Sunday , June 20 2021
Home / ବିଶେଷ / ୨୦୨୧-୨୨ ବର୍ଷ ପାଇଁ ଇଂ ପୂର୍ଣ୍ଣଚନ୍ଦ୍ର ପାଢୀ ଜିଲ୍ଲା ଗଭର୍ଣ୍ଣର ରୂପେ ନିର୍ବାଚିତ

୨୦୨୧-୨୨ ବର୍ଷ ପାଇଁ ଇଂ ପୂର୍ଣ୍ଣଚନ୍ଦ୍ର ପାଢୀ ଜିଲ୍ଲା ଗଭର୍ଣ୍ଣର ରୂପେ ନିର୍ବାଚିତ

ଭୁବନେଶ୍ୱର,୨୯/୦୪/୨୦୨୧(ଓଡ଼ିଶା ସମାଚାର)- ଲାୟନ୍ସ କ୍ଲବ ଇଂଟରନ୍ୟାସନାଲ ଡିଷ୍ଟ୍ରିକ୍ଟ ୩୨୨ ସି-୪ର ଭର୍ଚୁଆଲ ମୋଡ଼ରେ ଅନୁଷ୍ଠିତ ଅଷ୍ଟମ ସାଧାରଣ ଅଧିବେଶନ ଅବସରରେ ଲାୟନ୍ ଇଂ ପୂର୍ଣ୍ଣଚନ୍ଦ୍ର ପାଢୀ ଜିଲ୍ଲା ଗଭର୍ଣ୍ଣର ରୂପେ ନିର୍ବାଚିତ ହୋଇଛନ୍ତି । ୧୯୯୭ ମସିହା ଠାରୁ ସେ ଏହି ଆନ୍ତର୍ଜାତିକ ସେବା ସଂସ୍ଥା ସହ ଜଡ଼ିତ ଅଛନ୍ତି । ବର୍ତମାନ ସେ ପ୍ରଥମ ଉପଜିଲ୍ଲା ଗଭର୍ଣ୍ଣର ରୂପେ କାର୍ଯ୍ୟ ସମ୍ପାଦନ କରୁଛନ୍ତି । ଏହା ପୂର୍ବରୁ ସେ ବିଭିନ୍ନ ପଦପଦବୀରେ ରହି ବେଶ୍ ଦକ୍ଷତାର ସହିତ କାର୍ଯ୍ୟ ନିର୍ବାହ କରିଛନ୍ତି । ଏହା ବ୍ୟତୀତ ସେ ବିଭିନ୍ନ ସାମାଜିକ ଧାର୍ମିକ ଏବଂ ସେବାମୂଳକ ଅନୁଷ୍ଠାନ ସହିତ ସଂଶ୍ଲିଷ୍ଟ ଅଛନ୍ତି । ଆସନ୍ତା ବର୍ଷରେ ସ୍ୱାସ୍ଥ୍ୟସେବା, ପରିବେଶ ସୁରକ୍ଷା, ଶିକ୍ଷା, ପୋଷ୍ୟଗ୍ରାମ ଏବଂ ବିଭିନ୍ନ ସମାଜ କଲ୍ୟାଣ କାର୍ଯ୍ୟ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।
ଏହି ଅବସରରେ ଲାୟନ ଇଂ ସୁରେଶ ଚନ୍ଦ୍ର ନାୟକ ଏବଂ ଆଇ.ଭି କୋଟେଶ୍ୱର ରାଓ ଯଥାକ୍ରମେ ପ୍ରଥମ ଉପଜିଲ୍ଲା ଗଭର୍ଣ୍ଣର ଏବଂ ଦ୍ୱିତୀୟ ଜିଲ୍ଲା ଗଭର୍ଣ୍ଣର ରୂପେ ନିର୍ବାଚିତ ହୋଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *