Thursday , June 17 2021
Breaking News
Home / ବ୍ୟବସାୟ ବାଣିଜ୍ୟ / ୨୦୨୦-୨୧ ଆର୍ଥିକ ବର୍ଷ ରେ ପାରାଦୀପ ବନ୍ଦର ରେ ୧୧୪.୫୫ ଏମ୍.ଏମ୍.ଟି ପଣ୍ୟ ପରିବହନ କରି ରେକର୍ଡ

୨୦୨୦-୨୧ ଆର୍ଥିକ ବର୍ଷ ରେ ପାରାଦୀପ ବନ୍ଦର ରେ ୧୧୪.୫୫ ଏମ୍.ଏମ୍.ଟି ପଣ୍ୟ ପରିବହନ କରି ରେକର୍ଡ

ପାରାଦୀପ,୦୧/୦୪/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ବନ୍ଦର ପ୍ରଥମ ଥର ପାଇଁ ୨୦୧୭-୧୮ ଆର୍ଥିକ ବର୍ଷ ରେ ୧୦୨.୦୧ ଏମ୍.ଏମ୍.ଟି. ପଣ୍ୟ କାରବାର କରି ୧୦୦ ଏମ୍.ଏମ୍.ଟି. ଅତିକ୍ରମ କରିବା ପରେ ୨୦୧୮-୧୯ ଆର୍ଥିକ ବର୍ଷ ରେ ୧୦୯.୨୭ ଏମ୍.ଏମ୍.ଟି., ୨୦୧୯-୨୦ ଆର୍ଥିକ ବର୍ଷ ରେ ୧୧୨.୬୯ ଏମ୍.ଏମ୍.ଟି. ଓ ୨୦୨୦-୨୧ ଆର୍ଥିକ ବର୍ଷ ରେ କରୋନା କଟକଣା ସତ୍ୱେ ପାରାଦୀପ ବନ୍ଦର୧୧୪.୫୫ ଏମ୍.ଏମ୍.ଟି. ପଣ୍ୟ କାରବାର କରି ସମଗ୍ର ଦେଶ ରେ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି ବୋଲି ଗୁରୁବାର ଦିନ ପାରାଦୀପ ବନ୍ଦର ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ପାରାଦୀପ ବନ୍ଦର ର ଅଧ୍ୟକ୍ଷ ବିନୀତ କୁମାର । ଏହି ସାମ୍ବାଦିକ ସମ୍ମିଳନୀ ରେ ପାରାଦୀପ ବନ୍ଦର ର ଉପାଧ୍ୟକ୍ଷ ଏ.କେ.ବୋଷ ଙ୍କ ସମେତ ବିଭିନ୍ନ ବିଭାଗୀୟ ମୁଖ୍ୟ ଡା.ପି.ପଣ୍ଡା, ଏ.କେ.ମହାପାତ୍ର, ଏସ.କେ.ମିଶ୍ର,ଏସ୍.କେ.ଦାଶ ଓ ଏମ୍.ଦାଶଗୁପ୍ତା ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ କୁ ବନ୍ଦର ଲୋକ ସଂପର୍କ ବିଭାଗ ର ମୁଖ୍ୟ ରତିକାନ୍ତ ନାୟକ ପରିଚାଳନା କରିଥିଲେ ।
ପାରାଦୀପ ବନ୍ଦର କୁ ଭିତିି କରି ବହୁ ଶିଳ୍ପ ସଂସ୍ଥା ପାରାଦିପ ରେ ମଲ୍ଟି ମେଡାଲ୍ ଲଜିଷ୍ଟିକ୍ ପାର୍କ ନିର୍ମାଣ ପାଇଁ ଆଗ୍ରହ ପ୍ରକାଶ କରିଥିବା ସେ ସୂଚନା ଦେଇଥିଲେ । ଗତ ଆର୍ଥିକ ବର୍ଷ ରେ ପାରାଦୀପ ବନ୍ଦର ମୋଟ ୭୨୨ କୋଟି ଟଙ୍କା ଲାଭ କରିଥିବା ବେଳେ ଟିକସ୍ ପଇଠ କରିବା ପରେ ପାରାଦୀପ ବନ୍ଦର ୪୭୬ କୋଟି ଟଙ୍କା ଲାଭ କରିଛି ବୋଲି ପାରାଦୀପ ବନ୍ଦର ଅଧ୍ୟକ୍ଷ ବିନୀତ କୁମାର ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି । ୨୦୨୦-୨୧ ଆର୍ଥିକ ବର୍ଷ ର ମାର୍ଚ୍ଚ ମାସ ରେ ଗୋଟିଏ ଦିନ ରେ ୫୨ଟି ରେକ୍ ଚଳାଚଳ କରି ରେକର୍ଡ ସୃଷ୍ଟି କରିଛି ପାରାଦୀପ ବନ୍ଦର । ସମଗ୍ର ଦେଶ ରେ କୋଇଲା ପରିବହନ ରେ ଅନ୍ୟ ବନ୍ଦରମାନଙ୍କୁ ପଛରେ ପକେଇ ଦେଇଛି ପାରାଦୀପ ବନ୍ଦର । ପାରାଦୀପ ବନ୍ଦର ଚିକିତ୍ସାଳୟ ବିଶ୍ୱ ମହାମାରୀ କରୋନା ପରିଚାଳନା ରେ ସଫଳତା ହାସଲ କରିଥିବା ବନ୍ଦର ଅଧ୍ୟକ୍ଷ ସୂଚନା ଦେଇଛନ୍ତି । ପାରାଦୀପ କୋଭିଡ୍ ହସ୍ପିଟାଲ, କୋଭିଡ୍ କେୟାର ସେର ପରିଚାଳନା କରି ଅନ୍ୟ ବନ୍ଦର ତୂଳନା ରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି । ମାର୍ଚ୍ଚ ମାସ ରେ ୧୧.୬୪ ଏମ.୍ ଏମ୍.ଟି ପଣ୍ୟ ପରିବହନ କରି ଗୋଟିଏ ମାସ ରେ ସର୍ବାଧିକ ରେକର୍ଡ ପଣ୍ୟକାରବାର ର ସଫଳତା ହାସଲ କରିଛି ପାରାଦୀପ ବନ୍ଦର । ପାରାଦୀପ ବନ୍ଦର ର ଆଇରନ୍ ବୋଝେଇ ପ୍ଲାନ୍ଟ ରେ ଗୋଟିଏ ମାସ ରେ ୧୮୮ ରେକ୍ ପରିଚାଳନା କରି ରେକର୍ଡ ସୃଷ୍ଟି କରିଛି । ଯାନ୍ତ୍ରିକ କୋଇଲା ବୋଝେଇ ପ୍ଲାନ୍ଟ ରେ ୧୨୭୨ ଟି ରେକ୍ ମାର୍ଚ୍ଚ ମାସ ରେ କାରବାର ହୋଇ ଅନନ୍ୟ ରେକର୍ଡ ସୃଷ୍ଟି କରିଛି । ପାରାଦୀପ ବନ୍ଦର ଇକ୍ୟୁ ୧,୨ଓ ୩ ବର୍ଥ ୍ୟାନ୍ତ୍ରୀକୀକରଣ କାର୍ଯ୍ୟ ଜୋର୍ଦାର୍ ଭାବେ ଆଗେଇ ଚାଲିଛି । କେଆଇସିଟି ଏହାର ନିର୍ମାଣ କାର୍ଯ୍ୟ ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଶେଷ କରିବ ଏହା କାର୍ଯ୍ୟକ୍ଷମ ହେଲେ ଏହାର କ୍ଷମତା ବାର୍ଷିକ ୧୦ଏମଟି ହେବ । ପାରାଦୀପ ବନ୍ଦର ର ପଶ୍ଚିମ ଜେଟୀ ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ବ ହେଲାଣି । ଏହା ଶେଷ ହେବା ପରେ କେପ୍ ସାଇଜ୍ ଭେସେଲ୍ ସହଜରେ ଯାତାୟତ କରିପାରିବ । ଏହା ଶେହ ହେବା ପରେ ଏହାର କ୍ଷମତା ୨୫ ଏମ୍.ଟି. ହେବ ବୋଲି ବନ୍ଦର ଅଧ୍ୟକ୍ଷ ସୂଚନା ଦେଇଥିଲେ । ହରିଦାସପୁର-ପାରାଦୀପ ରେଳ ଲାଇନ୍ କାର୍ଯ୍ୟକ୍ଷମ ହେଲାଣି । ଏବେ ପ୍ରତ୍ୟହ ୬-୭ ଟି ରେଳ ଚଳାଚଳ କରୁଛି ଆଗାମୀ ଦିନ ରେ ଏହାର ସଂଖ୍ୟା ବୃଦ୍ଧି ପାଇବ ବୋଲି ସେ କହିଛନ୍ତି । ପାରାଦୀପ ବନ୍ଦର ସନ୍ନିକଟ ରେ ଅନେକ ଶିଳ୍ପ ସଂସ୍ଥା କାରଖାନା ପ୍ରତିଷ୍ଠା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ପିଲେଟ୍ ପ୍ଲାନ୍ଟ ପାଇଁ ବହୁ ସଂସ୍ଥା ଆଗ୍ରହ ପ୍ରକାଶ କଲେଣି । ପାରାଦୀପ ବନ୍ଦର ପକ୍ଷରୁ ବନ୍ଦର ଭିତିକ କାରଖାନା ପ୍ରତିଷ୍ଠା ପାଇଁ ଓଏସଏଲ୍ ଗ୍ରୁପ୍, ତ୍ରିବେଣୀ ଭଳି ସଂସ୍ଥା କୁ ଆନୁଷଙ୍ଗିକ ସହଯୋଗ ଯୋଗାଇ ଦିଆଯାଉଛି ବୋଲି ଅଧ୍ୟକ୍ଷ ଶ୍ରୀ ବିନୀତ କୁମାର ଗଣମାଧ୍ୟମ କୁ ସୂଚନା ହେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ଆଲୁମିନିୟମ ପକ୍ଷରୁ ବ୍ୟବସାୟିକ ଅଂଶୀଦାର କର୍ମଚାରୀଙ୍କ ପାଇଁ କୋଭିଡ୍ କବଚ ଟର୍ମ ବୀମା ଘୋଷଣା

ଭୁବନେଶ୍ୱର,୧୭/୦୫/୨୦୨୧(ଓଡ଼ିଶା ସମାଚାର)-ଭାରତର ବୃହତ୍ ଆଲୁମିନିୟମ୍ ଉତ୍ପାଦନକାରୀ ତଥା ମୂଲ୍ୟଯୁକ୍ତ ଆଲୁମିନିୟମ୍ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍ ଏବଂ ପାୱାର ବିଜନେସ୍ ପକ୍ଷରୁ …

Leave a Reply

Your email address will not be published. Required fields are marked *