Wednesday , June 16 2021
Breaking News
Home / ବିଶେଷ / ୧୯୯୬ ମାଟ୍ରିକ ବ୍ୟାଚ ସହପାଠୀ ବର୍ଗଙ୍କ ବଂଧୁମିଳନ

୧୯୯୬ ମାଟ୍ରିକ ବ୍ୟାଚ ସହପାଠୀ ବର୍ଗଙ୍କ ବଂଧୁମିଳନ

କଟକ, ୦୪/୦୨/୨୦୨୧ (ଓଡ଼ିଶା ସମାଚାର)-  କଟକ ଜିଲ୍ଲା ବୟାଳିଶମୌଜ଼ା ଉପକଣ୍ଠ ଦେଉଳି ସ୍ଥିତ ପୁରାତନ ଶିକ୍ଷାୟତନ ବାଲୁଙ୍କେଶ୍ୱର ବିଦ୍ୟାପୀଠର ୧୯୯୬ ମସିହା ମାଟ୍ରିକ ବ୍ୟାଚ ଛାତ୍ରଛାତ୍ରୀ ମାନଙ୍କର ବଂଧୁ ମିଳନ ପର୍ଵ ଆଧ୍ୟାତ୍ମିକ ପୀଠ କଳପଡା କଦମ୍ବେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି ପର୍ବରେ ସହପାଠୀମାନେ ପୁରୁଣା ଦିନର ସ୍ମୃତି ଅନୁଭୂତିକୁ ମନେପକାଇବାସହ ବନ୍ଧୁତା ଶବ୍ଦର ବାସ୍ତବତା ଉପରେ ସମୀକ୍ଷା କରି ଖୁସି ଅନୁଭବ କରିଥିଲେ । ପରମ୍ଭରରେ ମନ୍ଦିରରେ ପୂଜାର୍ଚ୍ଚନା ପରେ ଅଗାମୀ ଦିନରେ ବ୍ୟାଚର ୨୫ବର୍ଷର ସିଲଭର ଜୁବୁଲି ପାଳନ ପାଇଁ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇ ବିଦ୍ୟାଳୟର ପୁରାତନ ଶିକ୍ଷକ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବାକୁ ସ୍ଥିର କରାଯାଇଛି । ଏହି ବଂଧୁ ମିଳନ ପର୍ଵରେ ସମସ୍ତ ବଂଧୁ ମାନଙ୍କ ସହ ଦିପକ କୁମାର ସ୍ୱାଇଁ, ପ୍ରଦୀପ୍ତ କୁମାର ସେଠୀ, ପ୍ରଦୀପ କୁମାର ଲେଙ୍କା, ଇଂ.ସେବକ ଶ୍ରୀକାନ୍ତ, ଉମାଶଙ୍କର ନନ୍ଦ, ପିତାମ୍ବର ମୁଦୁଲି, ଜ୍ୟୋତିରଞ୍ଜନ ପରିଡା, ଦେବକାନ୍ତ ସାହୁ, ସୀତାକାନ୍ତ ବେହେରା,ବିମଳ ପତି,ପ୍ରଭାତ କୁମାର ଜେନା, ଲୋଚନ ବେହେରା, ସନ୍ୟାସୀ ମହାପାତ୍ର, ଶରତ ପାଣି, ସୁନିଲ ସହାଣୀ, ଅରବିନ୍ଦ ପରିଡା, ସୁମିତ୍ରା ପତି, ଅନୁପମା ପତି, ନିବେଦିତା ପତି,ମାନସି ପତି, ମନୋରମା ତ୍ରିପାଠୀ,ସସ୍ମିତା ଦାଶ, କୁମୁଦିନି ନାୟକ, ମମନା କର, ରିତାରାଣୀ ବେହେରା ପ୍ରମୁଖ ଉପସ୍ଥିତଥିଲେ । ଓଡ଼ିଶା ସମାଚାର

About admin

Check Also

ଅସହାୟଙ୍କୁ ବୈଜୟନ୍ତ  ପଣ୍ଡାଙ୍କ ସହାୟତା

କେନ୍ଦ୍ରାପଡ଼ା, ୧୫/୦୬/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପୁରଷୋତମପୁର ଓ ବାରୋ ପଂଚାୟତର କର୍କଟ ରୋଗରେ ଆକ୍ରାନ୍ତ ମୃତକଙ୍କ ଅସହାୟ ପରିବାରକୁ …

Leave a Reply

Your email address will not be published. Required fields are marked *