Sunday , June 20 2021
Home / ବିଶେଷ / ‘୨୧ ସ୍ୱାଗତମ ୨୧’ ଚିତ୍ରକଳା ଶିବିର ଉଦଘାଟିତ

‘୨୧ ସ୍ୱାଗତମ ୨୧’ ଚିତ୍ରକଳା ଶିବିର ଉଦଘାଟିତ

ଓଡ଼ିଶାର ମନ୍ଦିରର କଳା ସ୍ଥାପତ୍ୟ ଶିଳ୍ପୀମାନଙ୍କ ପାଇଁ ପ୍ରେରଣାର ଉତ୍ସ
ଭୁବନେଶ୍ୱର, ୦୯/୦୧/୨୦୨୧ (ଓଡ଼ିଶା ସମାଚାର)- ଇଷ୍ଟର୍ଣ୍ଣ ଫାଉଣ୍ଡେସନ ଅଫ ଆର୍ଟ ଏଣ୍ଡ କଲଚର ଦ୍ୱାରା ଆୟୋଜିତ ‘୨୧ ସ୍ୱାଗତମ ୨୧’ ଶୀର୍ଷକ ଅନଲାଇନ କଳା ଶିବିରକୁ ଶ୍ରୀ ରାମକୃଷ୍ଣ ବେଦଲା, ସଚିବ, ଲଳିତକଳା ଏକାଡ଼େମୀ, ନୂଆଦିଲ୍ଲୀ ଭିଡ଼ିଓ ବାର୍ତା ଜରିଆରେ ଶୁଭାରମ୍ଭ କରିଛନ୍ତି । ଏହି ଉଦଘାଟନ ଅବସରରେ ସେ ପ୍ରଥମେ କଳାର ଦେବୀ ମାତା ସରସ୍ୱତୀଙ୍କ ଶ୍ଲୋକ ଉଚ୍ଚାରଣ କରି କାର୍ଯ୍ୟକ୍ରମର ସମସ୍ତ ପ୍ରତିଭାଗୀ ଚିତ୍ରଶିଳ୍ପୀ ଏବଂ ଆୟୋଜକଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ କାର୍ଯ୍ୟକ୍ରମର ସଫଳ କାମନା କରିଥିଲେ । ସେ ୨୦୨୦ ମସିହାରେ ଦୀର୍ଘ ୯ ମାସ ଧରି ଶିଳ୍ପୀମାନେ ସାମ୍ନା କରିଥିବା ବିପଦରୁ ମୁକ୍ତି ପାଇବା ସହିତ ଚଳିତବର୍ଷ କିପରି ସ୍ୱାଭାବିକ ଭାବରେ ଆର୍ଟ ଗ୍ୟାଲେରୀରେ କଳା ପ୍ରଦର୍ଶନୀ, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରିବ, ଆର୍ଟିଷ୍ଟମାନେ ମୁକ୍ତ ଭାବରେ କାର୍ଯ୍ୟ କରନ୍ତୁ ବୋଲି ଆଶାପ୍ରକଟ କରିଥିଲେ । ଏହି ଉଦଘାଟନୀ ଅବସରରେ ଭାରତୀୟ କଳା ଓ କଳାକାରଙ୍କ ମହାନତା ଉପରେ ଗୁରୁତ୍ୱ ଦେଇଥିଲେ । ବିଶେଷକରି ଓଡ଼ିଶାର ମନ୍ଦିରର କଳା ସ୍ଥାପତ୍ୟ ଶିଳ୍ପୀମାନଙ୍କ ପାଇଁ ପ୍ରେରଣାର ଉତ୍ସ । ଏହି ଘଡ଼ିସନ୍ଧି ମୁହୂର୍ତରେ ଇଷ୍ଟର୍ଣ୍ଣ ଫାଉଣ୍ଡେସନର ଏଭଳି ପଦକ୍ଷେପ ଅତ୍ୟନ୍ତ ପ୍ରଶଂସନୀୟ ବୋଲି ଶ୍ରୀ ବେଦଲା ମତବ୍ୟକ୍ତ କରିଥିଲେ । ଏହି କଳା ଶିବିରରେ ୨୦୨୧କୁ ସ୍ୱାଗତ କରିବାକୁ ଦେଶର ୨୧ଜଣ ଚିତ୍ରକର ଭାଗ ନେଇଛନ୍ତି । ସେମାନଙ୍କ ମଧ୍ୟରେ ଭୁବନେଶ୍ୱରରୁ ପଂଚାନନ ସାମଲ, ବାଲେଶ୍ୱରରୁ ଶ୍ରୀ ନିକୁଞ୍ଜ ବିହାରୀ ଦାସ, ଆର୍ଯ୍ୟପ୍ରଜ୍ଞା ବସାବଦତା, ଦେବଦତ ସାହୁ, କିଶୋର ଚନ୍ଦ୍ର ନାୟକ, କେନ୍ଦୁଝରରୁ ମାନସ ଦାସ, ବାଲାଂଦେଶରୁ ଅରୁଣ ଚନ୍ଦ୍ର ବର୍ମୋନ, ଛତିଶଗଡ଼ରୁ ଅନୁପମା ଦେ, ଦିଲ୍ଲୀରୁ ଡଃ ନିରଜା ଚନ୍ଦନା ପେଟରସ ଓ ସୁଧାକର ସେଠି, କର୍ଣ୍ଣାଟକରୁ ଡଃ ଶାଳିନୀ ସିଂ ଓ ଡଃ ସାହେବ ପଶା, ଝାରଖଣ୍ଡରୁ କାମିନୀକାନ୍ତ ସ୍ୱାଇଁ, ଚଣ୍ଡୀଗଡ଼ରୁ ଲକବିନ୍ଦର ସିଂ, ମହାରାଷ୍ଟ୍ରରୁ ମାନସୀ ସାଗର, ଉତର ପ୍ରଦେଶରୁ ପ୍ରଲୋୟ କୁଣ୍ଡୁ ଓ ରଘୁନାଥ ଜେନା, ପଶ୍ଚିମବଙ୍ଗରୁ ସନ୍ଦୀପ ଦେବ, ମଧ୍ୟପ୍ରଦେଶରୁ ସ୍ୱାତି ଜୈନ ଏବଂ ତାମିଲନାଡ଼ୁରୁୁ ଭି ରାଜଗୋପାଳ ପ୍ରମୁଖ ଅଂଶଗ୍ରହଣ କରିଛନ୍ତି । ଇଷ୍ଟର୍ଣ୍ଣ ଫାଉଣ୍ଡେସନର ସଭାପତି ଶ୍ରୀ ପ୍ରଦୀପ୍ତ କିଶୋର ଦାସ ଉଦଘାଟନୀ ଅବସରରେ ଉପସ୍ଥିତ ରହି ଏହି ଶିଳ୍ପୀ ଶିବିରର ଉଦ୍ଧେଶ୍ୟ ବିଷୟରେ କହିବା ସହିତ ସମସ୍ତ ପ୍ରତିଭାଗୀ କଳାକାରଙ୍କୁ ସ୍ୱାଗତ କରିଥିଲେ ଏବଂ ନୂତନ ବର୍ଷ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେବାର କାମନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଇଷ୍ଟର୍ଣ୍ଣ ଫାଉଣ୍ଡେସନର ସମ୍ପାଦକ ମନୋଜ ଷଣ୍ଢଙ୍କ ତତ୍ୱାବଧାନରେ ପରିଚାଳିତ ହୋଇଥିଲା । ଏହି ଅବସରରେ ଇ.ଏଫ୍.ଏ.ସି.ର କାର୍ଯ୍ୟକାରିଣୀ ସଦସ୍ୟ ଦିଲ୍ଲୀପ ମଲିକ, ନୃସିଂହ ଚରଣ ଓଝା, କେଶବ ବର୍ଣ୍ଣଟି, ୟାଥୀଶ କସାରଗଡ଼ ଓ ଟିକମ ଖଣ୍ଡପ୍ପା ଉପସ୍ଥିତ ରହି ପରି•ଳନା କାର୍ଯ୍ୟ ତୁଲାଇଥିଲେ । ଏହି ଅନଲାଇନ କଳା ଶିବିର ୮ ଜାନୁୟାରୀରୁ ୧୧ ଜାନୁୟାରୀ ପର୍ଯ୍ୟନ୍ତ ଚାଲିବ । ଏହି ଶିବିରରେ ଶିଳ୍ପୀମାନେ ନିଜର ଚିତ୍ର ମାଧ୍ୟମରେ ନୂଆବର୍ଷ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେବାର କାମନା କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *