Wednesday , June 23 2021
Breaking News
Home / ବିଶେଷ / ୩୨ତମ ସଡ଼କ ସୁରକ୍ଷା ସପ୍ତାହ : ଗାଡ଼ି ଚାଳକ ଓ ଯାତ୍ରୀମାନଙ୍କୁ ସଚେତନ କରିଲେ ଏଆଇପିଏଲ କର୍ମଚାରୀ

୩୨ତମ ସଡ଼କ ସୁରକ୍ଷା ସପ୍ତାହ : ଗାଡ଼ି ଚାଳକ ଓ ଯାତ୍ରୀମାନଙ୍କୁ ସଚେତନ କରିଲେ ଏଆଇପିଏଲ କର୍ମଚାରୀ

ନିରାକାରପୁର, ୨୩/୦୧/୨୦୨୧(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଗୋଡ଼ିପଡ଼ାସ୍ଥିତ  ଏଆଇପିଏଲ ତରଫରୁ  ପିତାପଲ୍ଲୀଠାରେ ବିଭିନ୍ନ ଗାଡ଼ି ଚାଳକମାନଙ୍କୁ ସଚେତନତାର ବାର୍ତା ଦେବା ସହ ଲିଫଲେଟ ବଂଟନ କରାଯାଇଥିଲା । ଗାଡ଼ି ଚାଳକମାନଙ୍କୁ ହେଲମେଟ,ସିଟବେଲ୍ଟ ବାନ୍ଧିବା, ଗାଡ଼ି ଚଳାଇବା ସମୟରେ ମଦ୍ୟପାନ ନ କରିବା, ମୋବାଇଲ ବ୍ୟବହାର ନ କରିବା ସହିତ ଦ୍ରୁତ ଗତିରେ ଗାଡ଼ି ଚାଳନା ନ କରିବାକୁ ପରାମର୍ଶ ଦିଆଯାଇଥିଲା । ଯେଉଁମାନେ ନିୟମ ପାଳନ କରୁଛନ୍ତି ସେମାନଙ୍କୁ ଗୋଲାପ ଫୁଲ, ପେନ ଓ ଚକୋଲେଟ ଇତ୍ୟାଦି ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଟିମ ଲିଡ଼ର ଶୁଭାଷିଶ ପଟ୍ଟନାୟକ,ଆବାସିକ ଇଂଞ୍ଜିନିୟର ଓମ ପ୍ରକାଶ ମହାପାତ୍ର, ମେଟେରିଆଲ ଇଂଞ୍ଜିନିୟର  ଅଜିତ କୁମାର ଦାଶ, ଏସପିଏସ ବି.ବି ତ୍ରିପାଠୀ,ସହକାରୀ ଜାତୀୟ ରାଜପଥ ଯନ୍ତ୍ରୀ ପଙ୍କଜ ଶର୍ମାଙ୍କ  ସମେତ ବହୁ ସଂଖ୍ୟାରେ କର୍ମଚାରୀ ଉପସ୍ଥିତ ରହିଥିଲେ । ଓଡ଼ିଶା ସମାଚାର

About admin

Check Also

ନାବାଳକଙ୍କୁ କେରଳ ନେବାକୁ ବାରଣ କରିବାରୁ ସରପଞ୍ଚଙ୍କୁ ମାଡ଼ ଅଭିଯୋଗ :ଥାନାରେ ଏତଲା 

ବାଲିଗୁଡ଼ା, ୨୨/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର  ପାଣିଗ୍ରାହୀ):ନାବାଳକ ଙ୍କୁଦାଦନ ଶ୍ରମିକରେ ଖଟାଇବା ପାଇଁ କେରଳ ନେବାକୁ ବିରୋଧ କରିବାରୁ ସରପଞ୍ଚଙ୍କୁ …

Leave a Reply

Your email address will not be published. Required fields are marked *