Thursday , June 17 2021
Home / ବିଶେଷ / ୨୦୨୧-୨୨ ବର୍ଷ ପାଇଁ ଜିଲ୍ଲା ଗଭର୍ଣ୍ଣର ନିର୍ବାଚିତ

୨୦୨୧-୨୨ ବର୍ଷ ପାଇଁ ଜିଲ୍ଲା ଗଭର୍ଣ୍ଣର ନିର୍ବାଚିତ

ଭୁବନେଶ୍ୱର, ୨୬/୦୪/୨୦୨୧(ଓଡ଼ିଶା ସମାଚାର)- ଲାୟନ୍ସ କ୍ଲବ ଇଂଟରନ୍ୟାସନାଲ ଡିଷ୍ଟ୍ରିକ୍ଟ ୩୨୨ ସି-୨ର ଭର୍ଚୁଆଲ ମୋଡ଼ରେ ଅନୁଷ୍ଠିତ ଅଷ୍ଟମ ସାଧାରଣ ଅଧିବେଶନ ଅବସରରେ ଲାୟନ୍ ଇଂ ପୂର୍ଣ୍ଣଚନ୍ଦ୍ର ପାଢୀ ଜିଲ୍ଲା ଗଭର୍ଣ୍ଣର ରୂପେ ନିର୍ବାଚିତ ହୋଇଛନ୍ତି । ୧୯୯୭ ମସିହା ଠାରୁ ସେ ଏହି ଆନ୍ତର୍ଜାତିକ ସେବା ସଂସ୍ଥା ସହ ଜଡ଼ିତ ଅଛନ୍ତି । ବର୍ତମାନ ସେ ପ୍ରଥମ ଉପଜିଲ୍ଲା ଗଭର୍ଣ୍ଣର ରୂପେ କାର୍ଯ୍ୟ ସମ୍ପାଦନ କରୁଛନ୍ତି । ଏହା ପୂର୍ବରୁ ସେ ବିଭିନ୍ନ ପଦପଦବୀରେ ରହି ବେଶ୍ ଦକ୍ଷତାର ସହିତ କାର୍ଯ୍ୟ ନିର୍ବାହ କରିଛନ୍ତି । ଏହା ବ୍ୟତୀତ ସେ ବିଭିନ୍ନ ସାମାଜିକ ଧାର୍ମିକ ଏବଂ ସେବାମୂଳକ ଅନୁଷ୍ଠାନ ସହିତ ସଂଶ୍ଲିଷ୍ଟ ଅଛନ୍ତି । ଆସନ୍ତା ବର୍ଷରେ ସ୍ୱାସ୍ଥ୍ୟସେବା, ପରିବେଶ ସୁରକ୍ଷା, ଶିକ୍ଷା, ପୋଷ୍ୟଗ୍ରାମ ଏବଂ ବିଭିନ୍ନ ସମାଜ କଲ୍ୟାଣ କାର୍ଯ୍ୟ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।
ଏହି ଅବସରରେ ଲାୟନ ଇଂ ସୁରେଶ ଚନ୍ଦ୍ର ନାୟକ ଏବଂ ଆଇ.ଭି କୋଟେଶ୍ୱର ରାଓ ଯଥାକ୍ରମେ ପ୍ରଥମ ଉପଜିଲ୍ଲା ଗଭର୍ଣ୍ଣର ଏବଂ ଦ୍ୱିତୀୟ ଜିଲ୍ଲା ଗଭର୍ଣ୍ଣର ରୂପେ ନିର୍ବାଚିତ ହୋଇଛନ୍ତି । ଓଡ଼ିଶା ସମାଚାର

About admin

Check Also

କଟକ ଅର୍ବାନ ପୁଲିସ କୁ ବଡ଼ ସଫଳତା – ୪ ଅପରାଧୀ ଗିରଫ , ୧୧ ଟି ବନ୍ଧୁକ ଓ ୫୧ଟି ଗୁଳି ଜବତ

କଟକ, ୧୬/୦୬/୨୦୨୧(ଓଡ଼ିଶା ସମାଚାର / ଦେବାଶିଷ ରଥ)- ପ୍ରାୟୋଜିତ ଅପରାଧ ଉପରେ ଅଂକୁଶ ଲଗାଇବା ପାଇଁ କଟକ ଡିସିପି ପ୍ରତୀକ …

Leave a Reply

Your email address will not be published. Required fields are marked *