Wednesday , June 23 2021
Breaking News
Home / ବିଶେଷ / ୨ଟି ଥାନା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

୨ଟି ଥାନା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

ଭଦ୍ରକ, ୦୧/୦୧/୨୦୨୧ (ଓଡ଼ିଶା ସମାଚାର)- ଭଦ୍ରକ ଜିଲ୍ଲାରେ ନୂତନ ଭାବେ ସୃଷ୍ଟି ହୋଇଥିବା ୨ଟି ଥାନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡରେ ଉଦଘାଟନ କରିଛନ୍ତି । ଭଦ୍ରକ ଗ୍ରାମାଂଚଳ ଥାନାରୁ ପୃଥକ ହୋଇ “ସାବରଙ୍ଗ ଥାନା’ ଓ ତିହିଡ଼ି ଥାନାରୁ ପୃଥକ ହୋଇ “ପୀରହାଟ ଥାନା’ ସୃଷ୍ଟି କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଉଦଘାଟନ ଅବସରରେ ସମ୍ପୃକ୍ତ ନୂତନ ଥାନାରେ ଜିଲ୍ଲା ଓ ପୁଲିସ ପ୍ରଶାସନ ପକ୍ଷରୁ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସାବରଙ୍ଗ ଥାନା ଉଦଘାଟନ ଅବସରରେ ଥାନା ପରିସରରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ, ଜିଲ୍ଲାପାଳ ଡ. ଜ୍ଞାନ ଦାସ ଓ ଏସପି ରାଜେଶ ପଣ୍ଡିତ, ଡିଆଇବି ଇନ୍ସପେକ୍ଟର କମଳଲୋଚନା ଭୂୟାଁ, ଗ୍ରାମାଂଚଳ ଥାନା ଆଇଆଇସି ଆଲୋକ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ, ଭଦ୍ରକ ଗ୍ରାମାଂଚଳ ଥାନାରୁ ପୃଥକ ହୋଇ ନୂତନ ଭାବେ ଆରମ୍ଭ ହୋଇଥିବା ସାବରଙ୍ଗ ଥାନା ଅଧୀନରେ ସାବରଙ୍ଗ, ଗୋରାମାଟି, ସାହାଡ଼ା, ଏରଡ଼ା, ବ୍ରହ୍ମପୁର, କେଦାରପୁର, ବଣିଆ, ଚଣ୍ଡିଗାଁ, କୋଡବରୁଆଁ ଓ ବେନ୍ତାଳ ୧୦ଟି ପଂଚାୟତର ୪୫ ଟି ଗାଁ ଓ ୧୪ଟି ହାମଲେଟ୍ ଗାଁ ରହିଛି । ଏହି ଥାନାର ପ୍ରଥମ ଆଆଇସି ଭାବେ ଇନ୍ସପେକ୍ଟର ମମତା ସାହୁଙ୍କୁ ନିଯୁକ୍ତି କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ସମାଜସେବୀ ପ୍ରେମାନନ୍ଦ ପରିଡାଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡ଼ା, ୨୨/୦୬/୨୦୨୧(ଓଡ଼ିଶା ସମାଚାର)- ବିରମିତ୍ରପୁର ଏନ.ଏ.ସି.ରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅବସର ନେଇଥିବା  ପ୍ରେମାନନ୍ଦ ପରିଡାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ …

Leave a Reply

Your email address will not be published. Required fields are marked *