Wednesday , June 16 2021
Breaking News
Home / ତାଜା ଖବର / ୧ କୁଇଂଟାଲ ରୁ ଅଧିକ ଗଂଜେଇ ଜବତ, ୨ ଗିରଫ

୧ କୁଇଂଟାଲ ରୁ ଅଧିକ ଗଂଜେଇ ଜବତ, ୨ ଗିରଫ

ଫୁଲବାଣୀ,୧୩/୦୮/୨୦୧୯(ଓଡ଼ିଶା ସମାଚାର)-କନ୍ଧମାଳରୁ ରାଜ୍ୟର ବିଭିନ୍ନ ଜିଲାକୁ ଗଂଜେଇ ଚୋରା ଚାଲାଣ ହେଉଥିବାବେଳେ ପୋଲିସ ହାତରେ ଧରାପଡ଼ିଛି । ଫିରିଙ୍ଗିଆ ର ମୁସିଲିପାଙ୍ଗାରୁ ସାଡ଼ିଙ୍ଗିଆ ପାଶ୍ୱର୍କୁ ଗଂଜେଇ ନେଇ ଯାଉଥିବାବେଳେ ଫିରିଙ୍ଗିଆ ପୋଲିସ ସୂଚନା ପାଇ ଏକ ବୋଲେରୋ ନଂ ଓଡ଼଼ି ୦ପି ୬୩୭୯ କୁ ଯାଂଚ କରି ୩ ଗୋଟି ବସ୍ତାରେ ମୋଟ ୧ କୁଇଂଟାଲ ୬ କେଜି ୬୮୦ ଗ୍ରାମ ଗଂଜେଇ ଜବତ କରିବା ସହିତ ବୋଲେରୋକୁ ଜବତ କରିଥିଲେ ।  ଏଥିସହ ୨ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି । ସେମାନେ ହେଉଛନ୍ତି ଟାଉନ ଥାନା ଅନ୍ତର୍ଗତ ସରୁପଡ଼ାର ବାବୁଲା କହଁର(୩୫) ଓ ସଦର ଥାନା ଅନ୍ତର୍ଗତ ଗୁଦାରି ଗୌଡ଼ପଡ଼ାର ରଂଜନ କହଁର (୨୦) । ଏ ସମ୍ପର୍କରେ ୬୭/୨୦୧୯ ରେ ଏକ ମାମଲା ରୁଜୁ କରାଯାଇ ଗିରଫ ୨ ଜଣଙ୍କୁ ସ୍ଥାନୀୟ ଜିଲା ଜଜ କୋର୍ଟରେ ହାଜର କରାଯାଇଥିଲା । ସେଠାରେ ତାଙ୍କର ଜାମିନ ଆବେଦନ ଖାରଜ ହେବା ପରେ ଜେଲ ହାଜତକୁ ପଠାଇ ଦିଆଯାଇଛି ବୋଲି ଥାନା ଅଧିକାରୀ ପି ଶ୍ୟାମସୁନ୍ଦର ରାଓ ସୂଚନା ଦେଇଛନ୍ତି । । ଓଡ଼ିଶା ସମାଚାର

About admin

Check Also

ଅସୁରଖୋଳା ର ପୁନରୁଦ୍ଧାର ନହେଲେ ଆଗକୁ ଅଂଚଳରେ ଜଳ ସଙ୍କଟ ଆଶଙ୍କା

ଗରଦପୁର, ୧୪/୦୬/୨୦୨୧(ଓଡ଼ିଶା ସମାଚାର)- କଟକ ସଦର , ପାଟକୁରା ଓ ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଦେଇ “ଅସୁରଖୋଳା” ନାମକ …

Leave a Reply

Your email address will not be published. Required fields are marked *