Sunday , June 13 2021
Breaking News
Home / ତାଜା ଖବର /   ୨୨ ଲକ୍ଷ ରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ ସହ ଦୁଇ ଜଣ ଗିରଫ: ୩ ଜଣ ଫେରାର :ତଦନ୍ତ ଅବ୍ୟାହତ

  ୨୨ ଲକ୍ଷ ରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ ସହ ଦୁଇ ଜଣ ଗିରଫ: ୩ ଜଣ ଫେରାର :ତଦନ୍ତ ଅବ୍ୟାହତ

    ବାଲିଗୁଡ଼ା ୨୬/୦୩/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପକ୍ଷରୁ ବାଲିଗୁଡା ଠାରୁ କୁଟିକିଆ  ରାସ୍ତାରେ ପୁଲିସ ବିଭାଗ ତରଫରୁ ଏସ ଆଇ ରବିନ୍ଦ୍ର ମୁଣ୍ଡାରୀ ଙ୍କ ସହ ସଦଳ ବଳ ପାଟ୍ରୋଲିଂ କରୁଥିବା ସମୟ ରେ ପଦ୍ମାପଦର ବ୍ରିଜ ନିକଟରେ ଯାଞ୍ଚ ସମୟରେ ଗଞ୍ଜେଇ ଧରି ଗାଡିକୁ ଅପେକ୍ଷା କରିଥିବା ସମୟରେ ଦୁଇ ଜଣ ଧରାପଡ଼ିଥିବା ବେଳେ ଘଟଣା ସ୍ଥଳରୁ ତିନି ଜଣ ଚମ୍ପଟ ମାରି ପଳାଇଥିଲେ  । ସେଥିରୁ ୪୫୦ କେଜି ୮୦୦ ଗ୍ରାମ ଗଂଜେଇ ଜବତ କରିଥିଲେ । ଏ ନେଇ  ଥାନା ରେ ଏକ ମାମଲା ନଂ.୫୯/୨୧ ରେ ରୁଜୁ କରି  ଏହି ଘଟଣାରେ ସଂଶ୍ଲିଷ୍ଟ ଥିବା କୁଟିକିଆ ପଞ୍ଚାୟତର ବକାରୀମୁଣ୍ଡା ଗ୍ରାମର ପାରସ ମଲିକ, ପଦ୍ମ ଚରଣ ମଲିକ ଙ୍କୁକୋର୍ଟ ଚାଲାଣ କରିଛନ୍ତି । ଏହି ଘଟଣାରେ  ଅନ୍ୟ ଅଭିଯୁକ୍ତ ମାନେ କିଏ କିଏ ଅଛନ୍ତି, ସେ ନେଇ ତଦନ୍ତ ଅବ୍ୟାହତ ଥିବା ବିଷୟ  ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ବେହେରା ସୂଚନା ପ୍ରଦାନ କରିଛନ୍ତି । ଓଡିଶା ସମାଚାର

About admin

Check Also

ଦଳିତବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ ଅବରୋଧ ଅଭିଯୋଗ

କେନ୍ଦ୍ରାପଡ଼ା, ୧୨/୦୬/୨୦୨୧(ଓଡ଼ିଶା ସମାଚାର)-ଜନୈକ ଦଳିତ ସଂପ୍ରଦାୟର ବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ କେତେକ ସବର୍ଣ୍ଣ ସଂପ୍ରଦାୟର ଲୋକ ଅବରୋଧ କରିବା …

Leave a Reply

Your email address will not be published. Required fields are marked *