Friday , July 30 2021
Breaking News
Home / ବିଶେଷ / ୨୫ରୁ ଏମ୍ସ ପିଜି କାଉନ୍ସେଲିଂ ଆରମ୍ଭ

୨୫ରୁ ଏମ୍ସ ପିଜି କାଉନ୍ସେଲିଂ ଆରମ୍ଭ

ଭୁବନେଶ୍ୱର, ୨୩/୦୬/୨୦୧୯ (ଓଡ଼ିଶା ସମାଚାର)- ୨୦୧୯ ଶିକ୍ଷାବର୍ଷରେ ଏମ୍ସରେ ବିଭିନ୍ନ ଡାକ୍ତରୀ ପାଠ୍ୟକ୍ରମରେ ପିଜି ନାମଲେଖା ଲାଗି କାଉନ୍ସେଲିଂ ପ୍ରକ୍ର୍ରିୟା ଆସନ୍ତା ୨୫ତାରିଖରୁ ଆରମ୍ଭ ହେବ । ଚଳିତବର୍ଷ ସର୍ବଭାରତୀୟସ୍ତରରେ ପ୍ରାୟ ୮ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୪୦୫ ପରୀକ୍ଷାର୍ଥୀଙ୍କୁ ର‌୍ୟାଙ୍କ ପ୍ରଦାନ କରାଯାଇଛି । ଏଥିରୁ ଏମ୍ଡି, ଏମ୍ଏସ୍, ଡିଏମ୍ ୬ବର୍ଷିଆ ପାଠ୍ୟକ୍ରମରେ ୩୩୧୬ଜଣଙ୍କୁ ଏବଂ ଆନାଟୋମି, ବାଓକେମେଷ୍ଟ୍ରି, ଇଏନ୍ଟି, ଫରେନ୍ସିକ୍ ମେଡିସିନ୍ ଆଦି ପାଠ୍ୟକ୍ରମରେ ୮୯ଜଣ ଛାତ୍ରଛାତ୍ରୀଙ୍କୁ ର‌୍ୟାଙ୍କ ମିଳିଛି । ତେବେ ଦେଶରେ ଥିବା ଦିଲ୍ଲୀ ଏମ୍ସ୍ ସମେତ ଭୁବନେଶ୍ୱର, ଯୋଧପୁର, ପାଟଣା, ରାୟପୁର, ଋଷିକେଷ ଏମ୍ସରେ ପିଜି ପାଠ୍ୟକ୍ରମରେ ନାମଲେଖା ହେବ । ଓଡ଼ିଶା ସମାଚାର

About admin

Check Also

ବ୍ୟବସାୟୀଙ୍କୁ ଗୁଳିମାଡ କରି ୭୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ

ଖୋର୍ଦ୍ଧା, ୩୦/୦୭/୨୦୨୧(ଓଡ଼ିଶା ସମାଚାର)- ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ବାଘମାରୀ ବଜାରରେ ଜଣେ ବ୍ୟବସାୟୀଙ୍କୁ ଗୁଳିମାଡ କରି ଦୁର୍ବୃତମାନେ ୭୦ …

Leave a Reply

Your email address will not be published. Required fields are marked *