Wednesday , June 16 2021
Breaking News
Home / କୃଷି / ୨୬ଜାନୁଆରୀରେ ଟ୍ରାକ୍ଟର ରାଲୀ ପାଇଁ ପ୍ରସ୍ତୁତି ବୈଠକ

୨୬ଜାନୁଆରୀରେ ଟ୍ରାକ୍ଟର ରାଲୀ ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡା, ୨୨/୦୧/୨୦୨୧(ଓଡ଼ିଶା ସମାଚାର)- କୃଷକ ତଥା ଜନବିରୋଧୀ ତିନି କୃଷି ଆଇନର ପ୍ରତ୍ୟାହାର ଦାବିରେ ଆଜକୁ ୫୮ଦିନ ଧରି ଦିଲ୍ଲୀ ସୀମାରେ ଲକ୍ଷ ଲକ୍ଷ କୃଷକଙ୍କ ଦ୍ୱାରା ଚାଲିଥିବା ଆନ୍ଦୋଳନ କ୍ରମେ ଦେଶର ଚର୍ତୁଦିଗକୁ ବ୍ୟାପିବାରେ ଲାଗିଛି । ଆସନ୍ତା ୨୬ତାରିଖରେ ଜନରାଜ୍ୟ ଦିବସ ଅବସରରେ ଦିଲ୍ଲୀ ରାଜପଥରେ ହେବାକୁ ଥିବା ଟ୍ରାକ୍ଟର ରାଲିକୁ ସଫଳ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ କଜଳାସ୍ଥିତ ଜିଲ୍ଲା କଂଗ୍ରେସ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଓଡିଶା କୃଷକ ସଭାର ଜିଲ୍ଲା ସଭାପତି ଉମେଶ ଚନ୍ଦ୍ର ସିଂଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ କଂଗ୍ରେସ କିଷାନ ସେଲ ପକ୍ଷରୁ ମୁକ୍ତାର ଖାଁ, ବସନ୍ତ ସେଠୀ, ଓଡିଶା କୃଷକ ସଭା ପକ୍ଷରୁ ଗୟାଧର ଧଳ, ଅଖିଳ ଭାରତ କୃଷକ ସଭା ପକ୍ଷରୁ ରମଣିରଞ୍ଜନ ରାଉତରାୟ, ଆଦିକନ୍ଦ ରାଉଳ, କୃଷକ ମହାସଙ୍ଘ ପକ୍ଷରୁ ପ୍ରକାଶ ମଲ୍ଲିକ, ଅବିନାଶ ପରିଡା, ଅଭିଜିତ ନାୟକ, ଗ୍ରାମୀଣ ଚାଷୀ ମୂଲିଆ ସଙ୍ଘ ପକ୍ଷରୁ ଫକିର ଚରଣ ଖଟୁଆ, ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଦାଶରଥୀ ସାହୁ, ଜୟନ୍ତ ଲେଙ୍କା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ୨୬ତାରିଖ ଟ୍ରାକ୍ଟର ରାଲିକୁ ସଫଳ କରିବା ସହିତ ନେତାଜୀ ଜୟନ୍ତୀ ଅବସରରେ ଆସନ୍ତା ୨୩ତାରିଖ ଦିନ କୃଷକମାନଙ୍କ ଦ୍ୱାରା ହେବାକୁ ଥିବା ରାଜଭବନ ଘେରାଉ କାର୍ଯ୍ୟକ୍ରମରେ ଜିଲ୍ଲାରୁ ଶତାଧିକ କୃଷକ ସାଥି ଯୋଗଦେବାକୁ ଯୋଜନା ପ୍ରସ୍ତୁତ କରିବା ସହ ଜିଲ୍ଲାବାସୀ କୃଷକମାନଙ୍କୁ ଏହିସବୁ ଆନ୍ଦୋଳନରେ ବହୁ ସଂଖ୍ୟାରେ ଯୋଗଦେବାକୁ ନିବେଦନ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ର ବିଜେପି ସରକାରଙ୍କ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ମୂଲ୍ୟ ବୃଦ୍ଧି ପ୍ରତିବାଦରେ କେନ୍ଦ୍ରାପଡାରେ ମତ୍ସ୍ୟଜୀବି କଂଗ୍ରେସର ବିକ୍ଷୋଭ

କେନ୍ଦ୍ରାପଡ଼ା, ୧୨/୦୬/୨୦୨୧(ଓଡ଼ିଶା ସମାଚାର)-କରୋନାର ଦ୍ୱିତୀୟ ଲହର ସାରା ଭାରତ ବର୍ଷକୁ କବଳିତ କରିଥିବା ବେଳେ କେନ୍ଦ୍ରର ବିଜେପି ସରକାର ଲଗାତାର …

Leave a Reply

Your email address will not be published. Required fields are marked *