Tuesday , June 15 2021
Breaking News
Home / ବିଶେଷ / ୧୯୯୧ ମାଟ୍ରିକ ବ୍ୟାଚ ‘ପ୍ରୟାସ’ ତରଫରୁ ସଡକ ସୁରକ୍ଷା ସଚେତନତା ଶିବିର

୧୯୯୧ ମାଟ୍ରିକ ବ୍ୟାଚ ‘ପ୍ରୟାସ’ ତରଫରୁ ସଡକ ସୁରକ୍ଷା ସଚେତନତା ଶିବିର

ଭୁବନ ୦୮/୦୨/୨୦୨୧ (ଓଡ଼ିଶା ସମାଚାର)- ଭୁବନ ଉଚ୍ଚ ବିଦ୍ୟାଳୟ ୧୯୯୧ ମସିହା ମାଟ୍ରିକ ବ୍ୟାଚ ‘ପ୍ରୟାସ’ ତରଫରୁ ୫୩ ନମ୍ବର ଜାତୀୟ ରାଜପଥ କାଳୀବଜାର ଠାରେ ସଡକ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ୧୯୯୧ ବ୍ୟାଚ ସଭାପତି ବସନ୍ତ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭୁବନ ଥାନା ଏସଆଇ ଧିରେନ୍ଦ୍ର କୁମାର ସ୍ୱାଇଁ ମୁଖ୍ୟ ଅତିଥି,ଆର୍ଯ୍ୟକବି ପଣ୍ଡିତ ପ୍ରମୋଦ କୁମାର ମିଶ୍ର ମୁଖ୍ୟବକ୍ତା,ଏଏସଆଇ ନୀଳକଣ୍ଠ ପାତ୍ର,ପ୍ରଭାତ କୁମାର ନାୟକ,କାଳୀବଜାର ବଣିକ ସଂଘ ସଭାପତି ସମୀର କୁମାର ସାହୁ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ୧୯୯୧ ମାଟ୍ରିକ ବ୍ୟାଚ ତରଫରୁ ଅନୁଷ୍ଠିତ ସଡକ ସୁରକ୍ଷା କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିବା ସହ ଦୁଇ ଚକିଆ ଗାଡି ଚାଳକ ଓ ସହଯାତ୍ରୀ ସର୍ବଦା ହେଲମେଟ ବ୍ୟବହାର କରିବା,ଗାଡି ଚାଳନା ସମୟରେ ମୋବାଇଲ ବ୍ୟବହାର ନକରିବା , ମଦ୍ୟପାନ କରି ଗାଡି ନଚଳାଇବା ଏବଂ ଚାରିଚକିଆ ଗାଡିଚାଳକ ସିଟବେଲ୍ଟ ବ୍ୟବହାର କରିବା ସଂପର୍କରେ ଆଲୋକପାତ କରିଥିଲେ । ସଂପାଦକ ସୁଶାନ୍ତ କୁମାର ପୋଥାଳ ଧନ୍ୟବାଦ ଅର୍ପଣÿ କରିଥିଲେ । ପରେ ହେଲମେଟ ପିନ୍ଧିଥିବା ବାଇକ ଆରୋହୀ ମାନଙ୍କୁ ଗୋଲାପ ଫୁଲ ଦିଆଯାଇଥିବା ବେଳେ ବିନା ହେଲମେଟରେ ଗାଡି ଚଲାଉଥିବା ଆରୋହୀଙ୍କୁ ସଚେତନ କରାଯିବା ସହିତ ଲିଫଲେଟ ବଣ୍ଟନ ଓ ହେଡଲାଇଟ ରେ ଷ୍ଟିକରିଙ୍ଗ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମନୋଜ କୁମାର ପୋଥାଳ,ଚୈତନ୍ୟ ସାହୁ,କ୍ଷୀରୋଦ ପୃଷ୍ଟି,ପ୍ରଶାନ୍ତ ସାହୁ,ସୁଶାନ୍ତ ସେନାପତି,ଟୁନାକର ସାହୁ,ଧରଣୀଧର ମହାପାତ୍ର,ରବୀନ୍ଦ୍ର ବେହେରା,ସୁବାସ ଦାସ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ ଓ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୩୪୦୫ ଜଣ ନୂତନ  କରୋନା ସଂକ୍ରମିତ ଚିହ୍ନଟ – ୪୨ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୧୫/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)-  ଗତ ୨୪ ଘଣ୍ଟା ମଧ୍ୟରେ ୩୪୦୫ ଜଣ ନୂତନ  କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । …

Leave a Reply

Your email address will not be published. Required fields are marked *