Wednesday , August 4 2021
Breaking News
Home / ତାଜା ଖବର / ୩ଶହ ଲିଟର ଦେଶୀମଦ ପ୍ରସ୍ତୁତ ସାମଗ୍ରୀ ଜବତ ୪ଜଣ ଗିରଫ

୩ଶହ ଲିଟର ଦେଶୀମଦ ପ୍ରସ୍ତୁତ ସାମଗ୍ରୀ ଜବତ ୪ଜଣ ଗିରଫ

କେନ୍ଦ୍ରାପଡା ୨୯/୦୮/୨୦୧୯(ଓଡ଼ିଶା ସମାଚାର)-ଟାଉନ ଥାନା ପୋଲିସ ଚଢାଉକରି ୩ଶହ ଲିଟର ଦେଶୀମଦ ପ୍ରସ୍ତୁତ ସାମଗ୍ରୀ ଜବତ କରିବା ସହିତ ୪ଜଣ ଚୋରାମଦବେପାରୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ଗୁରୁବାର ପୂର୍ବାହ୍ନରେ ସହରର ବଡହାଟଗ୍ରାମରେ ଚଢାଉକରି  ଚୋରାମଦ ବେପାରୀ କୁମୁଦିନି ମହାରଣା, ଗେହ୍ଲା ମହାରଣା,  ନିରଞ୍ଜନ ମହାରଣା  ଓ  ମୋହନ ମହାରଣାଙ୍କ ଠାରୁ ୩ଶହ ଦେଶୀମଦ  ପ୍ରସ୍ତୁତ ସାମଗ୍ରୀ ଜବତ କରିବା ସହ ସେହି ଅଭିଯୁକ୍ତ ଚୋରାମଦ ବେପାରୀମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି  ।  ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କ ନିର୍ଦେଶରେ ଏସ.ଆଇ. ସୈାମ୍ୟରଞ୍ଜନ ବିଶ୍ୱାଳ, ଏସ.ଆଇ ଅନ୍ତର୍ଯ୍ୟାମି ବିଶ୍ୱାଳ, ଏ.ଏସ.ଆଇ ଶରତ ଚନ୍ଦ୍ର ବାରିକ, ହାବିଲଦାର  ନରେନ୍ଦ୍ର ନାଥ ସୋରେନ  ପ୍ରମୁଖ  ଏହି ଚଢାଉରେ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ନିଜ ବନ୍ଧୁକରୁ ଗୁଳି କରି ଆତ୍ମହତ୍ୟା କଲେ ସିକ୍ୟୁରିଟି ଗାର୍ଡ

ଭୁବନେଶ୍ୱର,୦୩/୦୮/୨୦୨୧(ଓଡ଼ିଶା ସମାଚାର)-  ଗଙ୍ଗନଗର ଅଂଚଳରେ ଘଟିଛି ଏକ ଅଭାବନୀୟଘଟଣା । ନିଜ ବନ୍ଧୁକରୁ ଗୁଳି କରି ଆତ୍ମହତ୍ୟା କଲେ ସିକ୍ୟୁରିଟି …

Leave a Reply

Your email address will not be published. Required fields are marked *