Sunday , June 20 2021
Breaking News
Home / ବିଶେଷ / ୨ଟି ଅସ୍ଥାୟୀ ପୋଲ ଧୋଇଗଲା, ଯାତାୟାତ ଠପ୍

୨ଟି ଅସ୍ଥାୟୀ ପୋଲ ଧୋଇଗଲା, ଯାତାୟାତ ଠପ୍

କନ୍ଧମାଳ, ୨୮/୦୭/୨୦୧୯(ଓଡ଼ିଶା ସମାଚାର)- ୫୯ ନମ୍ବର ଜାତୀୟ ରାଜପଥ ଉପରେ ମୁଣ୍ଡିଗଡ ପଂଚାୟତର ମୁଣ୍ଡିଗଡ ଓ ମଣ୍ଡଳପଦର ଠାରେ ଥିବା ଦୁଇଟି ସ୍ଥାୟୀ ପୋଲର ନିର୍ମାଣ କାର୍ଯ୍ୟ ଚାଲୁଥିବାରୁ ସେଠାରେ ଯାତାୟାତ ପାଇଁ ଅସ୍ଥୟୀ କଲଭର୍ଟ ନିର୍ମାଣ କରିଥିଲା ପୋଲ ତିଆରି କରୁଥିବା ଠିକା ସଂସ୍ଥା  । ଗତକାଲି ରାତିରେ କନ୍ଧମାଳ ଜିଲାର ତୁମୁଡିବନ୍ଧ ବ୍ଳକ ଅଂଚଳରେ ଅତ୍ୟଧିକ ବର୍ଷା ହୋଇଛି  । କାଲି ରାତିରେ ଚଳିତ ବର୍ଷା ଋତୁର ମାତ୍ରାଧିକ ୧୭୩ ମି.ମି. ବର୍ଷା ହୋଇଛି  । ଫଳରେ ୨ଟି ଅସ୍ଥାୟୀ ପୋଲ ଧୋଇଯିବା ସହ କନ୍ଧମାଳ ଓ କଳାହାଣ୍ଡି ଏବଂ ରାୟଗଡାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି  । ରାସ୍ତାର ଉଭୟ ପାଶ୍ୱରେ ଶତାଧିକ ଯାନବାହାନ ଅଟଳି ରହିଥିଲା ସେଥିରୁ ଅନେକ ଯାତ୍ରୀବାହୀ ବସ୍ ଗୁଡିକରେ ଯାତ୍ରୀମାନେ ଅଟକି ରହି ନାହିଁନଥିବା ଅସୁବିଧାର ସମ୍ମୁଖିନ ହୋଇଥିବା ଦେଖିବାକୁ ମିଳିଛି । ଜାତୀୟ ରାଜପଥ ନିର୍ମାଣ କରୁଥିବା ଠିକାସଂସ୍ଥା ସେହି ଅସ୍ଥାୟୀ ପୋଲର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ମଧ୍ୟ ତାହା ଶେଷ ହୋଇନଥିବାରୁ ଉଭୟ ପାଶ୍ୱର୍ରେ ଅଟକିଥିବା ଯାତ୍ରୀ ଓ ଯାନବାହାନ ଗୁଡିକ ନିରୁପାୟ ହୋଇ ଦିନସାରା ରାସ୍ତା କାମ ଶେଷ ହେବାପର୍ଯ୍ୟନ୍ତ ଅପେକ୍ଷା କରିଥିବା ଦେଖିବାକୁ ମିଳିଛି । ତେବେ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ କରୁଥିବା ଠିକାସଂସ୍ଥା ବର୍ଷା ଦିନ ପୂର୍ବରୁ ଏହି ପୋଲ ନିର୍ମାଣ କାର୍ଯ୍ୟ ଶେଷ କରିନଥିବାରୁ ଏହିଭଳି ପରିସ୍ଥିତି ଉପୁଜିଥିଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି  । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *