Thursday , June 24 2021
Breaking News
Home / ବିଶେଷ / ୨୧୭୩ ମେଗାୱାଟ୍ ବିଦୁ୍ୟତ୍ ଶକ୍ତି ଉପଲବ୍ଧ

୨୧୭୩ ମେଗାୱାଟ୍ ବିଦୁ୍ୟତ୍ ଶକ୍ତି ଉପଲବ୍ଧ

ଭୁବନେଶ୍ୱର, ୧୫/୦୭/୨୦୧୯ (ଓଡ଼ିଶା ସମାଚାର / ଦୀପ୍ତି ରଂଜନ କାନୁନଗୋ)- ରାଜ୍ୟରେ ଥିବା ବିଭିନ୍ନ ଜଳ ବିଦୁ୍ୟତ ପ୍ରକଳ୍ପରୁ ୬୭୨ ମେଗା ୱାଟ ଓ ତାପଜ ବିଦୁ୍ୟ ପ୍ରକଳ୍ପରୁ ୧୫୦୧ ମେଗା ୱାଟ୍ ବିଦୁ୍ୟତ ଶକ୍ତି ଉପଲବ୍ଧ ହେଉଛି । ବିଧାୟକ ପ୍ରଶାନ୍ତ କୁମାର ଜଗଦେବଙ୍କ ରାଜ୍ୟରେ ବିଦୁ୍ୟତ ଶକ୍ତି ଉତ୍ପାଦନ ସମ୍ପର୍କିତ ଏକ ଅଣତାରକା ପ୍ରଶ୍ନର ଉତର ଦେଇ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହି ତଥ୍ୟ ରଖିଛନ୍ତି । ଶକ୍ତିମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଉତ୍ପାଦିତ ବିଦୁ୍ୟତ ଶକ୍ତି ସହିତ ରାଜ୍ୟ ବାହାରୁ ଆମଦାନୀ ହେଉଥିବା ଅଣପାରମ୍ପରିକ ବିଦୁ୍ୟତ ଶକ୍ତି ଏବଂ ବିଭିନ୍ନ କେନ୍ଦ୍ରୀୟ ବିଦୁ୍ୟତ ଉତ୍ପାଦନ କେନ୍ଦ୍ରରୁ ଉତ୍ପାଦିତ ବିଦୁ୍ୟତକୁ ୪ଟି ବିଦୁ୍ୟତ ବଂଟନ କମ୍ପାନୀକୁ ଯୋଗାଇଦିଆଯାଏ । ଏହି ବିଦୁ୍ୟତ ଶକ୍ତି ବିଦୁ୍ୟତ ବଂଟନକାରୀ କମ୍ପାନୀମାନେ ବିଭିନ୍ନ କଳ କାରଖାନା ଓ ସାଧାରଣ ଉପଭୋକ୍ତାମାନଙ୍କୁ ବଂଟନ କରିଥାନ୍ତି ବୋଲି ମନ୍ତ୍ରୀ କହିଛନ୍ତି । ସେହପରି ବିଦୁ୍ୟତ ଚୋରୀକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ସଠିକ୍ ମିଟର ସ୍ଥାପନ କରିବା ପାଇଁ ଲୋକଙ୍କୁ ପ୍ରବର୍ତାଯାଉଛି । ସଠିକ ସମୟରେ ବିଦୁ୍ୟତ ବିଲ ପ÷ଠ କଲେ ସମୁଚିତ ପ୍ରୋତ୍ସାହନ ପ୍ରଦାନ କରାଯାଉଛି । ସେହିପରି ବିଦୁ୍ୟତ ଥାନା ଗଠନ ଓ ଏମଆରଟି ସ୍କ୍ୱାଡ୍
ଗଠନ କରାଯାଇ ବିଦୁ୍ୟତ ଚୋରୀ ଉପରେ ତୀକ୍ଷ୍ଣ ନଜର ରଖାଯାଉଥିବା ମନ୍ତ୍ରୀ କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଅଭାବ ଅସୁବିଧା ଓ ଅବହେଳିତ ର ନିଛକ ପ୍ରତିଛବି : ମୌଳିକ ସୁବିଧାରୁ ବଞ୍ଚିତ ବଡ଼ିପଦର ଏବଂ ଗାହାଡାଡି ଗ୍ରାମବାସୀ 

   ବାଲିଗୁଡ଼ା, ୨୩/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ମହକୁମା …

Leave a Reply

Your email address will not be published. Required fields are marked *