Tuesday , June 15 2021
Breaking News
Home / ତାଜା ଖବର / ୩ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କାର ବ୍ରାଉନସୁଗାର ଜବତ ଜଣେ ଗିରଫ

୩ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କାର ବ୍ରାଉନସୁଗାର ଜବତ ଜଣେ ଗିରଫ

କେନ୍ଦ୍ରାପଡା ୨୩/୦୯/୨୦୧୯ ( ଓଡ଼ିଶା ସମାଚାର)-କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ସୋମବାର ସକାଳେ ଚଢାଉ କରାଯାଇ ଜଣକୁ ଗିରଫ କରାଯିବା ସହିତ ତାଙ୍କ ଠାରୁ ୨୫ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରାଯାଇଥିବା ଜଣାପଡିଛି । ଖବରରୁ ପ୍ରକାଶ ଯେ କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ଗୋବରୀ ବାଇପାସ ରୋଡ ଇଦଗା ରାସ୍ତାର କବରସ୍ତାନ ନିକଟରୁ ସେହିଥାନା ଅନ୍ତର୍ଗତ ମଧୁକରପୁର(ଆମବାଡି)ର ସ୍ୱର୍ଗତ ମନସୁର ଖାନଙ୍କ ପୁଅ ଜାହିଦ ଖାନ(୩୫)ଙ୍କୁ ଗିରଫ କରିବା ସହିତ ତାଙ୍କ ନିକଟରୁ ପ୍ରାୟ ୨୫ଗ୍ରାମ ଓଜନର ବ୍ରାଉନସୁଗାର ଥିବା ଏକ ପ୍ଲାଷ୍ଟିକ ଡବାକୁ ଜବତ କରାଯାଇଛି , ଯାହାର ମୁଲ୍ୟ ପ୍ରାୟ ୩ଲକ୍ଷ ଟଙ୍କା ହେବ । କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ପି.ଆର.ନମ୍ବର ୧୧୦/୨୦୧୯ରେ ଧାରା ୨୧ (ଖ)ରେ ଗିରଫ ଅଭିଯୁକ୍ତ ଜାହିଦକୁ କେନ୍ଦ୍ରାପଡା ଜିଲ୍ଲା ଜଜଙ୍କ କୋର୍ଟକୁ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ତାକୁ ବାରିମୂଳସ୍ଥିତ ଉପକାରାଗାରକୁ ପଠାଇ ଦିଆଯାଇଛି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୪୪୬୯ ଜଣ କରୋନା ସଂକ୍ରମିତ ଚିହ୍ନଟ – ୪୫ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୧୩/୦୬/୨୦୨୧(ଓଡ଼ିଶା ସମାଚାର / ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ୪୪୬୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *