Wednesday , August 4 2021
Breaking News
Home / ତାଜା ଖବର / ୨୮୦୬ ଜଣ କରୋନା ସଂକ୍ରମିତ ଚିହ୍ନଟ – ୬୧ଜଣ ଙ୍କ ମୃତ୍ୟୁ

୨୮୦୬ ଜଣ କରୋନା ସଂକ୍ରମିତ ଚିହ୍ନଟ – ୬୧ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୦୯/୦୭/୨୦୨୧(ଓଡ଼ିଶା ସମାଚାର)- ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨୮୦୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୬୧୩ଜଣ ସଙ୍ଗରୋଧ କେନ୍ଦ୍ର ରୁ ଚିହ୍ନଟ ହୋଇଥିବା ବେଳେ ୧୧୯୩ ଜଣ ସ୍ଥାନୀୟ ସଂଙ୍କ୍ରମିତ ରହିଛନ୍ତି । ଅନୁଗୋଳରୁ ୧୦୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୫୩, ବରଗଡରୁ ୩୩, ଭଦ୍ରକରୁ ୮୩, ବଲାଙ୍ଗୀରରୁ ୧୦,ବୌଦ୍ଧରୁ ୯. କଟକରୁ ୪୪୧, ଦେବଗଡରୁ ୪, ଢେଙ୍କାନାଳରୁ ୧୨୪, ଗଜପତିରୁ ୬, ଗଞ୍ଜାମରୁ ୧୯, ଜଗତସିଂହପୁରରୁ ୧୧୯, ଯାଜପୁରରୁ ୨୫୨, ଝାରସୁଗୁଡାରୁ ୧୦, କଳାହାଣ୍ଡିରୁ ୨୫, କନ୍ଧମାଳରୁ ୧୭, କେନ୍ଦ୍ରାପଡାରୁ ୫୭, କେନ୍ଦୁଝରରୁ ୭୨, ଖୋର୍ଦ୍ଧାରୁ ୫୯୦, କୋରାପୁଟରୁ ୨୯, ମାଲକାନଗିରିରୁ ୩୫, ମୟୂରଭଞ୍ଜରୁ ୧୦୯, ନବରଙ୍ଗପୁରରୁ ୨୦, ନୟାଗଡରୁ ୮୬, ନୂଆପଡାରୁ ୭, ପୁରୀରୁ ୧୩୮, ରାୟଗଡାରୁ ୩୦, ସମ୍ବଲପୁରରୁ ୨୬, ସୋନପୁରରୁ ୧୬, ସୁନ୍ଦରଗଡରୁ ୬୫ ଓ ଷ୍ଟେଟପୁଲରୁ ୧୧୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୩୫୧୩୬ କୁ ବୃଦ୍ଧି ପାଇଛି ।
ଅନ୍ୟ ପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ୬୧ଜଣ କରୋନା ରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଖୋର୍ଦ୍ଧାରୁ ୧୧ ଜଣ, ବରଗଡ, ଗଞ୍ଜାମ, ମୟୂରଭଞ୍ଜ, ପୁରୀରୁ ୬ ଲେଖାଏଁ, ସମ୍ବଲପୁର, ସୁନ୍ଦରଗଡରୁ ୫ ଲେଖାଏଁ, କେନ୍ଦୁଝରରୁ ୪, କଟକ, ଢେଙ୍କାନାଳ, ନୟାଗଡରୁ ୨ ଜଣ ଲେଖାଏଁ, ବୌଦ୍ଧ, ଗଜପତି, ଝାରସୁଗୁଡା, କେନ୍ଦ୍ରାପଡା, ନୂଆପଡା, ରାୟଗଡାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୪୭୬କୁ ବୃଦ୍ଧି ପାଇଛି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୩୫୧୩୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୯୦୩୧୭୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୪୪୭୬ ଜଣ କରୋନାରେ ମୃତ୍ୟୁ ବରଣ କରିଥିବାବେଳେ ୫୩ ଜଣ କରୋନା ଆକ୍ରାନ୍ତ ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଛନ୍ତି । ଆଉ ୨୭୪୨୯ ଜଣ ସକ୍ରୀୟ ଆକ୍ରାନ୍ତ ଚିକିତ୍ସାଧିନ ରହିଥିବା ବେଳେ ଗତକାଲିସୁଦ୍ଧା ରାଜ୍ୟରେ ୧୪୪୧୪୩୬୮ ସାମ୍ପୁଲ ଟେଷ୍ଟ୍ ହୋଇଛି । ଓଡ଼ିଶା ସମାଚାର

About admin

Check Also

ଆଜି କେନ୍ଦ୍ରାପଡ଼ା ଜିଲାରେ ମାତ୍ର ୧୮ ଜଣ ନୂତନ କରୋନା ସଂଙ୍କ୍ରମିତ ଚିହ୍ନଟ

କେନ୍ଦ୍ରାପଡ଼ା,୦୨/୦୮/୨୦୨୧(ଓଡ଼ିଶା ସମାଚାର)- ଆଜି କେନ୍ଦ୍ରାପଡ଼ା ଜିଲାରେ ମାତ୍ର ୧୮ ଜଣ ନୂତନ କରୋନା ସଂଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ଜିଲା …

Leave a Reply

Your email address will not be published. Required fields are marked *