Monday , June 14 2021
Breaking News
Home / ବିଶେଷ / ୨୫,୪୮୨ ଜଣ ଅଣସଂଗଠିତ ଶ୍ରମିକ ପଞ୍ଜିକୃତ  

୨୫,୪୮୨ ଜଣ ଅଣସଂଗଠିତ ଶ୍ରମିକ ପଞ୍ଜିକୃତ  

ଭୁବନେଶ୍ୱର, ୦୫/୦୭/୨୦୧୯ (ଓଡ଼ିଶା ସମାଚାର)-ଅଣସଂଗଠିତ ଶ୍ରମିକମାନଙ୍କୁ ପଞ୍ଜିକୃତ କରିବା ପାଇଁ ଓଡ଼ିଶା ଅଣ ସଂଗଠିତ ଶ୍ରମିକ ସାମାଜିକ ବୋର୍ଡ ଗଠନ କରାଯାଇଛି । ପ୍ରାପ୍ତ ସୂଚନା ମୁତାବକ ଏହି ବୋର୍ଡ ଅଧୀନରେ ୨୦୧୯ ମଇ ମାସ ଶେଷ ସୁଦ୍ଧା ୨୫,୪୮୨ ଜଣ ଅଣସଂଗଠିତ ଶ୍ରମିକ ପଞ୍ଜିକୃତ ହୋଇଛନ୍ତି ବୋଲି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ସୂଚନା ଦେଇଛନ୍ତି । ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନଙ୍କ ରାଜ୍ୟରେ ପଞ୍ଜିକୃତ ଶ୍ରମିକ ସଂଖ୍ୟା ନେଇ ପଚାରିଥିବା ଏକ ପ୍ରଶ୍ନର ଉତରରେ ମନ୍ତ୍ରୀ ଉପରୋକ୍ତ ତଥ୍ୟ ଦେଇଛନ୍ତି ।

ଏହା ବ୍ୟତୀତ ଅଣସଙ୍ଗଠିତ ନିର୍ମାଣ ଶ୍ରମିକମାନଙ୍କୁ ପଞ୍ଜିକୃତ କରିବା ପାଇଁ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଗଠନ କରାଯାଇ ଗତ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ୨୭,୧୫,୦୫୮ ଜଣ ନିର୍ମାଣ ଶ୍ରମିକଙ୍କୁ ପଞ୍ଜିକୃତ କରାଯାଇଅଛି । ଅଣସଂଗଠିତ ଶ୍ରମିକ ପଞ୍ଜୀକରଣ ଏକ ନିରବଚ୍ଛିନ୍ନ ପ୍ରକ୍ରିୟା ଏବଂ ଯେଉଁମାନେ ରହିଯାଇଛନ୍ତି ସେମାନଙ୍କୁ ପର୍ଯ୍ୟାୟକ୍ରମେ ପଞ୍ଜୀକୃତ କରିବା ପ୍ରକ୍ରିୟା ଜାରି ରହିଛି ବୋଲି ମନ୍ତ୍ରୀ ଶ୍ରୀ ସିଂ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ମାଓ ସଂଗଠନକୁ ସାହାଯ୍ୟ କରୁଥିବା ଅଭିଯୋଗ ରେ ଜଣେ ଗିରଫ

  କନ୍ଧମାଳ, ୧୩/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଅଞ୍ଚଳରେ ସକ୍ରିୟ ମାଓ ସଂଗଠନକୁ ସହଯୋଗ …

Leave a Reply

Your email address will not be published. Required fields are marked *