Sunday , June 20 2021
Home / ତାଜା ଖବର / ୨ ବାଘ ଛାଲ ବ୍ୟବସାୟୀ ଙ୍କୁ ଏସଟିଏଫ୍  ଗିରଫ କଲା

୨ ବାଘ ଛାଲ ବ୍ୟବସାୟୀ ଙ୍କୁ ଏସଟିଏଫ୍  ଗିରଫ କଲା

ଭୁବନେଶ୍ୱର, ୨୩/୦୩/୨୦୨୧(ଓଡ଼ିଶା ସମାଚାର)-  ଦେବଗଡ ବାରକୋଟ ନିକଟରୁ ଏସ୍ଟିଏଫ୍ର ସ୍ବତନ୍ତ୍ର ଟିମ୍ ଏକ କଲପତରିଆ ବାଘର  ଛାଲ ଜବତ କରିବା ସହିତ  ୨ ଜଣ ବାଘ ଛାଲ ବ୍ୟବସାୟୀ ଙ୍କୁ ଗିରଫ କରିଛି ।

ଖବର ଅନୁଯାୟୀ, ଦେବଗଡ଼ ଜିଲ୍ଲାରେ ବାଘ ଛାଲର ଚୋରା କାରବାର ନେଇ କ୍ରାଇମବ୍ରାଞ୍ଚ ଏସଟିଏଫ୍ ନିକଟରେ ଖବର ରହିଥିଲା । ଯାହାକୁ ଆଧାର କରି ଦେବଗଡ଼ ଜିଲ୍ଲା ବାରାକୋଟ ଅଞ୍ଚଳର ବଣାଇ ଛକରେ କ୍ରାଇମବ୍ରାଞ୍ଚର ଏସଟିଏଫ୍ ଟିମ୍ ଚଢାଉ କରିଥିଲା । ଏହି ଚଢାଉରେ ଏକ କଲପତରିଆ ବାଘର  ଛାଲ ଜବତ କରିବା ସହିତ  ୨ ଜଣ ବାଘ ଛାଲ ବ୍ୟବସାୟୀ ଙ୍କୁ ଗିରଫ କରିବାରେ ଏସଟିଏଫ୍ ଟିମ୍ ସକ୍ଷମ ହୋଇଛି । ଗିରଫ ୨ ଜଣ ବାଘ ଛାଲ ବ୍ୟବସାୟୀ ହେଉଛନ୍ତି ଦେବଗଡ଼ ସଲୋହି ଗାଁର ସୋମନାଥ ପାତ୍ର, ରାଜୀବ ଲୋଚନ ପାତ୍ର  ।  ସେମାନଙ୍କ ନିକଟରୁ ବାଘ ଛାଲ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି। ଗିରଫ ପରେ ସେମାନଙ୍କୁ ଦେବଗଡ ଏସଡିଜିଏମ କୋର୍ଟକୁ ଚାଲାଣ କରାଯାଇଛି। ଜବତ ବାଘଛାଲକୁ ରସାୟନିକ ପରୀକ୍ଷା ପାଇଁ ଡେରାଡୁନ ପଠାଯାଇଛି। ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩,୬୩୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ – ୩୯ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୧୭/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩,୬୩୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *