …

Leave a Reply

Your email address will not be published. Required fields are marked *